Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି
Advertisement
Article Detail0/zeeodisha/odisha1047664

Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି

ଦଳର ଏହି ବିଜୟ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା କିହିଛନ୍ତି ଯେ ଦଳ ମହାବିକାଶ ଅଘାଡି ଏମଭିଏ ମେଣ୍ଟର ସେହି ଲକ୍ଷ୍ୟକୁ ଭାଙ୍ଗି ଦେଇଛି। 

Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର  ଆସନରେ ଅନୁଷ୍ଠିତ ନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ନାଗପୁର ସମେତ ୪ ଆସନ ଜିତି ଶାସକ ମହାବିକାଶ ଅଘାଡିକୁ ଜବରଦସ୍ତ ଝଟକା ଦେଇଛି। ବିଜେପି ଏହାର ପୂର୍ବତନ ସହଯୋଗୀ ଶିବସେନା ହାତରୁ ଅକୋଲା-ବୁଲଢାଣା-ୱାଶିମ୍ ଆସନ ଛଡ଼ାଇ ନେବାରେ ସଫଳ ନେଇଛି।

ଦଳର ଏହି ବିଜୟ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ତଥା ମହାରାଷ୍ଟ୍ର ବିରୋଧି ଦଳ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଦଳ ମହାବିକାଶ ଅଘାଡି ଏମଭିଏ ମେଣ୍ଟର ସେହି ଲକ୍ଷ୍ୟକୁ ଭାଙ୍ଗି ଦେଇଛି ଯେ କେବଳ ଏହି ୩ ଦଳ ଶିବସେନା, ଏନସିପି, କଂଗ୍ରେସ ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ​​ବିଜୟୀ ହୋଇପାରିବେ। ହେଲେ ଆମେ ଏହି ଧାରଣାକୁ ଭାଙ୍ଗି ଦେଇଛୁ। ମୁଁ ଭାବୁଛି ଏହି ବିଜୟ ଆମର ଭବିଷ୍ୟତର ବିଜୟ ପାଇଁ ମୂଳଦୁଆ ପକାଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ବସନ୍ତ ଖଣ୍ଡେଲୱାଲ ତାଙ୍କ ବିଜୟକୁ ତାଙ୍କ ଦଳର ସଫଳ ରଣନୀତି ବୋଲି କହିଛନ୍ତି।

Also Read: ଗୋଟିଏ ଭୋଟରେ ନିର୍ବାଚନ ହାରିଲେ NCP ବିଧାୟକ; ଦଳୀୟ କାର୍ଯ୍ୟାଳୟ ଉପରକୁ ସମର୍ଥକଙ୍କ ପଥର ମାଡ଼

ମହାରାଷ୍ଟ୍ର ବିଧାନ ପରିଷଦର ୬ ଆସନ ଲାଗି ଡିସେମ୍ବର ୧୦ ତାରିଖରେ ମତଦାନ କରିବାକୁ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା ହୋଇଥିଲା। ବ୍ରିହାନ ମୁମ୍ବାଇ ମହନଗର ନିଗର ବିଏମସି ଅଧିନସ୍ଥ ୨ ଆସନରେ ଅନୁଷ୍ଠିତ ନିର୍ବାଚନରେ ​​ଶିବସେନା ପ୍ରାର୍ଥୀ ସୁନୀଲ ସିନ୍ଦେ ଏବଂ ବିଜେପି ପ୍ରାର୍ଥୀ ରାଜହଂସ ସିଂ ଗୋଟିଏ ଗୋଟିଏ ଆସନରେ ବାଜିମାତ କରିଛନ୍ତି।

କୋହ୍ଲାପୁର ଏବଂ ନନ୍ଦୁରବର-ଧୁଲେ ବିଧାନ ପରିଷଦ ନିର୍ବାଚନରେ ​ ଉଭୟ କଂଗ୍ରେସ-ବିଜେପି ଯଥାକ୍ରମେ ଗୋଟିଏ ଲେଖାଁଏ ଆସନ ଜିତିଛନ୍ତି। ଡିସେମ୍ବର ୧୦ ତାରିଖରେ ନାଗପୁର ଏବଂ ଅକୋଲା-ବୁଲଢାଣା-ୱାଶିମ୍ ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା।

Also Read: NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି

ଜିଲ୍ଲା ସୂଚନା କାର୍ଯ୍ୟାଳୟ ଅନୁଯାୟୀ, ନାଗପୁର ଠାରେ ଦିଆଯାଇଥିବା ୫୫୪ ଭୋଟ୍ ମଧ୍ୟରୁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ଶକ୍ତି ମନ୍ତ୍ରୀ ଚନ୍ଦ୍ରଶେଖର ବାୱାନକୁଲେ ୩୬୨ ଭୋଟ୍ ପାଇଥିବାବେଳେ ଏମଭିଏ ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ମଙ୍ଗେଶ ଦେଶମୁଖ ୧୮୬ ଭୋଟ୍ ପାଇଛନ୍ତି। ମତଦାନ ଅନୁଷ୍ଠିତ ହେବାର ଦିନକ ପୂର୍ବରୁ  କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଭୋୟର ପ୍ରତିଦ୍ୱନ୍ଦ୍ୱିତା କରିବାରେ ଅସମର୍ଥତା ପ୍ରକାଶ କରିବା ପରେ ମେଣ୍ଟ ଦେଶମୁଖଙ୍କୁ ସମର୍ଥନ କରିଥିଲା। ହେଲେ ପରେ ଭୋଏର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର କେବଳ ମାତ୍ର ଖଣ୍ଡେ ଭୋଟ୍ ପାଇଥିଲେ।

ଶିବସେନା ପକ୍ଷରୁ ୩ ଥର ବିଧାନ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଗୋପିକିଶନ୍ ବାଜୋରିଆଙ୍କୁ ବିଜେପି ପ୍ରାର୍ଥୀ ବସନ୍ତ ଖଣ୍ଡେଲୱାଲ ଅକୋଲା-ବୁଲଢାଣା-ୱାଶିମ୍ ଆସନରୁ ପରାସ୍ତ କରିଛନ୍ତି। ମୋଟ ୮୦୮ ଭୋଟ୍ ମଧ୍ୟରୁ ଖଣ୍ଡେଲୱାଲ୍ ୪୪୩ ଖଣ୍ଡ ଭୋଟ ପାଇଥିବା ବେଳେ ବାଜୋରିଆ ୩୩୪ ଭୋଟ୍ ପାଇଛନ୍ତି।

Also Read: Drugs Case କୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି: ଦୀପାବଳି ପରେ ଫୁଟିବ ବଡ଼ ବୋମା

ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବାଜିମାତ କରିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ବାୱାନକୁଲେ କହିଛନ୍ତି ଯେ ଏମଭିଏ ପାଖରେ ୨୪୦ ଭୋଟ୍ ରହିଥିଲା। ହେଲେ ଏନଭିଏ ସମର୍ଥିତ ପ୍ରାର୍ଥୀ ମାତ୍ର ୧୮୬ ଭୋଟ୍ ପାଇଛନ୍ତି। ଏନେଇ ସେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି। ଏମଭିଏ ଭୋଟ୍ କାହିଁକି ବିଭାଜିତ ହେଲା ସେ ନେଇ କଂଗ୍ରେସ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଦୁଇ ଦିନ ଧରି ସେମାନେ ଘୋଡା କାରବାରରେ ଲିପ୍ତ ଥିଲେ ମଧ୍ୟ ସେମାନେ ନିଜ ପାର୍ଟିକୁ ଏକାଠି ରଖିପାରିନଥିଲେ। ଏହା ବାସ୍ତବରେ କଂଗ୍ରେସ ନେତାଙ୍କ ପରାଜୟ। କଂଗ୍ରେସ ନେତା ଏକ ସ୍ୱେଚ୍ଛାଚାରୀ ଆଚରଣ କରୁଛନ୍ତି। ଦଳର ରାଜ୍ୟ ସଭାପତି ନାନା ପାଟୋଲେ  କାର୍ଯ୍ୟ ପାଇଁ ଅନୁପଯୁକ୍ତ ଏବଂ ସେ ଇସ୍ତଫା ଦେବା ଉଚିତ୍।