AIADMK ସହ ଗଠବନ୍ଧନ କରିବ BJP: ଜେପି ନଡ୍ଡା
Advertisement

AIADMK ସହ ଗଠବନ୍ଧନ କରିବ BJP: ଜେପି ନଡ୍ଡା

ଗତ ୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୧୮୮ ଆସନରେ ନିର୍ବାଚନ ଲଢିଥିଲା।

ଫଟୋ ସୌଜନ୍ୟ: ଟ୍ୱିଟର@JPNadda

ଚେନ୍ନାଇ: ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ସମଭାବାପନ୍ନ ଦଳଙ୍କ ସହ ମେଣ୍ଟ କରିବ ବିଜେପି। ସହଯୋଗୀ ଦଳଙ୍କ ସହ ହେବାକୁ ଥିବା ନିର୍ବାଚନୀ ମେଣ୍ଟ ବାବଦରେ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। 

ଦିନିକିଆ ତାମିଲନାଡୁ ଗସ୍ତରେ ଥିବା ବିଜେପି ଅଧ୍ୟକ୍ଷ ନଡ୍ଡା ରାଜ୍ୟର ମଦୁରାଇ ଠାରେ ଆୟୋଜିତ ହୋଇଥିବା ଦଳୀୟ ସଭାକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି ବିଜେପି ଏଆଇଏଡିଏମକେ (AIADMK) ସହ ମେଣ୍ଟ କରି ନିର୍ବାଚନ ଲଢିବ। ଆାଗାମୀ ଦିନରେ ଅନ୍ୟ ସମଭାବାପନ୍ନ ଦଳ ସହ ଗଠବନ୍ଧନ କରାଯିବ। 

Also Read: ମମତା ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା     

ଗତ ୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି  ରାଜ୍ୟର ୧୮୮ ଆସନରେ ନିର୍ବାଚନ ଲଢିଥିଲା। ହେଲେ ଗୋଟିଏ ମଧ୍ୟ ଆସନ ପାଇବାକୁ ସକ୍ଷମ ହୋଇନଥିଲା।  ଅନ୍ୟପଟେ ଶାସକ ଏଆଇଏଡିଏମକେ ରାଜ୍ୟର ସମସ୍ତ ୨୩୪ ଆସନରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରି ୧୩୫ ସିଟ ହାତେଇଥିଲା। ଅନ୍ୟପଟେ ମୁଖ୍ୟ ବିରୋଧି ଡିଏମକେ ୧୮୦ ଆସନରେ ପ୍ରତିଦ୍ୱନ୍ଦିତା କରି ୮୮ ଆସନ ପାଇଥିଲା। 

Also Read: ଜନସାଧାରଣଙ୍କ ଲାଗି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ ନବୀନ ସରକାର:ଜେପି ନଡ୍ଡା

ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ତାମିଲନାଡୁରେ ଖାତା ଖୋଲିବାରେ ସକ୍ଷମ ହୋଇନଥିଲା ବିଜେପି। ଅନ୍ୟପଟେ ଡିଏମକେ ୨୪, କଂଗ୍ରେସ ୮,  ବାମଦଳ ୪,  ଏଆଇଏଡିଏମକେ ୧ ଗୋଟିଏ ଆସନ ପାଇଥିଲେ। ଅନ୍ୟପଟେ ଆଇଏମୟୁଏଲ ଏବଂ ଭିସିକେକୁ ଗୋଟିଏ ଲେଖାଁଏ ଆସନ ମିଳିଥିଲା।