Advertisement
Article Detail0/zeeodisha/odisha2294842
Zee OdishaOdisha StateSchool Midday Meal: ୧୮ରୁ ଖୋଲିବ ସ୍କୁଲ, ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

School Midday Meal: ୧୮ରୁ ଖୋଲିବ ସ୍କୁଲ, ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

School Midday Meal: ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବା ପୂର୍ବରୁ ତାହାକୁ ଭଲଭାବେ ପରଖିବେ। ସାମଗ୍ରୀ ଗୁଡ଼ିକ ଖାଇବା ଯୋଗ୍ୟ ନ ଥିଲେ ନଷ୍ଟ କରିବା ଦିଗରେ ସ୍କୁଲର ପ୍ରଧାନଶିକ୍ଷକ ପଦକ୍ଷେପ ନେବେ। ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଓ ସୁନିଶ୍ଚିତ କରାଇବେ ବୋଲି ଚିଠିରେ କୁହାଯାଇଛି। 

 

School Midday Meal: ୧୮ରୁ ଖୋଲିବ ସ୍କୁଲ, ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ

School Midday Meal: ଗ୍ରୀଷ୍ମଛୁଟି ସରିବାକୁ ଯାଉଛି। ଆଉ ମାତ୍ର ୨ ଦିନ ପରେ ଅର୍ଥାତ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର । ସ୍କୁଲର ଅବ୍ୟବସ୍ଥା ପାଇଁ  ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକ୍ ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରାଯାଇଛି। 

ଏଥିସହ ମଧ୍ୟାହ୍ନ ଭୋଜନ(School Mid Day Meal) ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି ସମେତ ସୋୟାବଡ଼ି ସମେତ ମଧ୍ୟାହ୍ନ ଭୋଜନକେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀର ମାନ ଠିକ୍ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି। ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବା ପୂର୍ବରୁ ତାହାକୁ ଭଲଭାବେ ପରଖିବେ। ସାମଗ୍ରୀ ଗୁଡ଼ିକ ଖାଇବା ଯୋଗ୍ୟ ନ ଥିଲେ ନଷ୍ଟ କରିବା ଦିଗରେ ସ୍କୁଲର ପ୍ରଧାନଶିକ୍ଷକ ପଦକ୍ଷେପ ନେବେ। ସିଆରସିସି ଓ ବିଇଓମାନେ ତାହାକୁ ଯାଞ୍ଚ କରିବେ ଓ ସୁନିଶ୍ଚିତ କରାଇବେ ବୋଲି ଚିଠିରେ କୁହାଯାଇଛି। 

ପ୍ରଥମ ଦିନର ମଧ୍ୟାହ୍ନ ଭୋଜନରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନହୁଏ ସେ ଦିଗରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ(Block Education Officer) ଏବଂ ସିଆରସିସି ମାନେ ନିୟମିତ ଭାବେ ଯାଞ୍ଚ କରିବେ। ରୋଷେଇ ହେଉଥିବା ସ୍ଥାନର ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ରୋଷେୟା ସହାୟକ, ପାନୀୟ ଜଳ, ମଧ୍ୟାହ୍ନ ଭୋଜନ ଉପାଦାନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଳନ କରିବାକୁ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Add Zee News as a Preferred Source

Also Read: Petrol Diesel Price Today: ରାଜ୍ୟରେ ବଢିଲା ତେଲ ଦର,ଜାଣିରଖନ୍ତୁ ଆଜିର ପେଟ୍ରୋଲ ଡିଜେଲ୍ ରେଟ୍

Also Read: Lucky Rashi 2024: ଶହେବର୍ଷ ପରେ ଏକାଥରେ ୩ ଅଦ୍ଭୁତ ସଂଯୋଗ, ୩ଟି ରାଶିର ଖୋଲିଯିବ ଭାଗ୍ୟ!

About the Author