Bihar Politics: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଲେ ଜେଡିୟୁ ବିଧାୟିକା ବୀମା ଭାରତୀ
Advertisement
Article Detail0/zeeodisha/odisha1307235

Bihar Politics: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଲେ ଜେଡିୟୁ ବିଧାୟିକା ବୀମା ଭାରତୀ

Bima Bharti on Lesi Singh: ବିହାର ଧମଦାହା ବିଧାନସଭା ଆସନର ବିଧାୟିକା ଲେସି ସିଂହଙ୍କୁ  ମନ୍ତ୍ରୀ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୂପୌଲି ବିଧାୟିକା ବୀମା ଭାରତୀ।

Bihar Politics: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଲେ ଜେଡିୟୁ ବିଧାୟିକା ବୀମା ଭାରତୀ

Bima Bharti targets Nitish Kumar: ବିହାର କ୍ୟାବିନେଟ ସମ୍ପ୍ରସାରଣ ପରେ ଦଳର ପ୍ରତିଷ୍ଠାତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟର ରୂପୌଲି ଆସନର ଜେଡିୟୁ ବିଧାୟିକା ବୀମା ଭାରତୀ। ରାଜ୍ୟର ଧମଦାହା ବିଧାନସଭା ଆସନର ବିଧାୟିକା ଲେସି ସିଂହଙ୍କୁ ମନ୍ତ୍ରୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଭୁଲ ଲୋକଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି ବୋଲି ଜେଡିୟୁ ବିଧାୟିକା ବୀମା ଭାରତୀ କହିଛନ୍ତି।

ଧମଦାହା ବିଧାନସଭା ଆସନର ଜେଡିୟୁ ବିଧାୟିକା ଲେସି ସିଂହଙ୍କୁ (Dhamdaha MLA Lesi Singh) ମନ୍ତ୍ରୀ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୂପୌଲି ବିଧାୟିକା ବୀମା ଭାରତୀ (Rupauli MLA Bima Bharti)। ଏନେଇ ସେ କହିଛନ୍ତି ଲେସି ସିଂହ ହତ୍ୟାକାଣ୍ଡ ଭିଆଇଛନ୍ତି। ତଥାପି ତାଙ୍କୁ ମନ୍ତ୍ରୀ କରାଯାଇଛି। ଲେସି ସିଂହ ଦଳ ବିରୋଧି କାର୍ଯ୍ୟକଳାପ ସହିତ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar) ଲେସି ସିଂହଙ୍କୁ ମନ୍ତ୍ରୀ ପଦରୁ ହଟାନ୍ତି ନାହିଁ ତାହେଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବି। ଲେସି ସିଂହ ନିଜ ସ୍ୱାର୍ଥ ପାଇଁ ହତ୍ୟାକାଣ୍ଡ କରୁଥିବା କହିଛନ୍ତି ବୀମା ଭାରତୀ। 

ଅଗଷ୍ଟ ୧୬ ମଙ୍ଗଳବାର ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାରର (Bihar Grand Alliance Govt) ହୋଇଥିଲା କ୍ୟାବିନେଟ ସମ୍ପ୍ରସାରଣ (Bihar CabinetExpansion)। ଯେଉଁଥିରେ ୩୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହି ମନ୍ତ୍ରୀଙ୍କ ତାଲିକାରେ ଲେସି ସିଂହଙ୍କ ସାମିଲ ଅଛନ୍ତି। ଲେସି ସିଂହ ତୃତୀୟ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଖାଦ୍ୟ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗ ପ୍ରଦାନ କରାଯାଇଛି।

Also Read: Bihar Minister Kartik Kumar: ମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ, ଚୁପ ରହିଲେ ମୁଖ୍ୟମନ୍ତ୍ରୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ଗଠନ ହେବା ମାତ୍ରେ ବିବାଦ ଘେରର ରହିଛି। ଅପହରଣ ମାମଲାରେ ବିହାରର ନୂତନ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ (Bihar Law Minister Kartik Kumar) ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଅପହରଣ ମାମଲାରେ ତାଙ୍କୁ  ଅଗଷ୍ଟ ୧୬ ତାରିଖରେ ଅଦାଲତରେ ହାଜର ହେବାର ଥିଲା। ମାତ୍ର ସେହି ଦିନ ସେ ଅଦାଲତରେ ହାଜର ନହୋଇ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିରୋଧି ବର୍ତ୍ତମାନ ଏହି ପ୍ରସଙ୍ଗରେ ମହାମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି।

ଗତ ୨୦୧୪ ବର୍ଷରେ ହୋଇଥିବା ଏକ ଅପହରଣ ଘଟଣାର ଅଭିଯୁକ୍ତ ହେଉଛନ୍ତି ବିହାର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହ। ଏହି ମାମଲାରେ ସେ  ଅଦାଲତରେ ଆତ୍ମସମର୍ପଣ କରିନାହାଁନ୍ତି କିମ୍ବା ଜାମିନ ଆବେଦନ କରିନାହାଁନ୍ତି। ଅପହରଣ ମାମଲାରେ ତାଙ୍କୁ ଅଗଷ୍ଟ ୧୬ ତାରିଖରେ ତାଙ୍କୁ ଅଦାଲତରେ ହାଜର ହେବାର ଥିଲା। ମାତ୍ର ମାତ୍ର ସେହି ଦିନ ସେ ଅଦାଲତରେ ହାଜର ନହୋଇ ରାଜଭବନ ଠାରେ ପହଞ୍ଚି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Also Read: Bihar Minister Kartik Kumar: ବିହାର ଆଇନ ମନ୍ତ୍ରଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ଏହି ଘଟଣାରେ ପ୍ରତିକ୍ରିୟା ରଖି ପୂର୍ବତନ ବିହାର ମନ୍ତ୍ରୀ (Former Bihar Minister) ତଥା ବିଜେପି ବିଧାୟକ ନୀତିନ ନବୀନ (BJP MLA Nitin Naveen) କହିଛନ୍ତି ଯେ ମହାମେଣ୍ଟ ସରକାରର ତାହାର ଟ୍ରେଲର ଦେଖାଇବା ଆରମ୍ଭ ହୋଇଛି। ଏବେ ପୁରା ଫିଲ୍ମ ବାକି ରହିଛି। ସରକାରରେ କେବଳ ସେହି ଲୋକ ଅଛନ୍ତି ଯେଉଁମାନେ ୨୦୦୫ ପୂର୍ବରୁ ଜଙ୍ଗଲରାଜ ପୃଷ୍ଠପୋଷକ ଥିଲେ। ବର୍ତ୍ତମାନ ରାଜ୍ୟରେ ଦୁର୍ନୀତି ମଡେଲ ସରହ ଜଙ୍ଗଲରାଜ ମଡେଲ ଚାଲିଛି।