ନିର୍ବାଚନ ପ୍ରଚାରକୁ ନେଇ ସରଗରମ ହୋଇଉଠିଛି ତାମିଲନାଡୁର ରାଜନୈତିକ ପାଣିପାଗ।
Trending Photos
ଚେନ୍ନାଇ: ଚଳିତ ବର୍ଷ ହେବାକୁ ଯାଉଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଏବେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ପ୍ରଚାର ଲାଗି ଏବେ ଚେନ୍ନାଇ ଅଭିମୁଖେ ବାହାରି ପଡିଛନ୍ତି ବିଭିନ୍ନ ଜାତୀୟ ରାଜନୈତିକ ଦଳର ନେତା।
ନିର୍ବାଚନ ପ୍ରଚାରକୁ ନେଇ ସରଗରମ ହୋଇଉଠିଛି ତାମିଲନାଡୁର ରାଜନୈତିକ ପାଣିପାଗ। ଗତ ରବିବାର ରାଜ୍ୟର ବିଲ୍ଲୁପୁରମ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ରାଲିରେ ଯୋଗ ଦେଇ କଂଗ୍ରେସ-ଡିଏମକେ ମେଣ୍ଟ (Congress-DMK Alliance) ବିରୁଦ୍ଧରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah)।
Also Read: ତାମିଲନାଡୁ ନିର୍ବାଚନ୨୦୨୧: ପନୀରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଲାଗିଲା ପୋଷ୍ଟର
ବଂଶବାଦ ପ୍ରସଙ୍ଗରେ କଂଗ୍ରେସ-ଡିଏମକେ ମେଣ୍ଟକୁ ଟାର୍ଗେଟ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ତାମିଲନାଡୁରେ ଟୁଜି (2G), ଥ୍ରୀଜି (3G), ଫୋରଜି (4G) ସବୁ ଉପଲବ୍ଧ ରହିଛି। ଲୋକଙ୍କୁ ନିଜର ଏହି ବୟାନ ବାବଦରେ ବୁଝାଇ ସେ କହିଛି ଟୁଜି ହେଉଛି ମାରାନ ପରିବାରର ଦୁଇ ପିଢି, ଥ୍ରୀଜି ହେଉଛି କରୁଣାନିଧି ପରିବାରର ତିନି ପିଢି ଏବଂ ଫୋରଜି ହେଉଛି କଂଗ୍ରେସର ଚାରି ପିଢି।
ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ତାଙ୍କ ଭାଷା ହେଉଛି ଇଟାଲିଆନ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ତାମିଲନାଡୁରେ ପ୍ରାଥମିକ ଶିକ୍ଷା ତାମିଲ ଭାଷା ମାଧ୍ୟମରେ କରାଯିବ। ଅନ୍ୟ ରାଜ୍ୟରେ ମଧ୍ୟ ଏହି ଉପାୟରେ ମଧ୍ୟ କରାଯିବ। ଏଠାକୁ ଆସିବା ପରେ ରାହୁଲ ଗାନ୍ଧୀ ଜାଲ୍ଲିକାଟୁ ଖେଳ ଦେଖୁଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାସୀନ ରହିଥିବା ବେଳେ ସେମାନେ ଏହି ଖେଳକୁ ବନ୍ଦ କରିବେ ବୋଲି ଘୋଷଣା କରିଥିଲେ। ହେଲେ ତାମିଲନାଡୁର ଏହି ପାରମ୍ପରିକ ଖେଳକୁ ବଞ୍ଚାଇବା ଲାଗି ପ୍ରୟାସ କରିଛି ବିଜେପି।
Also Read: ମେଣ୍ଟ ରହିବ ଜାରି, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ବିଜେପି-ଏଆଇଏଡିଏମକେ
ଡିଏମକେ ମୁଖ୍ୟ (DMK Supremo) ଏମକେ ଷ୍ଟାଲିନଙ୍କୁ (MK Stalin) ଟାର୍ଗେଟ କରି ଗୃହମନ୍ତ୍ରୀ କହିଛନ୍ତି ସେମାନେ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଉଛନ୍ତି। ତାଙ୍କ କଥା ଶୁଣିବା ପରେ ମୋତେ ହସ ଲାଗୁଛି। ସେ ନିଜେ ନିଜକୁ ପଚାରନ୍ତୁ ୨ଜି ଦୁର୍ନୀତି (2G Scam) ଘଟଣାର କାହାର ସମ୍ପୃକ୍ତି ରହିଛି। କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଯେଉଁଥିରେ ଡିଏମକେକୁ ଭଲ ଲାଭ ମିଳିଥିଲା।
Also Read: ତାମିଲନାଡୁକୁ ବ୍ୟାପିଲା ରାଜସ୍ଥାନ ନିଆଁ; ମୁହାଁମୁହିଁ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ!
ଗୋଟିଏ ପଟେ କ୍ଷମତାସୀନ ଏନଡିଏ ମେଣ୍ଟ ଦେଶର ବିକାଶ କାମରେ ଲାଗିଛି ଆଉ ଅନ୍ୟପଟେ ପାରବାରିକ ରାଜନୈତିକ ଦଳ ରହିଛନ୍ତି। ଯେଉଁମାନେ ଲୋକଙ୍କ ମଧ୍ୟରେ ବିଭାଜନ କରି କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀଙ୍କୁ କିପରି ଦେଶର ପ୍ରଧାନମନ୍ତ୍ରୀ କରିବେ ସେ ନେଇ ଚିନ୍ତିତ ଅଛନ୍ତି ସୋନିଆ ଗାନ୍ଧୀ। ତାଙ୍କର ଦେଶ ପାଇଁ କୌଣସି ଚିନ୍ତା ନାହିଁ। ମୋଦି ସରକାରଙ୍କ ସମୟରେ କୌଣସି ଶତ୍ରୁ ଦେଶର ସାହାସ ନାହିଁ ଆମ ସୀମା ଉପରେ ନଜର ପକାଇବ।
Also Read: AIADMK ସହ ଗଠବନ୍ଧନ କରିବ BJP: ଜେପି ନଡ୍ଡା
ଦେଶରେ ଗରିବ, ଦଳିତ, ବଞ୍ଚିତ ବର୍ଗର ଲୋକଙ୍କ ସାମାଜିକ ମାନ ବୃଦ୍ଧି ପାଇଁ ମୋଦି ସରକାର କାର୍ଯ୍ୟ କରୁଛନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ୨୦୨୨ ସୁଦ୍ଧା ଦେଶର ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ। ଏହି ନିର୍ବାଚନରେ ତାମିଲନାଡୁରେ ବିଜେପି-ଏଆଇଏଡିଏମକେ ମଧ୍ୟରେ ମେଣ୍ଟ (BJP-AIADMK Alliance) ଗଠିତ ହୋଇଛି। ଏହା ରାମଚନ୍ଦ୍ରନ୍ ଏବଂ ଜୟଲଳିତାଙ୍କ ନୀତି ଆଧାରରେ ପରିଚାଳିତ ହେବ। ଅନ୍ୟପକ୍ଷେ ବଂଶବାଦରେ ବିଶ୍ୱାସ କରୁଥିବା ଡିଏମକେ-କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି।