Ashok Meets Fadnavis: ବିଜେପିରେ ମିଶିବେ କି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ?
Advertisement
Article Detail0/zeeodisha/odisha1332381

Ashok Meets Fadnavis: ବିଜେପିରେ ମିଶିବେ କି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ?

Maharastra Politics: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚହ୍ବାନ (Ashok Chavan) ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ କଳ୍ପନା ଜଳ୍ପନା ଜୋର ଧରିଛି।

ପ୍ରତୀକାତ୍ମକ

Maharastra Politics: ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ସରକାର ଭୁଷୁଡି ପଡିବା ସହିତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ରାଜ୍ୟର ନୂତନ ରାଜନୈତିକ ସମୀକରଣରେ ସିନ୍ଦେ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାବିସ୍ ବିଜେପିରୁ ଡେପୁଟି ସିଏମ୍ ଦାୟୀତ୍ବ ପରିଚାଳନା କରୁଛନ୍ତି। ବର୍ତ୍ତମାନ ସରକାରରେ ଶିବସେନାର ସହଯୋଗୀ ଥିବା କଂଗ୍ରେସର (Congress) ନେତା ମାନେ ଏକ ନୂଆ ଉପାୟ ଖୋଜୁଥିବା ଦେଖାଯାଉଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚହ୍ବାନ (Ashok Chavan) ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ କଳ୍ପନା ଜଳ୍ପନା ଜୋର ଧରିଛି। ଗଣେଶ ଦର୍ଶନର ଏକ କାର୍ଯ୍ୟକ୍ରମରେ ଅଶୋକ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କୁ  (Maharastra Dept CM Devendra Fadnavis) ମଧ୍ୟ ଭେଟିଥିଲେ।

ଦୁଇ ନେତାଙ୍କ ସାକ୍ଷାତକାର, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଓଏସଡି ଆଶିଷ କୁଲକର୍ଣ୍ଣିଙ୍କ ବାସଭବନରେ ହୋଇଥିଲା। ଏହି ବୈଠକରୁ ଅଶୋକ ଚହ୍ବାନଙ୍କ ବିଜେପିରେ ସାମିଲ ହେବା ନେଇ ଆକଳନ ଜୋର ଧରିଛି। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚହ୍ବାନ୍ କଂଗ୍ରେସ ଛାଡ଼ିବାର କଳ୍ପନାଜଳ୍ପନାକୁ ଖାରଜ କରିବା ସହ ଖୁବଶୀଘ୍ର ଦଳର ଭରତ ଯୋଡା ଯାତ୍ରାରେ ଯୋଗ ଦେବେ। ଫଡନାବିଶଙ୍କ ସାକ୍ଷାତ ଉପରେ ସେ କହିଥିଲେ ଯେ, ଗଣେଶ ଦର୍ଶନର ଏକ କାର୍ଯ୍ୟକ୍ରମରେ ଯାଇଥିଲେ, ଯେଉଁଠାରେ ଡେପୁଟି ସିଏମ୍ ମଧ୍ୟ ପହଞ୍ଚିଛନ୍ତି। କିନ୍ତୁ, ଏଭଳି କାର୍ଯ୍ୟକ୍ରମର ଅବସରରେ ହୋଇଥିବା କୌଣସି ବୈଠକକୁ ନେଇ ରାଜନୈତିକ କଳ୍ପନା ଜଳ୍ପନା କରାଯିବା ଉଚିତ ନୁହେଁ। ଫଡନାବିଶ ମଧ୍ୟ ଏହି ସାକ୍ଷାତକାରକୁ ନେଇ କହିଛନ୍ତି ଯେ, ଆମେ ଏହି କାର୍ଯ୍ୟକ୍ରମରେ ଅଲଗା ଅଲଗା ସମୟରେ ପହଞ୍ଚିଥିଲୁ। 

ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ମାହୋଲରେ ଅଶୋକ ଚହ୍ବାନଙ୍କ ବିଜେପି ନେତାଙ୍କ ନିକଟତର ହେବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ବିଧାନସଭାରେ ଉଦ୍ଧବଙ୍କ ନେତୃତ୍ୱାଧୀନ ମହାବିକାଶ ଆଘାଡି ସରକାରଙ୍କ ଫ୍ଲୋର ଟେଷ୍ଟରୁ ମଧ୍ୟ ନିଜକୁ ଦୂରରେ ରଖିଥିଲେ। ଏହା ବ୍ୟତୀତ ଚହ୍ବାନ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି, କାରଣ ପୃଥ୍ବୀରାଜ ଚହ୍ବାଣଙ୍କ ସମେତ ଅନ୍ୟ କେତେକ କଂଗ୍ରେସ ନେତା, ଦଳର କିଛି ବିଧାୟକ ଏମଏଲସି ନିର୍ବାଚନ ସମୟରେ କ୍ରସ ଭୋଟିଂ କରିଥିବା ନେଇ ଅଭିଯୋଗ କରିଥିଲେ। ମହାରାଷ୍ଟ୍ରରେ ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନ ସମୟରେ ଆଶିଷ କୁଲକର୍ଣ୍ଣି ରଣନୀତିଜ୍ଞ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏକ ଦଶନ୍ଧି ପୂର୍ବରୁ ତାଙ୍କର ଉଭୟ ଶିବସେନା ସୁପ୍ରିମୋ ବାଲ ଠାକରେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଏକ ସଂକ୍ଷିପ୍ତ କାର୍ଯ୍ୟକାଳ ଥିଲା। ସେ ମହାରାଷ୍ଟ୍ର ବିଜେପିରେ ରାଜ୍ୟ ପ୍ରଦେଶ ଉପାଧ୍ୟକ୍ଷ ଭାବେ ଯୋଗ ଦେବା ପୂର୍ବରୁ ଶିବସେନା ଏବଂ କଂଗ୍ରେସ ସହ କାର୍ଯ୍ୟ କରିଛନ୍ତି।

ଅଶୋକ ଚହ୍ବାନ ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଭାବରେ ବିବେଚନା କରାଯାଏ ଓ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କରରାଓ ଚହ୍ବାନଙ୍କ ପୁଅ। ଅଶୋକ ଚହ୍ବାନ୍ ମଧ୍ୟ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ନାମ ଆଦର୍ଶ ହାଉସିଂ ସୋସାଇଟି ଦୁର୍ନୀତି ମାମଲାରେ ସାମ୍ନାକୁ ଆସିଥିଲା, ଯାହା ପରେ ତାଙ୍କୁ ପଦ ଛାଡିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ସରକାରରୁ ବାହାର ହେବା ପରେ ସେମାନେ ନିଜର ନିଜର ନୂତନ ରାଜନୈତିକ ରାସ୍ତା ଖୋଜି ପାରନ୍ତି ବୋଲି ଆକଳନ କରାଯାଉଛି।