ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ
Advertisement
Article Detail0/zeeodisha/odisha1075444

ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଦଳ ଛାଡିବାକୁ ମୋର ନିଷ୍ପତ୍ତି ସମ୍ପର୍କରେ ମୁଁ ବିଜେପିକୁ ସୂଚନା ଦେଇସାରିଛି । ମୁଁ ଦଳକୁ କହିଛି ଯେ ମୁଁ ୨୦୨୨ ନିର୍ବାଚନରେ ​​ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।

ଗୋଆରେ ବିଜେପିକୁ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ନୂଆଦିଲ୍ଲୀ: Goa Elections 2022: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ଲାଗିଛି । ଭାରତୀୟ ଜନତା ପାର୍ଟି (BJP) ର ବିଧାୟକ ୱିଲଫ୍ରେଡ (BJP MLA Wilfred D'Sa) ବୁଧବାର ଗୋଆ ବିଧାନସଭା ସଦସ୍ୟତା ସହିତ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ୱିଲଫ୍ରେଡ ଦଳ ଛାଡିଛନ୍ତି ।

ସେ ୨୦୧୭ରେ କଂଗ୍ରେସ ଟିକେଟରେ ନୁଭେମ୍ ବିଧାନସଭା ଆସନରୁ ନିର୍ବାଚନ​​ଜିତିଥିଲେ । ପ୍ରକାଶ ଥାଉକି, ଜୁଲାଇ ୨୦୧୯ରେ କଂଗ୍ରେସ (Congress) ର ଅନ୍ୟ ୯ ଜଣ ବିଧାୟକଙ୍କ ସହିତ ସେ ବିଜେପିରେ ଯୋଗ ଦେଇଥିଲେ । ୱିଲଫ୍ରେଡ ଗଣମାଧ୍ୟମକୁ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ​​ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମୁଁ ରାଜ୍ୟର ବିଧାନସଭା ସହିତ ଦଳରୁ ଇସ୍ତଫା ଦେଇଛି ।

ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଦଳ ଛାଡିବାକୁ ମୋର ନିଷ୍ପତ୍ତି ସମ୍ପର୍କରେ ମୁଁ ବିଜେପିକୁ ସୂଚନା ଦେଇସାରିଛି । ମୁଁ ଦଳକୁ କହିଛି ଯେ ମୁଁ ୨୦୨୨ ନିର୍ବାଚନରେ ​​ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଦିନକରେ ଚିହ୍ନଟ ହେଲା ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା

ଏହା ବି ପଢ଼ନ୍ତୁ:-ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଏହା ବି ପଢ଼ନ୍ତୁ:-କୁହୁଡି ଆଉ ୨୪ ଘଣ୍ଟା, ପୁଣି ଆସୁଛି ବର୍ଷା!

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗୋଆରେ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଫେବୃଆରୀ ୧୪ରେ ଗୋଆରେ ମତଦାନ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ ୨୧ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ, ଯାହା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ନାମାଙ୍କନ ପତ୍ରର ଶେଷ ତାରିଖ ଜାନୁଆରୀ ୨୮ ହେବ । ନାମାଙ୍କନ ପତ୍ରର ଯାଞ୍ଚ ଜାନୁଆରୀ ୨୯ରେ କରାଯିବ, ଯେତେବେଳେ କି ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଜାନୁଆରୀ ୩୧ ।