Lok Sabha Election 2024: ମିଶନ ୨୦୨୪ ପାଇଁ ଅଣ୍ଟାଭିଡ଼ିଲା ବିଜେପି, ନିଯୁକ୍ତ ହେଲେ ଦଳୀୟ ପଦାଧିକାରୀ
Advertisement
Article Detail0/zeeodisha/odisha1347327

Lok Sabha Election 2024: ମିଶନ ୨୦୨୪ ପାଇଁ ଅଣ୍ଟାଭିଡ଼ିଲା ବିଜେପି, ନିଯୁକ୍ତ ହେଲେ ଦଳୀୟ ପଦାଧିକାରୀ

BJP Organisation:  ବିଜେପି ସଙ୍ଗଠନରେ ହୋଇଥିବା ଏହି ପରିବର୍ତ୍ତନ ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ତଥା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। 

Lok Sabha Election 2024: ମିଶନ ୨୦୨୪ ପାଇଁ ଅଣ୍ଟାଭିଡ଼ିଲା ବିଜେପି, ନିଯୁକ୍ତ ହେଲେ ଦଳୀୟ ପଦାଧିକାରୀ

BJP New State Prabhari: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ଦଳୀୟ ସଙ୍ଗଠନକୁ ସଜାଡିବାରେ ଲାଗିଛି ବିଜେପି। ଏହି କ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡଡା ଶୁକ୍ରବାର ଦଳର ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ବିହାର ଦାୟିତ୍ୱ ପ୍ରଦାନ କରାଯାଇଛି। ସହ ପ୍ରଭାରୀ ଦାୟିତ୍ୱ ପୂର୍ବ ଭଳି ହରିଶ ଦ୍ୱିବେଦୀ ସମ୍ଭାଳିବେ। 

ଆସନ୍ତା ବର୍ଷ  ହେବାକୁ  ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ବିଜେପି ଲାଗି ନିଯୁକ୍ତ ହୋଇଛନ୍ତି ନୂତନ ପ୍ରଭାରୀ। ଦଳର ପୂର୍ବତନ ରାଜ୍ୟସଭା ସାଂସଦ ଓମ ପ୍ରକାଶ ମାଥୁରଙ୍କୁ ପ୍ରଭାରୀ ଏବଂ ନୀତିନ ନବୀନଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ହରିୟାଣା, ଦଳର ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡଖଣ୍ଡ, ବିନୋଦ ସୋନାକରଙ୍କୁ ଦାଦରା ଏବଂ ନଗରୀ ହାଭେଳୀ, ଡାମନ ଏବଂ ଡିଉ ରାଜ୍ୟ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ କେରଳ ବିଜେପି ପ୍ରଭାରୀ ନିଯୁକ୍ତ କରାଯାଇଛି। ରାଧା ମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ ବିଜେପି ପ୍ରଭାରୀ ସହ କେରଳ ବିଜେପି ସହ-ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳର ପୂର୍ବତନ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପି.ମୁରଲୀଧର ରାଓଙ୍କୁ ମଧ୍ୟ ପ୍ରଦେଶ ବିଜେପି ପ୍ରଭାରୀ କରାଯାଇଛି। ଅନ୍ୟପଟେ ଦଳର ଜାତୀୟ ସମ୍ପାଦକ ପଙ୍କଜା ମୁଣ୍ଡେ ଏବଂ ଉତ୍ତର ପ୍ରଦେଶ ଇଟାୱା ଲୋକସଭା ଆସନର ସାଂସଦ ଡ.ରାମଶଙ୍କର କଠେରିଆଙ୍କୁ ମଧ୍ୟ ପ୍ରଦେଶ ବିଜେପି ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। 

Also Read:  BJP Mission 2024: କିପରି ବିରୋଧିଙ୍କୁ ଦିଆଯିବ ମାତ? ମନ୍ତ୍ରୀଙ୍କୁ ମନ୍ତ୍ର ଦେଲେ ଚାଣକ୍ୟ

ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ ବିଜେପି ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ନରିନ୍ଦର ସିଂହ ରୈନାଙ୍କୁ ପଞ୍ଜାବ ବିଜେପି ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଦଳର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ତେଲେଙ୍ଗାନା ବିଜେପି ପ୍ରଭାରୀ ଏବଂ ଅରବିନ୍ଦ ମେନନଙ୍କ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ଅରୁଣ ସିଂହ ପୂର୍ବ ଭଳି ରାଜସ୍ଥାନ ବିଜେପି ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ବିଜୟ ରାହତକରଙ୍କୁ ରାଜସ୍ଥାନ ବିଜେପି ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡ. ମହେଶ ଶର୍ମାଙ୍କୁ ତ୍ରିପୁରା ବିଜେପି ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି।  ପୂର୍ବତନ ବିହାର ମନ୍ତ୍ରୀ ତଥା ଦଳର ବିଧାନ ପରିଷଦ ସଦସ୍ୟ ମଙ୍ଗଲ ପାଣ୍ଡେ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଅମିତ ମାଲବୀଆ ପୂର୍ବ ଭଳି ରାଜ୍ୟର ସହ- ପ୍ରଭାରୀ ଦାୟିତ୍ୱ ତୁଲାଇବେ। ତାଙ୍କ ସହ ଆଶା ଲାକ୍ରାଙ୍କୁ ମଧ୍ୟ ପଶ୍ଚିମବଙ୍ଗ ବିଜେପି ସହ-ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ଅଞ୍ଚଳ ଆବାହକ ଏବଂ ରିତୁରାଜ ସିହ୍ନା ସହ-ଆବହାକ ନିଯୁକ୍ତ କରାଯାଇଛି।

Also Read: Lok Sabha Election 2024: ଲକ୍ଷ୍ୟ ଧାର୍ଯ୍ୟ କଲା ବିଜେପି, ୧୪୪ ସିଟ ଉପରେ ରହିଛି ନଜର

ବିଜେପି ସଙ୍ଗଠନରେ ହୋଇଥିବା ଏହି ପରିବର୍ତ୍ତନ ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ତଥା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ଦଳୀୟ ସଙ୍ଗଠନରେ କରାଯାଇଥିବା ଏହି ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।