ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର
Advertisement
Article Detail0/zeeodisha/odisha1295206

ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର

Bihar Political Crisis: ସେପଟେ ଆରଜେଡି ସୂତ୍ର ANI କୁ କହିଛି ଯେ, ଲାଲୁ ପ୍ରସାଦ ଯାଦବ ମଧ୍ୟ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦିଓ ତେଜସ୍ୱୀ ଯାଦବ ସବୁକିଛି କରୁଛନ୍ତି । ଅନ୍ୟପକ୍ଷରେ ବିହାରରେ ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ବିଜେପି କୋର ଗ୍ରୁପର ଗୋଷ୍ଠୀର ବୈଠକ କରିବାକୁ ଯାଉଛି । ଏଥିପାଇଁ ଅପରାହ୍ନ ୫ଟା ସମୟ ରଖାଯାଇଛି ।

ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା: Bihar Political Crisis: ବିହାରର ରାଜନୀତିରେ ଯେଉଁ ବିଷୟରେ ଚର୍ଚ୍ଚା ଚାଲୁଥିଲା, ତାହା ଖୋଲାଖୋଲି ଏବେ ସାମ୍ନାକୁ ଆସିଯାଇଛି । ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଜେପି (BJP) ଓ ଜେଡିୟୁ (JDU) ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଛି । ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି ଯେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର (Nitish Kumar) ଇସ୍ତଫା ଦେବେ । ଅନ୍ୟପକ୍ଷରେ ଏହା ମଧ୍ୟ କୁହାଯାଉଛି ଯେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ (Tejashwi Yadav) ଙ୍କୁ ଭେଟିବାକୁ ଯାଉଛନ୍ତି । ଏହା ପରେ ଦୁହେଁ ରାଜ ଭବନକୁ ଯାଇପାରନ୍ତି । ପ୍ରାୟ ଅପରାହ୍ନ ୪ଟାରେ ଯାଇପାରନ୍ତି ।

ସେପଟେ ଆରଜେଡି ସୂତ୍ର ANI କୁ କହିଛି ଯେ, ଲାଲୁ ପ୍ରସାଦ ଯାଦବ ମଧ୍ୟ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦିଓ ତେଜସ୍ୱୀ ଯାଦବ ସବୁକିଛି କରୁଛନ୍ତି । ଅନ୍ୟପକ୍ଷରେ ବିହାରରେ ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ବିଜେପି କୋର ଗ୍ରୁପର ଗୋଷ୍ଠୀର ବୈଠକ କରିବାକୁ ଯାଉଛି । ଏଥିପାଇଁ ଅପରାହ୍ନ ୫ଟା ସମୟ ରଖାଯାଇଛି ।

ସେପଟେ ବିହାରର ବିଜେପି ନେତା ତଥା ଶିଳ୍ପ ମନ୍ତ୍ରୀ ଶାହନାୱାଜ ହୁସେନଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚରାଯାଇଥିଲା କିନ୍ତୁ ସେ କିଛି କହିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ବିହାରରେ ଆଇନର ଶାସନ ଅଛି । ଯେତେବେଳେ ବିହାରରେ ରାଜନୈତିକ ଅସ୍ଥିରତା ବିଷୟରେ ପ୍ରଶ୍ନ ପଚରାଗଲା, ସେ କହିଛନ୍ତି ଯେ ସେ ବର୍ତ୍ତମାନ ଶିଳ୍ପ ମନ୍ତ୍ରୀ ଭାବରେ କଥା ହେଉଛନ୍ତି । ବିହାରରେ କ’ଣ ଘଟୁଛି ସେ ବିଷୟରେ ସେ ଅବଗତ ନୁହଁନ୍ତି । କିମ୍ବା କେହି ତାଙ୍କୁ ଫୋନ୍ କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିହାରର ଲୋକମାନେ ଏନଡିଏ ଉପରେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ନୀତିଶ କୁମାର ରାଜ୍ୟପାଳଙ୍କୁ ମାଗିଛନ୍ତି ସମୟ, ବିଜେପି କୋଟାର ସମସ୍ତ ମନ୍ତ୍ରୀ ଦେବେ ଇସ୍ତଫା!

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସରକାର ଗଢ଼ିବାକୁ ନେଇ ଆରଜେଡି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା

ଏହା ବି ପଢ଼ନ୍ତୁ:-ବିହାରରେ ବିଜେପି-ଜେଡିୟୁରେ ବ୍ରେକଅପ୍! କଂଗ୍ରେସ ବିଧାୟକଙ୍କ ଘୋଷଣା-ନୀତିଶ କୁମାର ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ

ବିହାରରେ ଏନଡିଏ ମେଣ୍ଟ ଭାଙ୍ଗି ସାରିଛି । ତେବେ ଏହା ଉପରେ କୌଣସି ଆଧିକାରୀକ ବୟାନ ଆସିନାହିଁ । କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଜେଡିୟୁ ବୈଠକରେ ବିଧାୟକମାନେ ବିଜେପିର ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆରସିପି ସିଂଙ୍କୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ରହିଥିଲା । ଦଳ ଆରସିପି ସିଂଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛି । ଏଥିସହ ନିଷ୍ପତ୍ତି ନିଆଯାଇଛି ଯେ ଯଦି ମହାମେଣ୍ଟ ସରକାର ଗଠନ ହୁଏ ତେବେ ସିଏମ ହେବ ନୀତିଶ କୁମାର ତ ଡେପୁଟି ସିଏମ ତେଜସ୍ୱୀ ଯାଦବ ହେବେ ।