Uttrakhand Election 2022: ୫୯ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା BJP
Advertisement

Uttrakhand Election 2022: ୫୯ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା BJP

ପ୍ରଥମ ଥର ପାଇଁ ୫୯ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।

Uttrakhand Election 2022: ୫୯ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା BJP

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ୫୯ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି। ପ୍ରଥମ ଥର ପାଇଁ ୫୯ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ଉତ୍ତରାଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଖାଟିମା ଏବଂ ରାଜ୍ୟ ବିଜେପି ସଭାପତି ମଦନ କୌଶିକ ହରିଦ୍ୱାର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ତାଲିକାରେ ୫ ଜଣ ମହିଳା ବିଧାୟକ ପ୍ରାର୍ଥୀ ସାମିଲ ରହିଛନ୍ତି। 

ଜାଣନ୍ତୁ କେଉଁ ଆସନରେ ନିର୍ବାଚନ ଲଢିବେ କିଏ?

  • ଋଶିକେଶ: ପ୍ରେମଚନ୍ଦ୍ର ଅଗ୍ରୱାଲ
  • ଶ୍ରୀନଗର: ଧନ ସିଂହ ରାୱତ
  • ମସୁରୀ: ଗଣେଶ ଯୋଶୀ 
  • ଚକରାତା: ରାମ ସିଂହ ନୌଟିୟାଲ
  • କର୍ଣ୍ଣ ପ୍ରୟାଗ: ଅନିଲ ନୌଟିୟାଲ
  • ଝନୌଲ୍ଟି: ପୀତମ ସିଂହ ପୱାଁର
  • ଖାଟିମା: ପୁଷ୍କର ସିଂହ ଧାମୀ
  • ଡେରାଡୁନ କ୍ୟାଣ୍ଟ: ସବିତା କପୁର
  • ନରେନ୍ଦ୍ର ନଗର: ସୁବୋଧ ଉନିୟାଲ
  • ହରିଦ୍ୱାର: ମଦନ କୌଶିକ
  • ଚୌବଟାଖାଲ: ସତପାଲ ମହାରାଜ
  • ଡିଡିହାଟ: ବିଶନ ସିଂହ ଚୁଫାଲ
  • ଗଦରପୁର: ଅରବିନ୍ଦ ପାଣ୍ଡେ
  • ସିତାରଗଞ୍ଜ: ସୌରଭ ବହୁଗୁଣା
  • ହରିଦ୍ୱାର ଗ୍ରାମୀଣ: ସ୍ୱାମୀ ୟତୀସ୍ୱରାନନ୍ଦ
  • ପୁରୋଲା: ରାଜକୁମାର
  • ରୁଦ୍ରପ୍ରୟାଗ: ଭରତ ସିଂହ ଚୌଧୁରୀ
  • ବଦ୍ରୀନାଥ: ମହେଶ ଭଟ୍ଟ
  • ଲାଲକୁଆଁ: ନବୀନ ଦୁମକା
  • ଜ୍ୱାଲାପୁର: ସୁରେଶ ରାଠୋର
  • ରୁଜକୀ: ପ୍ରଦୀପ ବାତ୍ରା
  • ରାନୀପୁର ଭେଲ: ଆଦେଶ ଚୌହାନ
  • ଖାନପୁର: ପ୍ରଣବ ସିଂହ ଚମ୍ପିୟାନ
  • ରାମନଗର: ଦୀବାନ ସିଂହ ବିଷ୍ଟ
  • ପୂର୍ବା: ଦୁର୍ଗେଶ୍ୱର ଲାଲ
  • ୟମୁନେତ୍ରୀ: କେଦାର ସିଂହ ରାୱତ
  • ମଙ୍ଗଲୌର: ଦୀନେଶ ପାୱର
  • ଲକ୍କର: ସଞ୍ଜୟ ଗୁପ୍ତା
  • ଯମକେଶ୍ୱର: ରେଣୁ ବିଷ୍ଟ
  • ବିକାଶ ନଗର: ମୁତ୍ରା ସିଂହ ଚୌହାନ 
  • ରାୟପୁର: ଉମେଶ ଶର୍ମା
  • ରାଜପୁର ରୋଡ଼୍: ଖଜାଜ ଦାସ
  • ନୌନିତାଲ: ସରିତା ଆର୍ଯ୍ୟା

ମୋଟ ୭୦ ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଫେବୃଆରୀ ୧୪ ତାରିଖରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ତାରିଖରେ ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇବ। ଗତ ୨୦୦୦ ମସିହାରେ ଅବିଭକ୍ତ ଉତ୍ତର ପ୍ରଦେଶରୁ ସ୍ୱତନ୍ତ୍ର ହୋଇ ଉତ୍ତରାଖଣ୍ଡ ନାମରେ ଏକ ନୂଆ ରାଜ୍ୟ ଗଠିତ ହୋଇଥିଲା। ରାଜ୍ୟ ଗଠନ ହେବା ପର ଠାରୁ ଚଳିତ ଥରକୁ ମିଶାଇ ଉତ୍ତରାଖଣ୍ଡ ମୋଟ ୫ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି।