ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେଡି ଖେଳିଲା ମହିଳା ଓ OBC କାର୍ଡ, ସ୍ୱାଭିମାନ ଅଞ୍ଚଳକୁ ନେଇ ଏମିତି କହିଲେ ନବୀନ
Advertisement

ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେଡି ଖେଳିଲା ମହିଳା ଓ OBC କାର୍ଡ, ସ୍ୱାଭିମାନ ଅଞ୍ଚଳକୁ ନେଇ ଏମିତି କହିଲେ ନବୀନ

ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଆସନ ପୋଛି ନେଲା ପରେ ବିଜେଡି ପକ୍ଷରୁ ବିଜ୍ଞାପନର ବର୍ଷା ହେଉଛି। ସୋସିଆଲ ମିଡିଆ ହେଉ କିମ୍ବା ଖବରକାଗଜ ସବୁଥିରେ କେବଳ ଶଙ୍ଖ ଆଉ ଶଙ୍ଖ ଦେଖବାକୁ ମିଳୁଛି। ଏହି ସବୁ ବିଜ୍ଞାପନରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଧନ୍ୟବାଦ ଦେଉଥିବା କୁହାଯାଇଛି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଗତ ସପ୍ତାହରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ସହ ଫଳାଫଳ ମଧ୍ୟ ବାହାରିଛି। ରାଜ୍ୟର ସମସ୍ତ ଜିଲ୍ଲା ପରିଷଦରେ ବିଜେଡିର ବିପୁଳ ବିଜୟ ହୋଇଛି। ସମସ୍ତ ଜିଲ୍ଲା ପରିଷଦ ସଭାପତି ଆସନରେ କେବଳ ଶଙ୍ଖ ବାଜୁଛି। ବିଜେଡିର ଏହି ଐତିହାସିକ ବିୟଜକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ତାଙ୍କର ଏହି ଧନ୍ୟବାଦରେ ରାଜନୀତିର ମହକ ଆସୁଛି।

ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ଆସନ ପୋଛି ନେଲା ପରେ ବିଜେଡି ପକ୍ଷରୁ ବିଜ୍ଞାପନର ବର୍ଷା ହେଉଛି। ସୋସିଆଲ ମିଡିଆ ହେଉ କିମ୍ବା ଖବରକାଗଜ ସବୁଥିରେ କେବଳ ଶଙ୍ଖ ଆଉ ଶଙ୍ଖ ଦେଖବାକୁ ମିଳୁଛି। ଏହି ସବୁ ବିଜ୍ଞାପନରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଧନ୍ୟବାଦ ଦେଉଥିବା କୁହାଯାଇଛି। ମଙ୍ଗଳବାର ମଧ୍ୟ ବିଭିନ୍ନ ଖବରକାଗଜରେ ବିଜେଡିର ଠିକ ସେହି ଭଳି ଏକ ବିଜ୍ଞାପନ (ଫୁଲ୍ ପେଜ୍) ପ୍ରକାଶିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ଓ ବିଜେଡିର ଲୋଗ ରହିଛି।

Also Read: ସମୟ ସ୍ରୋତରେ ଆପଣଙ୍କ ପ୍ରିୟ ZEE Odisha News, ଡିଜିଟାଲ କ୍ଷେତ୍ରରେ ଆଣିବ ବିପ୍ଳବ

ବିଜ୍ଞାପନରେ ଲେଖାଯାଇଛି, '୩୦ଟି ଜିଲ୍ଲାର ଜିଲ୍ଲା ପରିଷଦରେ ସେବା କରିବା ପାଇଁ ବିଜେଡିକୁ ଆଶୀର୍ବାଦ ଦେଇଥିବାକୁ ଓଡିଶାବାସୀଙ୍କ ନିକରେ ଋଣୀ। ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ଶିକ୍ଷିତ ଯୁବବର୍ଗଙ୍କୁ ଦଳରେ ଚୟନ କରାଯାଇଛି। ଜିଲ୍ଲା ପରିଷଦ ସଭାପତିଙ୍କ ହାରାହାରି ବୟସ ୪୧ ବର୍ଷ ରହିଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ମହିଳାଙ୍କୁ ଜିଲ୍ଲା ପରିଷଦ ସଭାପତି କରାଯାଇଛି' ବୋଲି ବିଜେଡି ବିଜ୍ଞାପନରେ କୁହାଯାଇଛି।

ଏହା ବ୍ୟତୀତ ବିଜ୍ଞାପନରେ କୁହାଯାଇଛି, 'ରାଜ୍ୟରେ ୭୦ ପ୍ରତିଶତ ଜିଲ୍ଲା ପରିଷଦ ସଭାପତି ହେଉଛନ୍ତି ମହିଳା। ୭୬ ପ୍ରତିଶତ ଜିଲ୍ଲା ପରିଷଦ ଆସନ (ଅଣସଂରକ୍ଷିତ/ମହିଳା) ଓବିସି ସଦସ୍ୟମାନଙ୍କ ଦ୍ୱାରା ପୂରଣ କରାଯାଇଛି।' ସୂଚନାଯୋଗ୍ୟ ବିଜେଡିର ୩୦ ଜିଲ୍ଲା ପରିଷଦ ସଭାପତିଙ୍କ ମଧ୍ୟରେ ୨୧ ଜଣ ମହିଳା ଅଛନ୍ତି। ସମାରୀ ଟାଙ୍ଗୁଲ, ମାଲକାନଗିରି ଜିଲ୍ଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।