ରାଜ୍ୟ ସରକାର ବାହାନାବାଜି କରୁଛନ୍ତି: BJP
Advertisement

ରାଜ୍ୟ ସରକାର ବାହାନାବାଜି କରୁଛନ୍ତି: BJP

ବିଜେପି (BJP) ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି, ସୁରଥ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ରାଜ୍ୟ ସୁପ୍ରିମକୋର୍ଟ (Supreme court) ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? କେଉଁ ଓକିଲଙ୍କୁ ନିଯୁକ୍ତ କରିଛନ୍ତି? ତା'ର ତଥ୍ୟ ପ୍ରମାଣ ସାର୍ବଜନୀନ କରନ୍ତୁ।

ଡିଜାଇନ ଫଟୋ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଚାର ସର୍ବସ୍ବ ସରକାର। ପଛୁଆ ବର୍ଗଙ୍କ ସମ୍ପର୍କରେ ମିଛ ପ୍ରଚାର କରୁଛନ୍ତି। ବାହାନାବାଜି କରୁଛନ୍ତି। ପଛୁଆ ବର୍ଗଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି। ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ବୋଲି ବିରୋଧି ବିଜେପି ଦଳ ଅଭିଯୋଗ କରିଛି।

ବିଜେପି (BJP) ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି, ସୁରଥ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ରାଜ୍ୟ ସୁପ୍ରିମକୋର୍ଟ (Supreme court) ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି? କେଉଁ ଓକିଲଙ୍କୁ ନିଯୁକ୍ତ କରିଛନ୍ତି? ତା'ର ତଥ୍ୟ ପ୍ରମାଣ ସାର୍ବଜନୀନ କରନ୍ତୁ। ତାମିଲନାଡୁ, ବିହାର ଭଳି ରାଜ୍ୟ ସୁପ୍ରିମକୋର୍ଟ ଯାଇ ୫୦% ସରଂକ୍ଷଣ (Reservation) ଟପି ସାରିଛନ୍ତି, ମାତ୍ର ଆମ ରାଜ୍ୟ ସରକାର ସେ ବାଟ କେମିତି ପାଉନାହାନ୍ତି ? କେବଳ ସୁପ୍ରିମକୋର୍ଟଙ୍କ ବାହାନା ଦେଖାଇ ରାଜ୍ୟ ସରକାର ଖସିଯିବାକୁ ବାଟ ଖୋଜୁଛନ୍ତି।

Also Read: BJP ନେତା ପିତାମ୍ବର ଆଚାର୍ଯ୍ୟଙ୍କୁ BJDର କଡ଼ା ଜବାବ୍

କେନ୍ଦ୍ର ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସରଂକ୍ଷଣ ଦେଇଥିବା ବେଳେ ରାଜ୍ୟ ନିଜର ପୂର୍ବ ପ୍ରତିଶ୍ରୁତି ବି ପାଳନ କରୁନାହିଁ। ୨୭% ସରଂକ୍ଷଣ ଦେବା ତ ଦୂରର କଥା, ନିଜ ପୂର୍ବ ପ୍ରତିଶ୍ରୁତି ଅନୁସାରେ ୧୧.୨୫% ସରଂକ୍ଷଣ ବି ଦେଉନାହିଁ। ରାଜ୍ୟ ସରକାର (Odisha Govt) ଙ୍କ ବିଭିନ୍ନ ବିଭାଗର ନିଯୁକ୍ତି ବିଜ୍ଞାପନରୁ ଏହା ଜଳଜଳ ଦିଶୁଛି। ବିଜେପି ଏହାକୁ ନିନ୍ଦା କରୁଛି ଏବଂ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାର ଫେରାଇ ଦେବାକୁ ଦାବି କରୁଛି। ନଚେତ ଆଗାମୀ ଦିନରେ ଦଳ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ସୁରଥ ବିଶ୍ୱାଳ ଚେତାବନୀ ଦେଇଛନ୍ତି।

ରାଜ୍ୟରେ ପଛୁଆ ବର୍ଗ (OBC) ଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କ ନିକଟରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଫେରାଦ ହୋଇଛି। ପଛୁଆ ବର୍ଗଙ୍କ କ୍ଷେତ୍ରରେ ରାଜ୍ୟ କରୁଥିବା ଅବହେଳା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଦାବି ଜଣାଇଛନ୍ତି। କେନ୍ଦ୍ର ପଛୁଆ ବର୍ଗ କମିଶନ ପକ୍ଷରୁ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ବିଜେପି ଓବିସି ମୋର୍ଚ୍ଚା ସୂଚନା ଦେଇଛି। 

Also Read: ଯୁକ୍ତ ତିନି ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?

ସେପେଟେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ହେଉଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପିର ହଲ୍ଲାବୋଲ। ସିବିଆଇ ତଦନ୍ତ ଦାବି କରି ଭୁବନେଶ୍ୱର ଜିଲ୍ଲା ବିଜେପି, OSSC ଅଫିସ ଘେରିଛି। ତେବେ କାର୍ଯ୍ୟାଳୟ ଘେରାଉ ବେଳେ ପୋଲିସ ସହ ବିଜେପି କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା। କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଂଚି ସାହୁ ଭିଜିଲାନ୍ସ ଜାଲରେ ପଡିବା ଅଭିଯୋଗ ଓ ବ୍ୟାପକ ଦୁର୍ନୀତି ଘଟଣାରେ ବିଜେପି ଅଫିସ ଘେରାଉ କରିଥିଲା।