ଦଳୀୟ ସାଂସଦଙ୍କ ନିଖୋଜ ପୋଷ୍ଟର ଭାଇରାଲ ହେବା ପରେ ଚର୍ଚ୍ଚାରେ ବିଜେପି ନେତା
Advertisement
Article Detail0/zeeodisha/odisha1132416

ଦଳୀୟ ସାଂସଦଙ୍କ ନିଖୋଜ ପୋଷ୍ଟର ଭାଇରାଲ ହେବା ପରେ ଚର୍ଚ୍ଚାରେ ବିଜେପି ନେତା

ଦଳୀୟ ଲୋକସଭା ସାଂସଦଙ୍କ ନିଖୋଜ ପୋଷ୍ଟର ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତା। 

ଦଳୀୟ ସାଂସଦଙ୍କ ନିଖୋଜ ପୋଷ୍ଟର ଭାଇରାଲ ହେବା ପରେ ଚର୍ଚ୍ଚାରେ ବିଜେପି ନେତା

ରାୟପୁର: ଛତିଶଗଡ଼ର ସୂରଜପୁର ଜିଲ୍ଲାରେ ଜଣେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ଆସିବା ଜାରି ରହିଥିବା ବେଳେ ସରଗରମ ହୋଇଉଠିଛି ରାଜନୀତି।  ରାଜ୍ୟର ସରଗୁଜା ଲୋକସଭା ଆସନର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହଙ୍କ ନିଖୋଜ ପୋଷ୍ଟର ଭାଇରାଲ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ଅଧ୍ୟକ୍ଷ। 

ନିଖୋଜ ସାଂସଦଙ୍କୁ ଖୋଜି ଆଣିଲେ ନଗଦ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରି ନଗଦ ରାଶି ପ୍ରଦାନ କରାଯିବ ବୋଲି ଏକ ଫେସବୁକ୍ ପୋଷ୍ଟ କରିଥିଲେ। ତାଙ୍କର ଏହି ପୋଷ୍ଟ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରକୁ ଆସିଥିଲେ ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ଅଧ୍ୟକ୍ଷ। 

ସୂରଜପୁର ଜିଲ୍ଲାର ଲଟୋରି ମଣ୍ଡଳ ଅଧ୍ୟକ୍ଷ ସୁରେଶ ସୋନିଙ୍କ ଫେସବୁକ୍ ଆକାଉଣ୍ଟ ଜରିଆରେ ଏହି ପୋଷ୍ଟ ହେବା ମାତ୍ରେ ଏହାକୁ ନେଇ ମଜାଳିଆ ମନ୍ତବ୍ୟ ଆସୁଥିଲା। ଅନ୍ୟପକ୍ଷରେ ବିଜେପି ରାଜ୍ୟ ମୁଖପାତ୍ର ଅନୁରାଗ ସିଂହ ଦେଓ ସାଂସଦ ରେଣୁକା ସିଂହଙ୍କୁ ସମର୍ଥନ କରିବାକୁ ଯାଇ କହିଛନ୍ତି ଯେ ସେ କେନ୍ଦ୍ରମନ୍ତ୍ରୀ ପଦରେ ଅବସ୍ଥାପିତ ଥିବାରୁ ନିଜର ସଂସଦୀୟକ୍ଷେତ୍ରରେ କମ ଉପସ୍ଥିତ ରହୁଛନ୍ତି। 

Also Read: 'ଭୂପେଶ ବଘେଲ ହେଉଛନ୍ତି ରାବଣ', କଂଗ୍ରେସ କହିଲା ପାଗଳ ହୋଇଗଲେଣି ପୂର୍ବତନ ମୁଖ୍ୟମନ୍ତ୍ରୀ

ବିଜେପି ନେତାଙ୍କ ପକ୍ଷରୁ ଏଭଳି ଫେସବୁକ ପୋଷ୍ଟ କରାଯିବା ପରେ କଂଗ୍ରେସ ପକ୍ଷରୁ ଜବାବ ରଖି କୁହାଯାଇଛି ଆମେ ପୂର୍ବରୁ ଆମ ଅଞ୍ଚଳର ସାଂସଦଙ୍କୁ ଖୋଜୁଛୁ। ହେଲେ ବର୍ତ୍ତମାନ ସେମାନଙ୍କ ଦଳର ନେତା ମଧ୍ୟ ସାଂସଦ ନିଖୋଜ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି।