Maharashtra Nagar Panchayat Election: MVA ମେଣ୍ଟ ଆଗରେ ଏକାକୀ ଭାରୀ ପଡିଲା BJP
Advertisement
Article Detail0/zeeodisha/odisha1076004

Maharashtra Nagar Panchayat Election: MVA ମେଣ୍ଟ ଆଗରେ ଏକାକୀ ଭାରୀ ପଡିଲା BJP

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଏକାକୀ ବାଜି ମାରିନେଇଛି ​​ବିଜେପି।

Maharashtra Nagar Panchayat Election: MVA ମେଣ୍ଟ ଆଗରେ ଏକାକୀ ଭାରୀ ପଡିଲା BJP

ମୁମ୍ବାଇ: ମହାରାଷ୍ଟ୍ରର ୧୦୬ ନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଏକାକୀ ବାଜି ମାରିନେଇଛି ​​ବିଜେପି। ଗତ ମଙ୍ଗଳବାର ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ଗତ ବୁଧବାର ନଗର ପଞ୍ଚାୟତର ଫଳଫଳ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ। ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରରେ ସାମିଲ ଥିବା ଶିବସେନା, ଏନସିପି, କଂଗ୍ରେସ ପ୍ରଭୃତି ଦଳକୁ ପଛରେ ପକାଇ ବିଜେପି ଏହି ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି।

ରାଜ୍ୟର ୧୦୬ ନଗର ପଞ୍ଚାୟତର ୧୬୪୯ ୱାର୍ଡ଼ ମଧ୍ୟରୁ ବିଜେପି ୩୮୪, ଏନସିପି ୩୪୪, କଂଗ୍ରେସ ୩୧୬, ଶିବେସନା ୨୮୪, ଏମଏନଏସ ୪ ଆସନ ହାତେଇଛି। ହେଲେ ସବୁଠାରୁ ଅଧିକ ଆସନ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରରେ ସାମିଲ ଥିବା ଅଂଶୀଦାର ଦଳଙ୍କ ଖାତାକୁ ଯାଇଛି। ନିର୍ବାଚନ ଫଳାଫଳ ଅନୁସାରେ ଏନସିପି ଅଧିକାଂଶ ନଗର ପଞ୍ଚାୟତ (Nagar Panchayat) ଗଠନ କରିବ ହେଲେ ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେପି ସର୍ବବୃହତ୍ତ ଦଳ ଭାବେ ଉଭାହୋଇଛି। 

Also Read: Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି

ଅର୍ଦ୍ଧ ସହରୀ ସ୍ଥାନୀୟ ସଂସ୍ଥା (Semi Urban Local Body) କିମ୍ବା ଅଳ୍ପ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ (Areas with a Small Population) ପାଇଁ ଅନୁଷ୍ଠିତ ହୋଇଥିବା ନଗର ପଞ୍ଚାୟତ ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଥିବା ବୁଧବାର ଏହାର ଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ପ୍ରାୟ ୮୧ ପ୍ରତିଶତ ମତଦାନ ହୋଇଥିଲା। ହେଲେ 

ନିକଟରେ ସୁପ୍ରିମକୋର୍ଟ ଓବିସି ଅର୍ଥାତ ଅନ୍ୟାନ୍ୟ ପଛୁଆବର୍ଗ ଲାଗି ରହିଥିବା ୨୭ ପ୍ରତିଶତ ସଂରକ୍ଷଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ଓବିସି ବର୍ଗ ଲାଗି ରହିଥିବା ଆସନକୁ ସାଧାରଣ ବର୍ଗରେ ପରିବର୍ତ୍ତନ କରାଯାଇଥିଲା।