Advertisement
Article Detail0/zeeodisha/odisha2286417
Zee OdishaOdisha TrendingVK Pandian: ୪ ମିନିଟ୍ ଭିଡିଓରେ ଅନୁତାପ ପଶ୍ଚାତାପ କମ୍, ଆତ୍ମପ୍ରଂଶସା ବେଶୀ!

VK Pandian: ୪ ମିନିଟ୍ ଭିଡିଓରେ ଅନୁତାପ ପଶ୍ଚାତାପ କମ୍, ଆତ୍ମପ୍ରଂଶସା ବେଶୀ!

VK Pandian: ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗୁଛି ବୋଲି କହିଥିଲେ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରିକରି ଘୋଷଣା କରିଥିଲେ କାର୍ତ୍ତିକ ପାଣ୍ଡିଆନ।

 

VK Pandian: ୪ ମିନିଟ୍ ଭିଡିଓରେ ଅନୁତାପ ପଶ୍ଚାତାପ କମ୍, ଆତ୍ମପ୍ରଂଶସା ବେଶୀ!

VK Pandian: ପୂରା ଓଡ଼ିଶାବାସୀ ଜାଣିଥିବେ ଯେ, ଭି କେ ପାଣ୍ଡିଆନ(Vk Pandian) ଜଣେ ବ୍ୟୁରୋକ୍ରାଟ ଅର୍ଥାତ୍ ଆଇଏଏସ ଅଫିସର ଥିଲେ। ହେଲେ କ୍ଷମତା ରେ ନଥାଇ ବି ସେ ବିଜେଡି ସହ କାମ କରୁଥିଲେ ଓ ନବୀନ ଙ୍କ ପାଖେ ପାଖେ ରହୁଥିଲେ। ଯାହାକୁ ନେଇ ବିରୋଧୀ ମାନେ ବି ଜୋରଦାର ଟାର୍ଗେଟ୍ କରିଥିଲେ ପରେ ଭିକେ ପାଣ୍ଡିଆନ ସ୍ୱଇଚ୍ଛାରେ ଅବସର ଗ୍ରହଣ କରି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ହେଲେ ବିଜେଡିରେ ଯୋଗଦେବା ପରେ ସତେ ଯେପରି ଅନ୍ୟ ତୁଙ୍ଗ ନେତା ସତେ ଯେମିତି ଲୁଚି ଯାଇଥିଲେ। ନା କେହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁଥିଲେ ନା ନିଜ ସମସ୍ୟା କହିପାରୁଥିଲେ। ଅନେକ ବଡ଼ ବଡ଼ ନେତା କୋଣଠେସା ହୋଇ ରହିଗଲେ। ନିର୍ବାଚନ ସମୟରେ ସବୁଠୁ ଆଗରେ ରହୁଥିଲେ ଭିକେ ପାଣ୍ଡିଆନ। ଏତେବଡ଼ ସଂଗଠନର ମେକର ହେବାକୁ ଯାଇ ସମସ୍ତଙ୍କୁ ପଛରେ ଛାଡ଼ି ଏକଛତ୍ରବାଦୀ ଭାବେ ରାଜ୍ୟରେ ବୁଲିଲେ ପାଣ୍ଡିଆନ। 

ତେବେ ଆଜି ନିଜେ ସେୟାର କରିଥିବା ଭିଡିଓରେ କିଛି ଏମିତି କହିଥିଲେ ପାଣ୍ଡିଆନ(VK Pandian Video)। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହେବା ପରେ ସରକାରୀ ସ୍କୁଲରୁ ପାଠ ପଢା ଶେଷ। ଆଇଏଏସ ଅଫିସର ଭାବେ ମୁଁ ମୟୂରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ କାର୍ଯ୍ୟ କରିଛି । ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି । ୨୦୨୩ରେ ଆଇଏଏସ ରୁ ଅବସର ନେଇ ନଭେମ୍ବର ୨୭ରେ ରାଜନୀତିରେ ଯୋଗ ଦେଇଥିଲି । ସେ କହିଥିଲେ ଯେ କୋରୋନା ସମୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ସମୀକ୍ଷା କରିଥିଲି ଏବଂ ବାତ୍ୟା ସମୟରେ ନବୀନ ବାବୁଙ୍କୁ ସହଯୋଗ କରିଥିଲି । ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳକୁ ପରାଜୟ କରିଛି । ହାତ ଯୋଡ଼ି ବିଜେଡିର କର୍ମୀମାନଙ୍କୁ କ୍ଷମା ମାଗୁଛି ବୋଲି କହିଥିଲେ ପାଣ୍ଡିଆନ । ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ । ଭିଡ଼ିଓ ବାର୍ତ୍ତା ଜାରିକରି ଘୋଷଣା କରିଥିଲେ କାର୍ତ୍ତିକ ପାଣ୍ଡିଆନ।

ତେବେ ଏହି ଭିଡିଓକୁ ନେଇ ଏବେ ଅନେକ ଚର୍ଚ୍ଚା ଦେଖାଦେଇଛି। କୁହାଯାଉଛି ଯେ, ଏମିତି ଭିଡିଓ ରିଲିଜ କରି ସେ ଓଡ଼ିଶାବାସୀ ଙ୍କ ଇମୋସନ ହେବାକୁ ଚେଷ୍ଟା କରିଛନ୍ତି ଅର୍ଥାତ୍, ତାଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଧାରଣା ଅଛି ତାହା ଦୂରେଇ ଯିବ। କିନ୍ତୁ ଏପରି ଭିଡିଓ ପଛରେ ନବୀନଙ୍କ(Naveen Patnaik) ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ କହିଥିଲେ ଯେ, Pandian Doing Excellent Job. ଆଉ ଏହି ବୟାନ ପରେ ବିଜେଡି ମଧ୍ୟରେ ଧିରେ ଧିରେ ବିଦ୍ରୋହ କୁହୁଳୁଥିଲା ତେଣୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ପାଣ୍ଡିଆନ ଏପରି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

Add Zee News as a Preferred Source

Also Read: VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

Also Read: VK Pandian: ବଡ଼ ଯୋଜନାରେ ଭିକେ ପାଣ୍ଡିଆନ୍! ଏମିତି କରିବେ କମବ୍ୟାକ୍

About the Author