ବନ୍ୟା ପୀଡ଼ିତଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ବିଜେପି ସାଂସଦ, ନିର୍ଧୁମ ମାଡ଼ ମାରିଲେ ଲୋକ
Advertisement
Article Detail0/zeeodisha/odisha727153

ବନ୍ୟା ପୀଡ଼ିତଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ବିଜେପି ସାଂସଦ, ନିର୍ଧୁମ ମାଡ଼ ମାରିଲେ ଲୋକ

ଏହି ଘଟଣାଟି ବିହାର(Bihar)ର ସିୱାନରୁ ସାମ୍ନାକୁ ଆସିଛି । ଆଉ ବିଜେପି ସାଂସଦଙ୍କ ନାମ ଜନାର୍ଦ୍ଦନ ସିଂ ସିଗ୍ରିୱାଲ(Janardan Singh Sigriwal) । ସେ ମହାରାଜଗଞ୍ଜର ଲୋକସଭାରୁ ସାଂସଦ ଅଛନ୍ତି ।

ବନ୍ୟା ପୀଡ଼ିତଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ବିଜେପି ସାଂସଦ, ନିର୍ଧୁମ ମାଡ଼ ମାରିଲେ ଲୋକ

ତମାଲ ବାକଚି, ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ବନ୍ୟା ସଙ୍କଟ ମଧ୍ୟ ଦେଇ ଗତି କରୁଛି ବିହାର । ଏହା ସହ ଆଗାମୀ କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ(Bihar Assembly Election) ହେବାର ଅଛି । ଯାହାକୁ ଦେଖି ବିଜେପି(BJP) ସମେତ ଅନ୍ୟାନ୍ୟ ଦଳ ପ୍ରଚାର କାର୍ଯ୍ୟରେ ଲାଗିଛି । ଅନ୍ୟପକ୍ଷେ ଏହି ସମୟରେ ବନ୍ୟା ପୀଡ଼ିତଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି । ଏହି ଦୁଃଖଦ ପରିସ୍ଥିତିରେ ଜଣେ ବିଜେପି ସାଂସଦ(BJP MP) ନିଜ ସଂସଦୀୟ କ୍ଷେତ୍ରରେ ଥିବା ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚିଥିଲେ । ସାଂସଦଙ୍କ ସହ ତାଙ୍କ ସମର୍ଥକଙ୍କ ମଧ୍ୟ  ଥିଲେ । କିନ୍ତୁ ସାଂସଦ ପହଞ୍ଚିବା ମାତ୍ରେ ବନ୍ୟା ପୀଡ଼ିତମାନେ ତାଙ୍କୁ ଓ ତାଙ୍କ ସମର୍ଥଙ୍କୁ ପିଟିଥିଲେ ।

ଏହି ଘଟଣାଟି ବିହାର(Bihar)ର ସିୱାନରୁ ସାମ୍ନାକୁ ଆସିଛି । ଆଉ ବିଜେପି ସାଂସଦଙ୍କ ନାମ ଜନାର୍ଦ୍ଦନ ସିଂ ସିଗ୍ରିୱାଲ(Janardan Singh Sigriwal) । ସେ ମହାରାଜଗଞ୍ଜର ଲୋକସଭାରୁ ସାଂସଦ ଅଛନ୍ତି । ଦୈନିକ ଜାଗରନର ଖବର ଅନୁଯାୟୀ, ଅଗଷ୍ଟ ୮ ତାରିଖ ସନ୍ଧ୍ୟାରେ ସିଗ୍ରିୱାଲ ତାଙ୍କ ସମର୍ଥକଙ୍କ ସହ ସିୱାନର ଲକଡି ନବୀଗଞ୍ଜ ସ୍ଥିତ ପୌଡ଼ଲି ପଞ୍ଚାୟତ ଭବନର ପହଞ୍ଚିଥିଲେ । ସେଠାରେ ପଞ୍ଚାୟତ ମୁଖ୍ୟଙ୍କ ସମର୍ଥକ ଏବଂ ବିଜେପି ସାଂସଦଙ୍କ ସମର୍ଥକଙ୍କ ମଧ୍ୟରେ ତର୍କ ବିତର୍କ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?

ବିତର୍କ ଧୀରେ ଧୀରେ ବୃଦ୍ଧି ପାଇଥିଲା ।  ଉଭୟ ପକ୍ଷର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଫଳରେ ଉତ୍ତେଜନା ଦେଖାଦେଇଥିଲା । ଚେୟାର ଭଙ୍ଗାରୁଜା ସହ ଜୋତା ଚପଲ ପରସ୍ପର ଉପରେ ଫୋପାଡ଼ା ଯାଇଥିଲା । ସାଂସଦ ଉପସ୍ଥିତ ଥିଲେ, କିନ୍ତୁ କେହିଁ ତାଙ୍କ କଥା ଶୁଣିବାକୁ ଇଚ୍ଛୁକ ନଥିଲେ ? ତା’ପରେ ପୋଲିସ ପହଞ୍ଚିଥିଲା । ମାମଲା ଶାନ୍ତ ହେବା ପରେ ଏହାର କାରଣ ଜାଣିବାର ପର୍ଯ୍ୟାୟ ଆରମ୍ଭ ହେଲା ।

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ କଂଗ୍ରେସକୁ ଫେରିବା ପଛରେ ବିଜେପିର ଏହି ବଡ଼ ନେତାଙ୍କ ହାତ !

ପଞ୍ଚାୟତ ମୁଖିଆଙ୍କ କ୍ୟାମ୍ପରୁ ଆସିଥିବା ଖବର ଅନୁସାରେ, ସାଂସଦ ଏହା ପୂର୍ବରୁ କେବେ ଏହି ଅଞ୍ଚଳରେ ନଜରକୁ ଆସି ନାହାଁନ୍ତି । ବର୍ତ୍ତମାନ ବିଧାନସଭା ନିର୍ବାଚନ ଆସୁଛି । ସୂଚନା ଅନୁସାରେ, ବିଜେପି ସାଂସଦଙ୍କ ସହ ମାରପିଟ କରାଯିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା । ସେ ଘଟଣାର ସୂଚନା ଜିଲ୍ଲା ଅଧିକାରୀ ଅମିତ କୁମାର ପାଣ୍ଡେଙ୍କୁ ଦେଇଛନ୍ତି ।