ଆମ ପ୍ରତି ଘୃଣା ସୃଷ୍ଟି ପାଇଁ 'କାଶ୍ମୀର ଫାଇଲ୍ସ'କୁ କରାଯାଇଛି ଟ୍ୟାକ୍ସ ଫ୍ରି: ଫାରୁକ ଅବଦୁଲ୍ଲା
Advertisement

ଆମ ପ୍ରତି ଘୃଣା ସୃଷ୍ଟି ପାଇଁ 'କାଶ୍ମୀର ଫାଇଲ୍ସ'କୁ କରାଯାଇଛି ଟ୍ୟାକ୍ସ ଫ୍ରି: ଫାରୁକ ଅବଦୁଲ୍ଲା

Farooq Abdullah on The Kashmir Files: ଫାରୁକ ଅବଦୁଲ୍ଲା (Farooq Abdullah) କାଶ୍ମୀର ଫାଇଲ୍ସକୁ ଏକ ପ୍ରୋପାଗଣ୍ଡା ଫିଲ୍ମ ଦର୍ଶାଇଛନ୍ତି । କେବଳ ହିନ୍ଦୁ ନୁହନ୍ତି, କାଶ୍ମୀର ଉପତ୍ୟକାର ସବୁ ନାଗରିକ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ସେ କହିଛନ୍ତି । 

ଆମ ପ୍ରତି ଘୃଣା ସୃଷ୍ଟି ପାଇଁ 'କାଶ୍ମୀର ଫାଇଲ୍ସ'କୁ କରାଯାଇଛି ଟ୍ୟାକ୍ସ ଫ୍ରି: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: Farooq Abdullah on The Kashmir Files: ଫିଲ୍ମ 'ଦି କାଶ୍ମୀର ଫାଇଲ୍ସ' (The Kashmir Files) କୁ ନେଇ କିଛି ବିଚ୍ଛିନ୍ନତାବାଦୀ ନେତାଙ୍କ କୋହ ଉଛୁଳି ପଡୁଛି । ଯାହାର ସ୍ଥାଣୁତା ପାଇଁ ସେତେବେଳେ କାଶ୍ମୀର ଉପତ୍ୟକାରେ ଏପରି ଏକ ନରସଂହାର ଘଟିଥିଲା, ଏବେ ସିଏ ହିଁ ଆଗକୁ ଆସି ଛାତି ପିଟୁଛନ୍ତି । ସିଏ ହେଲେ ଉତ୍ତରାଧିକାର ସୂତ୍ରରେ କ୍ଷମତା ପାଇଥିବା ଅବଦୁଲ୍ଲା ନନ୍ଦନ ଫାରୁକ (Farooq Abdullah) । କହୁଛନ୍ତି, ଏ ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି କରିବା ପଛର କାରଣ ହେଉଛି ଯେପରି ଅଧିକରୁ ଅଧିକ ଲୋକ ଏହାକୁ ଦେଖିବେ ଏବଂ ଆମକୁ ଘୃଣା କରିବେ । ସରକାର ଏ ଫିଲ୍ମ ଜରିଆରେ ଆମପ୍ରତି ଲୋକଙ୍କ ମନରେ ଘୃଣା ସୃଷ୍ଟି କରିବାକୁ ଚାହୁଁଛନ୍ତି । ସରକାର ଚାହାନ୍ତି, ପ୍ରତ୍ୟେକ ପୋଲିସ କର୍ମୀ ଏବଂ ସେନା କର୍ମୀ ଏ ଫିଲ୍ମ ଦେଖନ୍ତୁ ଏବଂ ତାଙ୍କ ମନରେ ଆମପ୍ରତି ଘୃଣା ଜାତ ହେଉ । ଯେମିତି ଜର୍ମାନୀରେ ହିଟଲର ଓ ଗବଲିନ୍ସଙ୍କ ପାଇଁ ଲୋକଙ୍କ ମନରେ ଘୃଣା ରହିଛି । ଯେଉଁ ମାନଙ୍କ ଅପରିଣାମଦର୍ଶିତା ପାଇଁ ୬୦ ଲକ୍ଷ ଇହୁଦୀଙ୍କୁ ପ୍ରାଣର ମୂଲ୍ୟ ଦେବାକୁ ପଡ଼ିଥିଲା । ଏବେ ଆମମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ କିଏ ଜାଣେ ? 

