ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Advertisement
Article Detail0/zeeodisha/odisha1219826

ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Bihar CM Nitish Kumar: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ସେ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଦୌଡ଼ରେ ସେ ନାହାଁନ୍ତି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଭୋଟ ଗଣନା ୨୧ ଜୁଲାଇରେ ହେବ।

ନିଜର ସାପ୍ତାହିକ ଜନସମ୍ପର୍କ କାର୍ଯ୍ୟକ୍ରମରେ ମତ ରଖି  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ମୁଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଦୌଡ଼ରେ ନାହିଁ ଏବଂ ମୁଁ କୌଣସି ସ୍ଥାନକୁ ଯାଉନାହିଁ। ଏନେଇ ଯେଉଁ ଖବର ପ୍ରକାଶିତ ହେଉଛି ତାହା ଭିତ୍ତିହୀନ ଏବଂ କେବଳ କଳ୍ପନାଜଳ୍ପନା ମାତ୍ର। 

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ସମ୍ପର୍କରେ ବିହାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ବିବୃତ୍ତି ବାବଦରେ ଯେତେବେଳେ ତାଙ୍କୁ ପଚରାଗଲା ସେତେବେଳେ ଏହାର ଜବାବ ରଖି ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର  ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଦୌଡ଼ରେ ସାମିଲ ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ୍ୟ ବୋଲି କହିଥିଲେ ବିହାର ମନ୍ତ୍ରୀ ଶ୍ରବଣ କୁମାର।  

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଗତ ଜୁନ ୯ ତାରିଖରେ କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ବିହାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ଶ୍ରବଣ କୁମାର କହିଥିଲେ ତାଙ୍କ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ରାଷ୍ଟ୍ରପତି ହେବା ଲାଗି ସମସ୍ତ ଯୋଗ୍ୟତା ରହିଛି। ବିହାର ବାସିନ୍ଦା ହୋଇଥିବାରୁ ମୁଁ ଚାହୁଁଛି ଆମ ଦଳର ନେତା ନୀତୀଶ କୁମାର ଦେଶର ରାଷ୍ଟ୍ରପତି ହୁଅନ୍ତୁ। 
ଯଦିଓ ମୁଁ ଏହି ଦୌଡରେ ନାହିଁ ମାତ୍ର ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ସେ ଦେଶର ରାଷ୍ଟ୍ରପତି ହେବେ। 

ରାଷ୍ଟ୍ରପତି ଦୌଡରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମିଲ ହୋଇଥିବା ନେଇ ସେତେବେଳେ ପ୍ରଥମେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେତେବେଳେ ଏନସିପି ନେତା ନବାବ ମଲିକ ଗତ ଫେବୃଆରୀ ମାସରେ ଏକଥା ଉଠାଇଥିଲେ। ଏନେଇ ସେ କହିଥିଲେ ଯେ ଯଦି ନୀତୀଶ କୁମାର ବିଜେପି ସହି ସମ୍ପର୍କ ଭାଙ୍ଗନ୍ତି ତାହେଲେ ଶରଦ ପାୱାରଙ୍କ ନେତୃତ୍ୱରେ ତାଙ୍କ ଦଳ ଏନସିପି ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ସମର୍ଥନ କରିବାକୁ ପ୍ରସ୍ତୁତ ଅଛି।

ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସବା ନିର୍ବାଚନରେ ଟଙ୍କା କାରବାର ଏବଂ ଅନ୍ୟାନ୍ୟ ଭ୍ରଷ୍ଟ କାର୍ଯ୍ୟ ବିହାରରେ ଦେଖିବାକୁ ମିଳିନାହିଁ। ହେଲେ ଯେଉଁ ରାଜ୍ୟରେ ଏଭଲି କାମ ହୋଇଛି ସେମାନେ ବିହାର ଠାରୁ ଶିକ୍ଷା ଲାକ୍ଷ କରିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ଏନସିପି ସୁପ୍ରିମୋ ଶରଦ ପାୱର