Bihar CM: ପଦ ଛାଡିବାକୁ ନୀତିଶ କୁମାରଙ୍କୁ ଦିଆଗଲା ସମୟ, ଆରଜେଡି ଉଦ୍ଦେଶ୍ୟରେ ଜବାବ ରଖିଲା ଜେଡିୟୁ
Advertisement
Article Detail0/zeeodisha/odisha1375920

Bihar CM: ପଦ ଛାଡିବାକୁ ନୀତିଶ କୁମାରଙ୍କୁ ଦିଆଗଲା ସମୟ, ଆରଜେଡି ଉଦ୍ଦେଶ୍ୟରେ ଜବାବ ରଖିଲା ଜେଡିୟୁ

Bihar Chief Minister: ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୁଣି ଥରେ ସରଗରମ ହୋଇଉଠିଛି ବିହାର ରାଜନୀତି।

Bihar CM: ପଦ ଛାଡିବାକୁ ନୀତିଶ କୁମାରଙ୍କୁ ଦିଆଗଲା ସମୟ, ଆରଜେଡି ଉଦ୍ଦେଶ୍ୟରେ ଜବାବ ରଖିଲା ଜେଡିୟୁ

Bihar Politics: ମୁଖ୍ୟମନ୍ତ୍ରୀ ପଦକୁ ବିଭିନ୍ନ ସମୟରେ ସରଗରମ ହୋଇଉଠୁଛି ବିହାର ରାଜନୀତି। ସଦ୍ୟ ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ଜନତା ଦଳ ବିହାର ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଦେଇଥିବା ବୟାନକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ହଟଚମଟ। ଏପରିକି ମୁଖ୍ୟମନ୍ତ୍ରୀ ପଡ ଛାଡିବା ନେଇ ନୀତିଶ କୁମାରଙ୍କୁ ସମୟ ସୀମା ଦେଇ ଦେଇଥିଲା ଆରଜେଡ଼ି। 

ନିକଟରେ ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal) ଆରଜେଡି ବିହାର ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ (Bihar RJD President Jagdanand Singh) କହିଥିଲେ ଯେ ନୀତୀଶ କୁମାର ଆସନ୍ତା ବର୍ଷ ବିହାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତେଜସ୍ୱୀ ଯାଦବଙ୍କୁ (Tejashwi Yadav) ହସ୍ତାନ୍ତର କରିବେ। ହେଲେ ଏହି ବୟାନ ଦେବାର ଗୋଟିଏ ଦିନ ପରେ ଆରଜେଡି ନେତା କହିଛନ୍ତି ଯେ ଦେଶକୁ ଆଗେଇ ନେବା ପାଇଁ ତାଙ୍କ ଭଳି ଜଣେ ବଡ ସମାଜବାଦୀ ନେତାଙ୍କ ପାଖରେ କ୍ଷମତା ରହିଛି।

ଗତ ଶୁକ୍ରବାର ଦିଲ୍ଲୀରୁ ପାଟନା ଫେରିବା ପରେ ଆରଜେଡି ନେତା ଜଗଦାନନ୍ଦ ସିଂହ କହିଛନ୍ତି ଯେ ଯଦି ନୀତୀଶ କୁମାର ୨୦୨୪ ବର୍ଷରେ ଦେଶର ନେତୃତ୍ୱ ନେବେ, ତାହେଲେ ସେ ତେଜସ୍ୱୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବେ। ଏହା ହେଉଛି ମୋର ବିବୃତ୍ତି ଏବଂ ଏହାର କୌଣସି ସମୟ ସୀମା ନାହିଁ।

ମୋର ବିବୃତ୍ତିକୁ ଗଣମାଧ୍ୟମ ଦ୍ୱାରା ବିକୃତ କରାଯାଇଛି। ମୁଁ କହିଛି ଯେ ତେଜସ୍ୱୀ ଯାଦବ ବିହାରର ଜଣେ ଲୋକପ୍ରିୟ ଯୁବ ନେତା ଏବଂ ସମସ୍ତେ ତାଙ୍କୁ ଆଡ଼କୁ  ଦେଖୁଛନ୍ତି। ସେ 10 ଲକ୍ଷ ଚାକିରିର ପ୍ରତିଶୃତି ଦେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବିହାରରେ କ୍ଷମତାସୀନ ମହାମେଣ୍ଟ ସରକାର ରାଜ୍ୟର ବେରୋଜଗାରଙ୍କୁ ନିଯୁକ୍ତି ପତ୍ର ଦେବା ଆରମ୍ଭ କରିଛନ୍ତି। ରୋଜଗାର ପ୍ରସଙ୍ଗରେ ମହାମେଣ୍ଟ ସରକାର ଦେଇଥିବା ପ୍ରତିଶୃତି ପୂରଣ କରୁଛନ୍ତି।

Also Read: Bihar Politics: ଯେବେ ଲାଲୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପୁରା ତାକତ ଲଗାଇଥିଲେ ନୀତୀଶ କୁମାର

ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାର ଅମଳରେ ବେରୋଜଗାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମାନେ ବେରୋଜଗାର ଲୋକଙ୍କୁ ରୋଜଗାର ଦେଉନାହାଁନ୍ତି। ବର୍ତ୍ତମାନ ଆମେ ଏହାକୁ ବିହାରରେ ଆରମ୍ଭ କରିଛୁ ଏବଂ ବେକାର ହୋଇ ବସିଥିବା ଲୋକଙ୍କୁ ରୋଜଗାର ଦେଉଛୁ।ଉତ୍ପାଦନ ବୃଦ୍ଧି ଆଶାରେ ଆମେ ଚାକିରି ପ୍ରଦାନ କରୁଛୁ। ଏହା ଲୋକଙ୍କ ରୋଜଗାର ଶକ୍ତି ଏବଂ ସେମାନଙ୍କର କ୍ରୟ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ।

ବିହାର ଆରଜେଡି ଅଧ୍ୟକ୍ଷଙ୍କ ବ୍ୟତୀତ ଦଳୀୟ ବିଧାୟକ ଭାଇ ବୀରେନ୍ଦ୍ର (RJD MLA Bhai Virendra) ମଧ୍ୟ କହିଛନ୍ତି ଯେ ଯେତେବେଳେ ନୀତୀଶ କୁମାର କେନ୍ଦ୍ରରେ ରାଜନୀତି କରିବେ ସେତେବେଳେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଆବଶ୍ୟକ। ବିହାର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଆରଜେଡି ନେତାଙ୍କ ପକ୍ଷରୁ ରଖା ଯାଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା କହିଛନ୍ତି ଜଗଦାନନ୍ଦ ସିଂହଙ୍କ ବିବୃତ୍ତିର କୌଣସି ଗୁରୁତ୍ୱ ନାହିଁ। ଆମେ ତାଙ୍କୁ ଗୁରୁତର ସହ ନେଉନାହୁଁ। ନୀତୀଶ କୁମାର ୨୦୨୫ ପର୍ଯ୍ୟନ୍ତ ଏବଂ ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିବେ।