ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର
Advertisement

ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

 ଏଆଇଏମ୍ଆଇଏମ୍ ନେତା କହିଛନ୍ତି ୱାସିମ ରିଜଭି ଷଡଯନ୍ତ୍ର କରି ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି। 

ୱାସିମ୍ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ନିକଟରେ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର। ଏଭଳି ଏକ ବିବାଦୀୟ ଘୋଷଣା କରିଛନ୍ତି ମୋରଦାବାଦ ମହାନଗର ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ବକି ରସିଦ୍।

ଗତ ୬ ତାରିଖରେ  ଉତ୍ତର ପ୍ରଦେଶ (Uttar Pradesh) ଗାଜିଆବାଦ (Ghaziabad ) ଜିଲ୍ଲାସ୍ଥିତ ଡାସନା ମନ୍ଦିର (Dasna Devi Mandir) ମହନ୍ତ ଯତି ନରସିଂହାନନ୍ଦ ସରସ୍ୱତୀ (Mahant Yati Narsinghanand Saraswati) ତାଙ୍କୁ ସନାତନ (Sanatan) ଧର୍ମରେ ଦୀକ୍ଷିତ କରାଇଥିଲେ। ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ରିଜଭି କହିଥିଲେ ମୋତେ ଇସଲାମରୁ ବାହାର କରାଯାଇଛି। ବର୍ତ୍ତମାନ ମୁଁ ସନାତନ ଧର୍ମ ଗ୍ରହଣ କରୁଛି। ଇସଲାମ (Islam) ଛାଡି ହିନ୍ଦୁ (Hindu) ଧର୍ମ ଗ୍ରହଣ କରିବା ନେଇ ପୂର୍ବରୁ ଘୋଷଣା କରିଥିଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ (Shia Waqf Board) ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି (Wasim Rizvi)। ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାଁ ଜିତେନ୍ଦ୍ର ନାରାୟଣ ସିଂହ ତ୍ୟାଗୀ (Jitendra Narayan Singh Tyagi) ହୋଇଯାଇଛି।

Also Read: ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କଲେ ସିଆ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜଭି

ୱାସିମ ରିଜଭିଙ୍କୁ ଜୋତା ମାରିବା ଲୋକଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଥିବା ରାଜ୍ୟର ମୋରଦାବାଦ ସହର ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ (Moradabad City AIMIM President) ବକି ରସିଦ୍ (AIMIM Leader Waki Rashid) ଙ୍କ ଏହି ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏନେଇ ସେ କହିଛନ୍ତି ୱାସିମ ରିଜଭି କୌଣସି ଷଡଯନ୍ତ୍ର କରି ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛନ୍ତି। ରିଜଭି ଜଣେ ପାକିସ୍ତାନୀ ଏଜେଣ୍ଟ ହୋଇପାରନ୍ତି। ଏହାର ଅନୁସନ୍ଧାନ କରାଯିବା ଆବଶ୍ୟକ। ତାଙ୍କ ବିରୁଦ୍ଧରେ ଅନେକ ସ୍ଥାନରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏଥିରୁ ବଞ୍ଚିବା ପାଇଁ ରିଜଭି ହିନ୍ଦୁତ୍ୱବାଦୀ ଶକ୍ତିର ନିର୍ଦ୍ଦେଶକ୍ରମେ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି।

ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ହେବାକୁ ଯାଉଛି। ଲୋକଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଇତ୍ୟାଦି ସମସ୍ୟାରୁ ଦୂରେଇ ରଖି ୱାସିମ୍ ରିଜଭି କେବଳ ହିନ୍ଦୁ-ମୁସଲମାନ ମଧ୍ୟରେ ବିବାଦ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କର ଧର୍ମ ପରିବର୍ତ୍ତନ ବିଷୟ ଉପର ମତ ରଖି  ଏଆଇଏମ୍ଆଇଏମ୍ ନେତା ରସିଦ୍ କହିଛନ୍ତି ଯେଉଁ ବ୍ୟକ୍ତି ଇସଲାମ ଧର୍ମର ନୁହଁନ୍ତି ସେ ହିନ୍ଦୁ ଧର୍ମ ସମ୍ପ୍ରଦାୟର କ’ଣ ହେବେ ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ତାଙ୍କର ଶିଆ ୱାକଫ ବୋର୍ଡର ସଦସ୍ୟ ରଦ୍ଦ କରିବାକୁ  ଏଆଇଏମ୍ଆଇଏମ୍ ନେତା ଦାବି କରିଛନ୍ତି ।