BJP Party Meeting: ବିରୋଧିଙ୍କୁ ମାତ ଦେବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି
Advertisement
Article Detail0/zeeodisha/odisha1370356

BJP Party Meeting: ବିରୋଧିଙ୍କୁ ମାତ ଦେବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି

BJP Organisation: ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବୈଠକରେ ଦଳୀୟ ସଙ୍ଗଠନର କାର୍ଯ୍ୟକାରିତାକୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ସମୀକ୍ଷା କରିବା ସହିତ ଭବିଷ୍ୟତର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଉଛି। ଦଳର ସମସ୍ତ ରାଜ୍ୟ ଶାଖା ଦାୟିତ୍ୱରେ ରହିଥିବା ପ୍ରଭାରୀ ନିଜ ରାଜ୍ୟର କାର୍ଯ୍ୟ ସମ୍ପର୍କରେ ବୈଠକରେ ଏକ ରିପୋର୍ଟ ଉପସ୍ଥାପନ କରିବେ।

BJP Party Meeting: ବିରୋଧିଙ୍କୁ ମାତ ଦେବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି

Incharge Meeting of BJP: ସେପ୍ଟମ୍ବର ୨୭ ମଙ୍ଗଳବାର ଦଳୀୟ ପ୍ରଭାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ବିଜେପି। ଏହି ବୈଠକରେ ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ସମେତ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଦଳୀୟ ରଣନୀତି ପ୍ରସ୍ତୁତ କରିବା ବାବଦରେ କରାଯାଉଛି। ଏନେଇ କୁହାଯାଉଛି ଯେ ପ୍ରଭାରୀ ବୈଠକରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ଏବଂ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ସେବା ସପ୍ତାହ ଅଧୀନରେ ଚାଲିଥିବା ବିଭିନ୍ନ ଅଭିଯାନ ଏବଂ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରାଯାଉଛି।

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବୈଠକରେ ଦଳୀୟ ସଙ୍ଗଠନର (BJP Organisation) କାର୍ଯ୍ୟକାରିତାକୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ସମୀକ୍ଷା କରିବା ସହିତ ଭବିଷ୍ୟତର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଉଛି। ଦଳର ସମସ୍ତ ରାଜ୍ୟ ଶାଖା ଦାୟିତ୍ୱରେ (BJP State Unit) ରହିଥିବା ପ୍ରଭାରୀ (BJP Incharge and co Incharge) ନିଜ ରାଜ୍ୟର କାର୍ଯ୍ୟ ସମ୍ପର୍କରେ ବୈଠକରେ ଏକ ରିପୋର୍ଟ ଉପସ୍ଥାପନ କରିବେ। ଏହି ବୈଠକ ଦଳର ଜାତୀୟ ସଙ୍ଗଠନ ମହାସଚିବ ବି.ଏଲ୍ ସନ୍ତୋଷଙ୍କ (BJP National General Secretary BL Santosh) ସଭାପତିତ୍ୱରେ ଅନୁଷ୍ଠିତ ହେଉଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା (BJP National President JP Nadda) ଗତ ୯ ତାରିଖରେ ବିଭିନ୍ନ ରାଜ୍ୟ ଶାଖା ଦାୟିତ୍ୱରେ ପ୍ରଭାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ମହେଶ ଶର୍ମା ଏବଂ ଓମ ମଥୁରଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି।  ଦଳରେ ହୋଇଥିବା ଏହି ଫେରବଦଳ ପରେ ପ୍ରଥମ ଥର ଲାଗି ବିଭିନ୍ନ ରାଜ୍ୟ ଦାୟିତ୍ୱରେ ରହିଥିବା ବିଜେପି ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ଏହି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

Also Read: Lok Sabha Election 2024: ମିଶନ ୨୦୨୪ ପାଇଁ ଅଣ୍ଟାଭିଡ଼ିଲା ବିଜେପି, ନିଯୁକ୍ତ ହେଲେ ଦଳୀୟ ପଦାଧିକାରୀ

ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଯାଉଛି ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ। ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଲଗାତାର ଦ୍ୱିତୀୟ ଥର ନିର୍ବାଚନରେ ​​ବିଜୟୀ ହୋଇ ରାଜ୍ୟର ସରକାର ଗଠନ କରିବାକୁ ଅଣ୍ଟାଭିଡ଼ିଛି ବିଜେପି।  ଅନ୍ୟପଟେଦଳର ପ୍ରୟୋଗଶାଳା କୁହାଯାଉଥିବା ଗୁଜୁରାଟରେ ବିଜେପି ପୁନର୍ବାର ବିପୁଳ ବିଜୟ ହାସଲ କରିବାକୁ ପ୍ରୟାସ କରୁଛି।

ଅନ୍ୟପଟେ ଆସନ୍ତା ବର୍ଷ ଦେଶର ମଧ୍ୟ ପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ନାଗାଲାଣ୍ଡ ଆଦି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ମଧ୍ୟରୁ ଯେଉଁ ରାଜ୍ୟରେ ବିଜେପି କ୍ଷମତାସୀନ ରହିଛି ସେଠାରେ କ୍ଷମତା ବଜାୟ ରଖିବା ସହିତ ବିଜେପି ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଚାହୁଁଛି। ଅନ୍ୟପଟେ ତେଲେଙ୍ଗାନାରେ ମଧ୍ୟ ଟିଆରଏସ ସରକାରଙ୍କୁ ପରାସ୍ତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଦଳୀୟ ପ୍ରଭାରୀ ଏବଂ ସହ ପ୍ରଭାରୀ ବୈଠକ ବିଜେପି ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।