VK Pandian: ହଟିଲା ସରକାର ହଟିଲା ପାୱାର, ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ
Advertisement
Article Detail0/zeeodisha/odisha2287294

VK Pandian: ହଟିଲା ସରକାର ହଟିଲା ପାୱାର, ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ

VK Pandian: ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିବା ନଜିର ଥିଲା।

 

VK Pandian: ହଟିଲା ସରକାର ହଟିଲା ପାୱାର, ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ

VK Pandian: ସରକାର ବଦଳିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳିଲେ। ଆସନ୍ତା ୧୨ତାରିଖରେ ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହାରି ମଧ୍ୟରେ ଏକ ରୋଚକ ଘଟଣା ସମ୍ନାକୁ ଆସିଛି। ଆଜି ଭୁବନେଶ୍ୱର ୟୁନିଟ୍‌- ୬ରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ କ୍ୱାର୍ଟର ନଂ ଭିଆଇଆର୍‌- ୭ ଆଗରେ ଲଗାଯାଇ ଥିବା ସୁରକ୍ଷାବାଡ଼ ବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ଆଜି ଏହି ଘଟଣା ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ବିଜେଡିର ପରାଜୟ ପାଇଁ ଗତକାଲି ପାଣ୍ଡିଆନ ବିଜେଡି କର୍ମୀଙ୍କୁ ଭୁଲ ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଥିଲେ। 

ଅନ୍ୟପଟେ ରାଜ୍ୟରେ ବିଜେଡି ସରକାର ଥିବା ବେଳେ ପାଣ୍ଡିଆନଙ୍କ(VK Pandian) ବାସଭବନକୁ ସୁରକ୍ଷା ଦିଆଯାଇଥିଲା। ଏପରିକି ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ୍ ମଧ୍ୟ କରାଯାଇଥିଲା। ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ବ୍ୟାରିକେଡ୍ କୁ ଆବଶ୍ୟକ ସ୍ଥଳେ ଖୋଲା ଯାଉଥିଲା ଓ ଏହାକୁ ବନ୍ଦ କରି ଦିଆଯାଉଥିଲା । ବ୍ୟାରିକେଡ୍‌ ପାଖରେ ପୋଲିସ ମଧ୍ୟ ଜଗି ରହୁଥିଲା। ତେବେ ବିଜେଡି ସରକାର କ୍ଷମତାରୁ ହଟିବା ପରେ ଏବେ ପଣ୍ଡିଆନଙ୍କ ଘର ଆଗରୁ ଏହି ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ସେହିପରି ବିଜେଡି ସରକାର କ୍ଷମତାରେ ଥିବାବେଳେ ପାଣ୍ଡିଆନଙ୍କ ବାସଭନବ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ସୁରକ୍ଷାକର୍ମୀ ରାତିଦିନ ଜଗି ରହୁଥିଲେ। କ୍ୱାର୍ଟରକୁ ଜଗି ରହିଥିବା ସୁରକ୍ଷାକର୍ମୀ ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଟିଏ ମିନିଟ୍ ସେଠାରେ ଠିଆ ହେବାକୁ ଅନୁମତି ଦେଉ ନଥିବା ନଜିର ଥିଲା । 

Also Read: VK Pandian: ୪ ମିନିଟ୍ ଭିଡିଓରେ ଅନୁତାପ ପଶ୍ଚାତାପ କମ୍, ଆତ୍ମପ୍ରଂଶସା ବେଶୀ!