ପୁରୀରେ ସାଂସଦ ଅପରାଜିତାଙ୍କ ଶୋଭାଯାତ୍ରା ଉପରେ ଟମାଟୋ ମାଡ଼
Advertisement

ପୁରୀରେ ସାଂସଦ ଅପରାଜିତାଙ୍କ ଶୋଭାଯାତ୍ରା ଉପରେ ଟମାଟୋ ମାଡ଼

ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ ସ୍ଥଗିତ ପରେ ବୁଧବାର ସାଂସଦ ଅପରାଜିତା ଷଡଙ୍ଗୀ (Aparajita Sarangi) , ପୁରୀ ଗସ୍ତ କରିଛନ୍ତି। ପୁରୀ (Puri) ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ଅଟକାଇ ଥିଲା। କିଛି ବାଟ ପଦଯାତ୍ରାରେ ଯିବା ପରେ ଚନ୍ଦନପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଥିଲା।

ସୌ- ସୋସିଆଲ ମିଡିଆ

ପୁରୀ: ବଡଦାଣ୍ଡରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଶୋଭାଯାତ୍ରା ଉପରେ ଟମାଟୋ ମାଡ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ଗସ୍ତ ବେଳେ ଜଣେ ଯୁବକ ସାଂସଦଙ୍କ ଗାଡିକୁ ଟାର୍ଗେଟ କରି ଟମାଟୋ ଫିଙ୍ଗିଥିଲେ। ଏହି କାଣ୍ଡ ଭିଆଇଥିବା ଯୁବକ ଜଣେ କଂଗ୍ରେସ କର୍ମୀ ବୋଲି ସୂଚନା ମିଳିଛି। ବୁଧବାର ପୁରୀ ଯାଇ ସାଂସଦ ଅପରାଜିତା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀ ଗସ୍ତ ସମୟରେ ତାଙ୍କ ଗାଡିକୁ ବାଟରେ ପୋଲିସ ଅଟକାଇଥିବା କୁହାଯାଉଛି।

ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ ସ୍ଥଗିତ ପରେ ବୁଧବାର ସାଂସଦ ଅପରାଜିତା ଷଡଙ୍ଗୀ (Aparajita Sarangi) , ପୁରୀ ଗସ୍ତ କରିଛନ୍ତି। ପୁରୀ (Puri) ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ଅଟକାଇ ଥିଲା। କିଛି ବାଟ ପଦଯାତ୍ରାରେ ଯିବା ପରେ ଚନ୍ଦନପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଥିଲା। ପୁରୀରେ ପହଞ୍ଚିବା ପରେ ଅପରାଜିତା ଡାକ୍ତରଖାନା ଛକରୁ ପୁଣି ଥରେ ପଦଯାତ୍ରା କରି ଶ୍ରୀମନ୍ଦିର (Sirmandir) ଯାଏ ଯାଇଥିଲେ। ଏହି ସମୟରେ ବିଜେପି ସାଂସଦ (BJP MP) ଙ୍କ ସହ ଶହଶହ ସମର୍ଥକ ମଧ୍ୟ ପଦଯାତ୍ରାରେ ବାହାରିଥିଲେ।

Also Read: ରଥଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ଲାଗି ୧୧ ମୃତ ଓ ୧୫ ଆହତ, ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍

ବାଟରେ ପୋଲିସ ଅଟକାଇବା ପରେ ବିଜେପି ସାଂସଦ (Bhubaneswar MP) କହିଥିଲେ, 'ମୁଁ ଜଣେ ଭକ୍ତ କେମିତି ମହାପ୍ରଭୁଙ୍କ ପାଖକୁ ଯାଇପାରିବିନି ସେଥିପାଇଁ ଦିନରାତି ଲାଗିଛନ୍ତି ରାଜ୍ୟ ସରକାର। ଏହା ଖୁବ୍ ଆଶ୍ଚର୍ଯ୍ୟକର କଥା। ମୁଁ ପାଦରେ ଚାଲିକି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଁଛି। ମୁଁ ଏକାକି ଚାଲିକି ଯାଇ ଦର୍ଶନ କରିବି।' ବଡଦେଉଳ ପହଞ୍ଚି ଅପରାଜିତା ବଡଦାଣ୍ଡରେ ମହାପ୍ରଭୁଙ୍କୁ ଅଷ୍ଟାଙ୍ଗ ପ୍ରଣାମ ଜଣାଇଛନ୍ତି। ବଡଠାକୁରଙ୍କୁ ଦର୍ଶନ କରିବା ସମୟରେ ସେ ଭାବବିହ୍ୱଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା। 

ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅପରାଜିତା ଷଡଙ୍ଗୀ ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଜନୀତିର ଉର୍ଦ୍ଧ୍ୱରେ ଜଗନ୍ନାଥ ମନ୍ଦିରର ସୁରକ୍ଷା। ମନ୍ଦିରର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଶ୍ରୀମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛି। ଆଇନ୍ ପରିସରରେ ରହି ସରକାର କାମ କରିବା ଉଚିତ୍ ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି। ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଆକ୍ଷେପ କରି ଅପରାଜିତା କହିଛନ୍ତି ଯେ, ଯଦି ପୁରୀ ସାଂସଦ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ଜାଣିବେନି ତେବେ ଲୋକେ କିପରି ଜାଣିବେ। ପୁରୀର ଲୋକପ୍ରତିନିଧି ପୁରୀର କାର୍ଯ୍ୟ ବିଷୟରେ ନଯାଣିବା ନିହାତି ଭାବେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ।

Also Read: ଶ୍ରୀମନ୍ଦିର କରିଡର ପ୍ରକଳ୍ପ ପ୍ରସଙ୍ଗ; ଫେସବୁକରେ ସମ୍ବିତ ପାତ୍ର ଲେଖିଲେ ଲମ୍ବା ଚଉଡା ପୋଷ୍ଟ, ଟାର୍ଗେଟରେ ରାଜ୍ୟ ସରକାର

ସେ ପୁଣି କହିଛନ୍ତି ଯେ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ପୁରୀ ଆସିନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି। ଆଇନ ପରିସରରେ ରହି ମନ୍ଦିରର ସୁରକ୍ଷା ଦେଖି ନିର୍ମାଣ ହେଉ। ଆମକୁ ଏନେଇ ASIର ମତାମତ ଦରକାର। କ'ଣ ପାଇଁ ଗୃହ କମିଟି ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଯାଇନାହିଁ? ଏଏସଆଇ ଅନୁମତି ନ ନେଇ କାମ କେମିତି ହେଲା? ସରକାରଙ୍କୁ ୩୦ଫୁଟ ଗାତ ଖୋଳିବାକୁ କେଉଁ ଇଞ୍ଜିନିୟରଙ୍କୁ କହିଲେ? କାମ ହେଉଛି ସ୍ଥାନୀୟ ସାଂସଦ ଜାଣିପାରିଲେନି କେମିତି? ଯଦି କିଛି ଲୁଚାଇବାର ନାହିଁ, ତେବେ ଏତେ ଭୟ କାହିଁକି? କାହିଁକି ଗଜପତି ମହାରାଜଙ୍କ ସାହାରା ନେବାକୁ ପଡିଲା? ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଜଣେ ଯୁବକ ଅପରାଜିତାଙ୍କ ଗାଡିକୁ ଲକ୍ଷ୍ୟ କରି ଟମାଟୋ ଫିଙ୍ଗିଥିଲେ। ଟମାଟୋ ଫିଙ୍ଗିଥିବା ସଂପୃକ୍ତ ବ୍ୟକ୍ତି ଯୁବ କଂଗ୍ରେସ କର୍ମୀ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁକୁ ନେଇ ବରିଷ୍ଠ ସେବାୟତ, ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚିଳନା କମିଟି ସଦସ୍ୟ କହିଛନ୍ତି ଯେ, ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରୁ ରଖି ବଡ ଦେଉଳ ଚତୁଃପାର୍ଶ୍ଵର ଯେଉଁ ନିର୍ମାଣ କାର୍ଯ୍ୟ ଜାରି ରହିଛି ତାହା ସ୍ବାଗତଯୋଗ୍ୟ। ଏହି ନିର୍ମାଣ କାର୍ଯ୍ୟକୁ ଯେଉଁ ରାଜନୈତିକ ଦଳ ଓ ସଙ୍ଗଠନ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ ରୁହନ୍ତୁ।