ବ୍ରାହ୍ମଣ ଭୋଟ ପାଇଁ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଉନାହିଁ ବିଜେପି: ଅସାଦୁଦ୍ଦିନ ଓୱେସ
Advertisement

ବ୍ରାହ୍ମଣ ଭୋଟ ପାଇଁ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଉନାହିଁ ବିଜେପି: ଅସାଦୁଦ୍ଦିନ ଓୱେସ

ନିଜ ଅଧିକାରକୁ ନେଇ ମୁସଲମାନ ସମ୍ପ୍ରଦାୟ କେବେ ଜାଗ୍ରତ ହେବ ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ। 

ବ୍ରାହ୍ମଣ ଭୋଟ ପାଇଁ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଉନାହିଁ ବିଜେପି: ଅସାଦୁଦ୍ଦିନ ଓୱେସ

ଲକ୍ଷ୍ନୌ: ଆସନ୍ତାବର୍ଷ  ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଖାତା ଖୋଲିବାକୁ ସ୍ୱପ୍ନ ଦେଖୁଥିବା ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଦଳୀୟ ପ୍ରଚାର କରିବା ଅବସରରେ ବିଜେପି ଉଦ୍ଦେଶ୍ୟରେ ଟାର୍ଗଟେ କରିଛନ୍ତି। ଏନେଇ ସେ କହିଛନ୍ତି ଅଭିଯୋଗ ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କୁ ତାଙ୍କ ପଦରୁ ବରଖାସ୍ତ କରୁନାହାଁନ୍ତି। ଆଉ ଏହାର କାରଣ ହେଉଛି ମୋଦୀ ସରକାର ରାଜ୍ୟର ବ୍ରାହ୍ମଣ ମତଦାତାକୁ ନାରାଜ କରିବା ପାଇଁ ଚାହୁଁନାହାଁନ୍ତି।

ଶନିବାର ରାଜ୍ୟର ମେରଠ ଠାରେ ଆୟୋଜିତ ଏକ ଦଳୀୟ ରାଲିକୁ ସମ୍ବୋଧିତ କରିବା ଅବସରରେ ଏଆଇଏମଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି ଷଡଯନ୍ତ୍ର କରିଛନ୍ତି। ଯେଉଁଥିପାଇଁ ଲକ୍ଷ୍ମୀପୁର ଠାରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ଅଭିଯୋଗ ରହିଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ମନ୍ତ୍ରୀ ପଦରୁ ହଟାଉ ନାହାଁନ୍ତି କାରଣ ସେ ନିର୍ବାଚନ ସମୟରେ ବ୍ରାହ୍ମଣ ମତଦାତଙ୍କୁ କ୍ରୋଧିତ କରିବାକୁ ଚାହୁଁନାହାଁନ୍ତି।

ରାଜ୍ୟରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଉଦ୍ଦେଶ୍ୟରେ ନିବେଦନ କରି ସେ କହିଛନ୍ତି ରାଜ୍ୟର ମୋଟ ଲୋକସଂଖ୍ୟାରେ ଆପଣଙ୍କ ସଂଖ୍ୟା ହେଉଛି ୧୯ ପ୍ରତିଶତ। ଆପଣ ଆପଣଙ୍କ ଶକ୍ତିକୁ ଜାଣନ୍ତୁ ଏବଂ ନିଜର ନେତୃତ୍ୱକୁ ବିକଶିତ କରନ୍ତୁ। ସମ୍ମାନ, ଶିକ୍ଷା ପାଇବାକୁ ଏବଂ ସମାଜରେ ଭେଦଭାବ ବିରୋଧରେ ଲଢେଇ କରିବାକୁ ଏକାଠି ହୁଅ। ନିଜ ଅଧିକାରକୁ ନେଇ ମୁସଲମାନ ସମ୍ପ୍ରଦାୟ କେବେ ଜାଗ୍ରତ ହେବ ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ। 

Also Read: 'ଯେ ପର୍ଯ୍ୟନ୍ତ ପିଲା ହୋଇନାହିଁ ଆମେ କିପରି ଶାସନ କରିବୁ' କିଏ ଦେଲେ ଏଭଳି ବିବାଦୀୟ ବୟାନ?

ଏଆଇଏମଆଇଏମ୍ ଭଳି ଏକ ଆଞ୍ଚଳିକ ଦଳକୁ ଜାତୀୟ ରାଜନୀତିରେ ପରିଚୟ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଓୱେସୀ। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଡୁଛି ଦଳ। ତେଲେଙ୍ଗାନା ପରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ପ୍ରଭୃତି ରାଜ୍ୟ ପରେ ଏବେ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି ଏଆଇଏମଆଇଏମ୍।  

ସମାଜବାଦୀ ପାର୍ଟି ସହ ମେଣ୍ଟ ନ ହେବା ପରେ ଏଆଇଏମଆଇଏମ୍ ଏକୁଟିଆ ନିର୍ବାଚନ ଲଢିବାର ସମ୍ଭବନା ଦୃଢୀଭୂତ ହେବାରେ ଲାଗିଛି। ଏହି ନିର୍ବାଚନ ଜରିଆରେ ଖାତା ଖୋଲି ଉତ୍ତର ପ୍ରଦେଶ ରାଜନୀତିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଏଆଇଏମଆଇଏମ ରାଜ୍ୟରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟକୁ ଦଳ ସପକ୍ଷରେ ନେବାକୁ ଚେଷ୍ଟା କରୁଛି।

Also Read: ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

\ସେହିପରି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ପକ୍ଷରୁ ଝିଅଙ୍କ ବୟସ ସୀମାକୁ ୧୮ ବର୍ଷରୁ ୨୧ ବର୍ଷ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ୍ ମୁଖ୍ୟ। ଏନେଇ ସେ କହିଛନ୍ତି ଦେଶରେ ୧୮ ବର୍ଷ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ସମସ୍ତ ଅଧିକାର ପ୍ରଦାନ କରାଯାଇଛି। ଏପରିକି ଲିଭ ଇନ ରିଲେସନ ଭଳି ନିୟମକୁ ଏହି ସରକାର କାର୍ଯ୍ୟକାରୀ କରିଛନ୍ତି। ଯଦି ୧୮ ବର୍ଷରେ ଦେଶର କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରି  ପାରୁଛନ୍ତି ତାହେଲେ ବିବାହ କରିବାରେ ଅସୁବିଧା କେଉଁଠି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।