ମେଣ୍ଟ ରହିବ ଜାରି, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ବିଜେପି-ଏଆଇଏଡିଏମକେ
Advertisement

ମେଣ୍ଟ ରହିବ ଜାରି, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ବିଜେପି-ଏଆଇଏଡିଏମକେ

ରାଜ୍ୟରେ ବିଜେପି-ଏଆଇଏଡିଏମକେ ମେଣ୍ଟ ସଂଖ୍ୟା ଗରିଷ୍ଠତା ବଜାୟ ରଖିବା ନେଇ ଆଶବାଦୀ ଅଛନ୍ତି ତାମିଲନାଡୁରେ କ୍ଷମତାସୀନ ଶାସକ ଦଳର ନେତା।

ମେଣ୍ଟ ରହିବ ଜାରି, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ବିଜେପି-ଏଆଇଏଡିଏମକେ

ଚେନ୍ନାଇ: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ (Tamilnadu Assembly Poll 2021) ପର୍ଯ୍ୟନ୍ତ ସହଯୋଗୀ ବିଜେପି (BJP)ସହ ମେଣ୍ଟ ସମ୍ପର୍କ ଜାରି ରଖିବା ନେଇ ଜଣାଇଛି ତାମିଲନାଡୁରେ (Tamilnadu)କ୍ଷମତାସୀନ ଶାସକ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନ୍ନେତ୍ରା କାଝାଘମ-ଏଆଇଏଡିଏମକେ (All India Anna Dravida Munnetra Kazhagam)। ଏନେଇ ଦଳର ସଂଯୋଜକ (AIADMK Coordinator)ତଥା ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ (Tamilnadu Deputy Chief Minister)ଓ.ପନୀର ସେଲଭମ (O.Paneerselvam)ଏବଂ ଯୁଗ୍ମ ସଂଯୋଜକ (Joint Coordinator)ତଥା ମୁଖ୍ୟମନ୍ତ୍ରୀ (Tamilandu Chief Minister)ଇ.କେ ପାଲାନିସାମୀ (E.K Palaniswami)।

କେନ୍ଦ୍ର ଗୃହମନ୍ତ୍ରୀ (Union Home Minister)ଅମିତ ଶାହଙ୍କ (Amit Shah)ଦ୍ୱାରା ରାଜଧାନୀ ଚେନ୍ନାଇର ପଞ୍ଚମ ଜଳ ଭଣ୍ଡାର ଏବଂ ଚେନ୍ନାଇ ମେଟ୍ରୋ ରେଳ (Chennai Metro Rail)ଟିକେଟ୍ ସେବା ସହ ଅନ୍ୟାନ୍ୟ ଭିତ୍ତିଭୂମି ଜନିତ ପ୍ରକଳ୍ପ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ଉଭୟ ତାମିଲନାଡୁ ମୁଖ୍ୟନନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ। 

ରାଜ୍ୟରେ ବିଜେପି-ଏଆଇଏଡିଏମକେ ମେଣ୍ଟ ସଂଖ୍ୟା ଗରିଷ୍ଠତା ବଜାୟ ରଖିବା ନେଇ ଆଶବାଦୀ ଅଛନ୍ତି ତାମିଲନାଡୁରେ କ୍ଷମତାସୀନ ଶାସକ ଦଳର ନେତା। ଯଦିଓ କେତେକ ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ରହିଥିବା ମେଣ୍ଟ ସହଯୋଗ ପ୍ରଭାବିତ ହୋଇଛି। ଯାହା ମଧ୍ୟରେ ରହିଛି ଭେଲ ଯାତ୍ରା। ହେଲେ କେନ୍ଦ୍ରମନ୍ତ୍ରୀକୁ ସ୍ୱାଗତ କରିବା ଲାଗି ଏଆଇଏଡିଏମକେ ସରକତାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଗତବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ (Lok Sabha Elelction 2019) ବିଜେପି ନେତୃତ୍ୱାଧିନ ଏନଡିଏ (NDA)ମେଣ୍ଚରେ ସାମିଲ ହୋଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଶାସକ ଏଆଇଏଡିଏମକେ।   

ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ତଥା ଦଳର ଏକ ମାତ୍ର ଲୋକସଭା ସାଂସଦ। ତାମିଲନାଡୁରେ ପହଞ୍ଚିବ ପରେ ଗୃହମନ୍ତ୍ରୀ ଶାହଙ୍କୁ  ଉଭୟ ବିଜେପି-ଏଆଇଏଡିଏମକେ ସମର୍ଥକ ପତାକା ସହ ପ୍ଲାକାର୍ଡ ଦେଖାଇ ସ୍ୱାଗତ କରିଥିଲେ। ଜଣେ କେନ୍ଦ୍ରମନ୍ତ୍ରୀ ଏପରି ଢଙ୍ଗରେ ସ୍ୱାଗତ କରିବା ବେଶ ଅବିଶ୍ୱସନୀୟ।