Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି
Advertisement
Article Detail0/zeeodisha/odisha1275064

Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି

Uttar Pradesh Politics: ବିଏସପି ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦ ଓମପ୍ରକାଶ ରାଜଭରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏପରି ସ୍ୱାର୍ଥପର ଲୋକଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। 

Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି

BSP jolts to OP Rajbhar: ସମାଜବାଦୀ ମେଣ୍ଟରୁ ବାହାରି ଯିବା ପରେ ବହୁଜନ ସମାଜ ପାର୍ଟି ସହ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରୁଥିବା ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଲାଗିଛି ଏକତ ବଡ ଝଟକା। ବିଏସପି ସୁପ୍ରିମୋ  ମାୟାବତୀଙ୍କ ପୁତୁରା ତଥା ଦଳର ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦ ଓମପ୍ରକାଶ ରାଜଭରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏପରି ସ୍ୱାର୍ଥପର ଲୋକଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। ନିକଟରେ ଓମ ପ୍ରକାଶ ରାଜଭର ଆସନ୍ତା ନିର୍ବାଚନରେ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାର ଜବାବ ରଖି  ଆକାଶ ଆନନ୍ଦ ରାଜଭରଙ୍କ ନାଁ ନ ନେଇ କହିଛନ୍ତି ଯେ ସୁବିଧାବାଦୀ ନେତା ବିଏସପି ସୁପ୍ରିମୋ ମାୟାବତୀଙ୍କ ସହାୟତାରେ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି।

ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି ସୁପ୍ରିମୋ ମାୟାବତୀଙ୍କ (BSP Supremo Mayawati) ପୁତୁରା ଆକାଶ ଆନନ୍ଦ (Akash Anand) ଟ୍ୱିଟ୍ କରି କହିଛନ୍ତି ଯେ ମାୟାବତୀ ସରକାରଙ୍କ (Mayawati Govt) ଶାସନ, ପ୍ରଶାସନ, ଅନୁଶାସନକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି। ହେଲେ କିଛି ସୁବିଧାବାଦୀ ରାଜନେତା ତାଙ୍କ ସାହାଯ୍ୟରେ ନିଜର ରାଜନୈତିକ ଦୋକାନ ଚଳାଇବାକୁ ଚେଷ୍ଟା କରୁଛନ୍ତି। ଏପରି ସ୍ୱାର୍ଥପର ଲୋକଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ।

ବିଏସପି ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦଙ୍କ (BSP National Coordinator Akash Anand) ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ (SBSP President) ଓମପ୍ରକାଶ ରାଜଭର (Om Prakash Rajbhar) ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଗତ ରବିବାର ରବିବାର ଦିନ ଜୌନପୁର ଠାରେ ଏସବିଏସପି ଅଧ୍ୟକ୍ଷ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ତାଙ୍କ ଦଳ ବିଏସପି ସହିତ ହାତ ମିଳାଇବା ଆବଶ୍ୟକ।  

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଏସବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ (SBSP Samjwadi Party Alliance) କରି ନିର୍ବାଚନ ଲଢିଥିଲା। ମାତ୍ର ଏହି ମେଣ୍ଟ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ସେହିପରି ଗତ ୨୦୧୭ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2017) ଏସବିଏସପି ବିଜେପି ସହ ମେଣ୍ଟ (SBSP BJP Alliance) କରି ନିର୍ବାଚନ ଲଢିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ ଦଳର ଅଧ୍ୟକ୍ଷ ଓମପ୍ରକାଶ  ରାଜଭର। ମାତ୍ର ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାଙ୍ଗି ଯାଇଥିଲା ଏସବିଏସପି-ବିଜେପି ମେଣ୍ଟ। ଏବେ ଏସବିଏସପି ବିଏସପି ସହ ମେଣ୍ଟ (SBSP BSP Alliance) କରିବାକୁ ଆଗ୍ରହୀ ହୋଇଉଠିଛି।

Also Read: UP Politics: ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ପ୍ରତିକ୍ରିୟା ରଖିଲେ ଓମ ପ୍ରକାଶ ରାଜଭର