Padampur Bypoll: ସ୍ଥାନ, କାଳ, ପାତ୍ର ଦେଖି ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ
Advertisement

Padampur Bypoll: ସ୍ଥାନ, କାଳ, ପାତ୍ର ଦେଖି ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ

Naveen Patnaik will campaining in Padmapur: ପଦ୍ମପୁର ଉପନିର୍ବାଚନକୁ ନେଇ ଦିନକୁ ଦିନ ରାଜ୍ୟର ରଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ତିନି ପ୍ରମୁଖ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ପଦ୍ମପୁର ଅକ୍ତିଆର କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତଙ୍କ ନଜର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ସେ ଖୁବଶୀଘ୍ର ପଦ୍ମପୁର ଯାଇ ଭୋଟ ଭିକ୍ଷା କରିବେ।

ଫାଇଲ ଫଟୋ

Padampur Bypoll, ବରଗଡ: ଉପନିର୍ବାଚନ ପାଇଁ ପଡୁଛି ଉଠୁଛି ବରଗଡର ପଦ୍ମପୁର। ଯୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ଯେଉଁ ଗାଁକୁ ବିଧାୟକ ଯାଉନଥିଲେ, ସେଠାକୁ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ମନ୍ତ୍ରୀ ଗସ୍ତ କରୁଛନ୍ତି। ଆଉ ମାତ୍ର ୪ ଦିନ ପରେ ପଦ୍ମପୁରରେ ଭୋଟ ପଡିବ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତଙ୍କ ନଜର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ସେ ଖୁବଶୀଘ୍ର ପଦ୍ମପୁର ଯାଇ ଭୋଟ ଭିକ୍ଷା କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଭୋଟ ପଡିବ। ପଦ୍ମପୁର ଉପନିର୍ବାଚନକୁ ନେଇ ଦିନକୁ ଦିନ ରାଜ୍ୟର ରଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ତିନି ପ୍ରମୁଖ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ପଦ୍ମପୁର ଅକ୍ତିଆର କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ତୃଣମୂଳସ୍ତରରେ ପ୍ରଚାର ଯୋରସୋର କରାଯାଉଛି। ବିଜେଡି ତାର ଗଡ ରକ୍ଷା କରିବାକୁ ସ୍ୱର୍ଗତ ବିଧାୟକ ବିଜୟ ସିଂହ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଛି। ଆଉ ବର୍ଷାଙ୍କ ପାଇଁ ଭୋଟ ମାଗିବାକୁ ସ୍ୱୟଂ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଦ୍ମପୁର ଗସ୍ତ କରିବେ। ସେ ପଦ୍ମପୁରର ତିନୋଟି ସ୍ଥାନରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି। 

Also Read: ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ୩ ବିଧାୟକ, ସରଗରମ ରାଜ୍ୟ ରାଜନୀତି

ବରିଷ୍ଠ ବିଜେପି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦ୍ମପୁର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଯାଇଛି। ଦଳ ପକ୍ଷରୁ ଜନସଭାର ସମସ୍ତ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ଶୁକ୍ରବାର ପଦ୍ମପୁର ଗସ୍ତ କରିବେ। ଏହି ଗସ୍ତ ସମୟରେ ପଦ୍ମପୁର, ପାଇକମାଳ ଓ ଝାଡବନ୍ଧରେ ମୁଖ୍ୟମନ୍ତ୍ରୀ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କ ପାଇଁ ଭୋଟ ଭିକ୍ଷା କରିବେ। ୨୦୧୯ ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ, ନିଜେ ଉପସ୍ଥିତ ରହି ନିର୍ବାଚନ ପ୍ରଚାର କରିବେ। ଯାହାକୁ ନେଇ ପଦ୍ମପୁରର ବିଜେଡି କର୍ମୀମାନେ ଖୁବ ଉତ୍ସାହିତ ଅଛନ୍ତି।

୨୦୧୯ ବିଧାନସଭା ନିର୍ବାଚନ ପରେ ରାଜ୍ୟର ପିପିଲି, ଧାମନଗର , ବ୍ରଜରାଜନଗର, ତିର୍ତ୍ତୋଲ, ବିଜେପୁରରେ ଉପନିର୍ବାଚନ ହୋଇଛି। ଏଥିରୁ ଧାମନଗର (ବିଜେପି) କୁ ଛାଡି ଦେଲେ ବଳକା ୪ଟି ଉପନିର୍ବାଚନରେ ବିଜେଡି ବିଜୟ ହୋଇଛି। ସମସ୍ତ ଉପନିର୍ବାଚନରେ ବିଜେଡି ତାର ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରଖିଥିଲା। କିନ୍ତୁ ନିର୍ବାଚନ ସରିଗଲା କିନ୍ତୁ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଲି ହୋଇପାରିଲା ନାହିଁ। କୋରୋନା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ, ନିଜେ ଯିବା ବଦଳରେ ଭର୍ଚ୍ଚୁଆଲ ରାଲି କରିଥିଲେ। କେବଳ ରାଲି ନୁହଁ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ଭାବେ ଉପସ୍ଥିତ ରହୁଥିଲେ।

Also Read: ପଦମପୁର ମଇଦାନରେ ୧୦ ପ୍ରାର୍ଥୀ; ୫ ଡିସେମ୍ବରରେ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

ପ୍ରାୟ ତିନି ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲେଇବାକୁ ଯାଉଛନ୍ତି। ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ, ୨୦୧୯ ପରଠୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ୫ଟି ଉପନିର୍ବାରେ ବିଜେଡିର ପଲ୍ଲା ଭାରି ଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ନିର୍ବାଚନ ପ୍ରଚାର କରିନଥିଲେ। ପୂର୍ବ ପାଞ୍ଚଟି ଉପନିର୍ବାଚନରେ ତାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଧାମନଗରରେ ସବୁ ଖେଳ ଓଲଟ ପାଲଟ ହୋଇଗଲା। ଆଉ ବିଜେଡିକୁ ମାତ ଦେଇ ବିଜେପିର ସୂର୍ଯ୍ୟବଂଶୀ ସୂରଜ ବିପୁଳ ଭୋଟରେ ବିଜୟ ହେଲା। ଧାମନଗର ପରାଜୟ ପରେ ବିଜେଡିକୁ ଏକ ଅଦୃଶ୍ୟ ଭୟ ଘାରିଛି, ଯେଉଁଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।