ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ହୋଇସାରିଛି ତାରିଖ ଘୋଷଣା। ମୋଟ ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଏପ୍ରିଲ ୬ ତାରିଖ ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।    


COMMERCIAL BREAK
SCROLL TO CONTINUE READING

ଚଳିତ ନିର୍ବାଚନରେ କ୍ଷମତାସୀନ ଶାସକ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଜ ମୁନ୍ନେତ୍ରା କାଝାଘମ-ଏଆଇଏଡିଏମକେ (All India Anna Dravida Munnetra Kazhagam-AIADMK) ସହ ମେଣ୍ଟ କରିଛି ବିଜେପି। ଦଳ ଏଥର ରାଜ୍ୟର ମୋଟ ୨୩୪ ଆସନରୁ କେବଳ ୨୦ ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବ। 


Also Read: AIADMK ସହ ଗଠବନ୍ଧନ କରିବ BJP: ଜେପି ନଡ୍ଡା


 


ଏହା ସହିତ ରାଜ୍ୟର କନ୍ୟାକୁମାରୀ ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ଏନଡିଏ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢିବେ ବିଜେପି ପ୍ରାର୍ଥୀ। ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ରାଧାକୃଷ୍ଣନ (P.Radhakrishnan)। 


Also Read: ମେଣ୍ଟ ରହିବ ଜାରି, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ବିଜେପି-ଏଆଇଏଡିଏମକେ


ନିର୍ବାଚନ ଲଢିବା ଲାଗି ଆସନ ଭାଗବଣ୍ଟା ହୋଇଯିବା ପରେ ଏବେ ଦଳୀୟ ପ୍ରଚାରକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ। ଏହିକ୍ରମରେ ଆସନ୍ତା ୭ ତାରିଖ ରବିବାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୨ ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁ ସହ କେରଳ ଗସ୍ତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah)।   


Also Read: Election 2021: ୪ ରାଜ୍ୟ, ପୁଦୁଚେରୀ ପାଇଁ ତାରିଖ ଘୋଷଣା


 


ଗସ୍ତ ଅବସରରେ ଗୃହମନ୍ତ୍ରୀ ଶାହ ଦଳୀୟ ପ୍ରଚାର ଲାଗି 'ବିଜୟ ସଙ୍କଳ୍ପ ମହାସମ୍ପର୍କ ଯାତ୍ରା' ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା ରବିବାର କନ୍ୟାକୁମାରୀସ୍ଥିତ ସୁଚିନ୍ଦ୍ରମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦ୍ୱାର ଦ୍ୱାର ବୁଲି ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି ଅଭିଯାନ ମାଧ୍ୟମରେ ଦଳୀୟ କର୍ମକର୍ତ୍ତା ମତଦାତାଙ୍କୁ  କେନ୍ଦ୍ରରେ କ୍ଷମତାସୀନ ବିଜପି ସରକତାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲାଭଦାୟକ ଯୋଜନା ବାବଦରେ ଅବଗତ କରାଇବେ। ଅନ୍ୟପଟେ କେରଳରେ ମଧ୍ୟ ଆୟୋଜିତ ହେଉଥିବା ବିଜୟ ଯାତ୍ରାରେ ସାମିଲ ହେବେ ସେ।