ପଦ ଛାଡିବା ପରେ କ୍ୟାପ୍ଟେନ ସାହେବଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ନଜର।
Trending Photos
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ପାଳିର କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଏକ ଅପମାନଜନକ ପରିସ୍ଥିତିରେ ଗାଦି ଛାଡି଼ଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ। ଗତ ସେପ୍ଟମ୍ବର ୧୮ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଚର୍ଚ୍ଚାର ପରିସର ମଧ୍ୟରେ ରହିଛନ୍ତି ସେ।
ଆସନ୍ତାବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) । ହେଲେ ଏହି ନିର୍ବାଚନରେ ରାଜ୍ୟ ରାଜନୀତିରେ (Punjab Politics) କ୍ୟାପ୍ଟେନ ସାହେବ (Capatain Saheb) ଭାବେ ଜଣାଶୁଣା ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ (Amarinder Singh) ଭୂମିକା କ'ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଅନେକ ଚର୍ଚ୍ଚା।
ପଦ ଛାଡିବାର ୧୦ ଦିନ ପରେ ଅର୍ଥାତ ସେପ୍ଟମ୍ବର ୨୮ ତାରିଖ ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଆସୁଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ତାଙ୍କର ଏହି ଗସ୍ତ ପୂର୍ବରୁ ଦିଲ୍ଲୀରେ ଏକାଠି ହୋଇଛନ୍ତି ତାଙ୍କର ସମର୍ଥକ। ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah) ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡାଙ୍କୁ (JP Nadda) ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
Also Read: ପଦ ଛାଡିବା ପରେ Sidhu ଙ୍କ ବିରୁଦ୍ଧରେ ବର୍ଷିଲେ Amarinder Singh
ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ବିଦାୟୀ ପଞ୍ଜାବ କଂଗ୍ରେସ କମିଟି (Punjab Congress Committee) ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ (Navjot Singh Sidhu) ସହ ହୋଇଥିବା ବିବାଦ କାରଣରୁ ପଦ ଛାଡିଥିଲେ ସେ। ଘଟଣାକ୍ରମରେ ସେପ୍ଟମ୍ବର ୨୮ ତାରିଖ ମଙ୍ଗଳବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ।
ମୁଖ୍ୟମନ୍ତ୍ରୀ ପଜ ଛାଡିବା ପରେ କ୍ୟାପ୍ଟେନ ସାହେବଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଗଳାଣି ଅନେକ ପ୍ରକାର ଆକଳନ। ହେଲେ ମୁଖ୍ୟତଃ ଦୁଇଟି ସମ୍ଭାବନା ବେଶ ଚର୍ଚ୍ଚାରେ ରହିଛି। ତାହା ହେଉଛି ସେ ନୂଆ ଦଳ ଗଢିପାରନ୍ତି କିମ୍ବା ବିଜେପି ହାତ ଧରିପାରନ୍ତି। ଏପରିକି ତାଙ୍କୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରରେ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ମିଳିପାରେ।
କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ନେଇ ଦଳ ସହ ମୁହାଁମୁହିଁ ହୋଇଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ। ପଞ୍ଜାବରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସିଂହ କହିଛନ୍ତି ଦୀର୍ଘ ଦିନ ଧରି ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନ କାରଣରୁ ରାଜ୍ୟର ପ୍ରଭୂତ ଆର୍ଥିକ କ୍ଷତି ହୋଇଛି। ଯେତେବେଳେ କଂଗ୍ରେସ ସରକାର ବିବାଦୀୟ କୃଷି ଆନ୍ଦୋଳନକୁ ସମର୍ଥନ କରୁଛି ସେହି ସମୟରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିବା ପରସ୍ପର ବିରୋଧଭାଷୀ।
Also Read: Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର
ପଦ ଛାଡିବା ପରେ ସିଦ୍ଧୁଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କର ରାଜନୈତିକ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠାଇଥିଲେ କ୍ୟାପ୍ଟେନ ସାହେବ। ନବଜୋତ ସିଂହ ସିଦ୍ଧୁ ଦେଶ ଲାଗି ସବୁଠୁ ବଡ଼ ବିପଦ ବୋଲି ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଥିଲେ ସେ।
ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ପକ୍ଷରୁ ଉପସ୍ଥାପିତ କରାଯାଏ ତାହେଲେ ମୁଁ ଏହାକୁ ସ୍ୱୀକାର କରିପାରିବି ନାହିଁ। ସିଦ୍ଧୁଙ୍କୁ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ। ଯଦି ଏଥିପାଇଁ କୌଣସି ବଳିଦାନ ଦେବାକୁ ହୁଏ ତାହେଲେ ମୁଁ ଦେବା ଲାଗି ପ୍ରସ୍ତୁତ। ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ପ୍ରାର୍ଥୀ ଛିଡା କରିବାକୁ ଘୋଷଣା କରିଥିଲେ। ଯେଉଁ ଲୋକ ମନ୍ତ୍ରୀ ଥିବା ବେଳେ ନିଜ ବିଭାଗ ସମ୍ଭାଳି ପାରୁନଥିଲା ସେ କିପରି ସରକାର କିମ୍ବା କ୍ୟାବିନେଟ ଚଳାଇବ ବୋଲି ସିଦ୍ଧୁଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଥିଲେ।
Also Read: Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi
ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କ୍ୟାପ୍ଟେନ ସାହେବ କହିଛନ୍ତି ଯଦି କଂଗ୍ରେସ ସିଦ୍ଧୁଙ୍କ ନେତୃତୃତ୍ୱରେ ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲଢେ ତାହେଲେ ଦଳକୁ ୧୦ଟି ଆସନ ପାଇବା ମଧ୍ୟ କଷ୍ଟକର ହୋଇପଡ଼ିବ।