ଫାରୁକ ଅବଦୁଲ୍ଲା (Farooq Abdullah) କାଶ୍ମୀର ଫାଇଲ୍ସକୁ ଏକ ପ୍ରୋପାଗଣ୍ଡା ଫିଲ୍ମ ଦର୍ଶାଇଛନ୍ତି । କେବଳ ହିନ୍ଦୁ ନୁହନ୍ତି, କାଶ୍ମୀର ଉପତ୍ୟକାର ସବୁ ନାଗରିକ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ସେ କହିଛନ୍ତି । 'ମୁଁ ଆଜି ମଧ୍ୟ ସେ ଦିନକୁ ମନେ ପକାଇଲେ ଆତଙ୍କରେ ଶିହରୀ ଉଠେ' କହିଛନ୍ତି ଅବଦୁଲ୍ଲା । 'ମୋ ସହ ମୋ ଦଳର ବିଧାୟକ, କାର୍ଯ୍ୟକର୍ତ୍ତା ସମସ୍ତେ ଗଛରେ ଝୁଲୁଥିବା ଶହ ଶହ ଲାସ ଦେଖିଛୁ । କିଛି ସରକାର ସେ ଘଟଣାର ରାଜନୈତିକ ଲାଭ ନେବାପାଇଁ ଚାହାନ୍ତି । ତେଣୁ ଏପରି ଏକ କମିଶନ ଗଠନ ହେବା ଦରକାର, ଯାହା କାଶ୍ମୀରୀ ବ୍ରାହ୍ମଣଙ୍କ ସମେତ ଉପତ୍ୟକାର ସମସ୍ତ ଲୋକଙ୍କ ଉପରେ ହୋଇଥିବା ହିଂସାର ସତ୍ୟକୁ ପଦାକୁ ଆଣି ପାରିବ ।'

ଅଧିକ ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ଋଷର ୧୫,୩୦୦ ସୈନିକ ନିହତ, ୫୦୯ ଟ୍ୟାଙ୍କ ଧ୍ୱଂସ!

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଏହା ବି ପଢ଼ନ୍ତୁ:-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

 

ତିନି ପିଢ଼ି ଧରି ଜମ୍ମୁ ଓ କାଶ୍ମୀରକୁ ଶାସନ କରିଥିବା ଅବଦୁଲ୍ଲା ବୋଧହୁଏ ଭୁଲି ଯାଇଛନ୍ତି, ଯେଉଁ କମିଶନ କଥା ସେ ଏହି ଫିଲ୍ମ ଦ୍ଵାରା ସତ ସାମ୍ନାକୁ ଆସିବା ପରେ କହୁଛନ୍ତି, ତାହା ସେ କ୍ଷମତାରେ ଥିବା ସମୟରେ କରି ପାରିଥାନ୍ତେ । ଏପରିକି ଜଣେ ଦୃଢ଼ ବିରୋଧୀ ଦଳ ନେତା ଭାବରେ କ୍ଷମତାରେ ନ ଥିବା ସମୟରେ ବି ସରକାରଙ୍କ ଉପରେ ଚାପ ପକାଇ ପାରିଥାନ୍ତେ । ତାହା ନ କରି ବର୍ତ୍ତମାନ କୁମ୍ଭୀର କାନ୍ଦଣାର ଅର୍ଥ ସମସ୍ତେ ବୁଝି ପାରୁଛନ୍ତି । ନିଜ ରାଜ୍ୟବାସୀଙ୍କ ବିଶ୍ୱାସ ବି ହରାଇଲାଣି ଅବଦୁଲ୍ଲା ପରିବାର । କାଶ୍ମୀର ଫାଇଲ୍ସକୁ ବିଜେପିଶାସିତ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯିବାରେ ମୁଣ୍ଡ କୋଡ଼ିବା ହିଁ ଏହାର ପ୍ରମାଣ ।