Britain New PM: ପ୍ରଧାନମନ୍ତ୍ରୀ ନିର୍ବାଚିତ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
Advertisement
Article Detail0/zeeodisha/odisha1337490

Britain New PM: ପ୍ରଧାନମନ୍ତ୍ରୀ ନିର୍ବାଚିତ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ବାଜିମାତ କରିଛନ୍ତି ​​ଲିଜ ଟ୍ରସ। ତାଙ୍କର ଏହି ବିଜୟରେ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଲିଜ ଟ୍ରସଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ

Britain New PM: ପ୍ରଧାନମନ୍ତ୍ରୀ ନିର୍ବାଚିତ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

PM Modi Congrats Liz Truss: ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ବାଜିମାତ କରିଛନ୍ତି ​​ଲିଜ ଟ୍ରସ। ତାଙ୍କର ଏହି ବିଜୟରେ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଲିଜ ଟ୍ରସଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ରଣନୀତିକ ଭାଗିଦାରୀ ଆହୁରି ଦୃଢ ହେବ। ଆପଣଙ୍କର ନୂତନ ଭୂମିକା ଏବଂ ଦାୟିତ୍ୱ ପାଇଁ ଧନ୍ୟବାଦ। ଶୁଭେଚ୍ଛା।

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ମୁକାବିଲାରେ ବାଜି ମାରି ନେଇଛନ୍ତି ଲିଜ୍ ଟ୍ରସ୍। ସେ ଏକ ଘନିଷ୍ଠ ପ୍ରତିଯୋଗିତାରେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ ଟ୍ରସ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନରେ ତାଙ୍କୁ ୮୧ ହଜାର ୩୨୬ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬୦ ହଜାର ୩୯୯ ଭୋଟ ମିଳିଥିଲା। ଥେରେସା ମେ ଏବଂ ମାର୍ଗେଟ୍ ଥାଚରଙ୍କ ପରେ ତୃତୀୟ ବ୍ରିଟିଶ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। ପ୍ରଧାନମନ୍ତ୍ରୀ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଶୁକ୍ରବାର ଶେଷ ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ଆସିଥିବା ପ୍ରାକ ସର୍ଭେ ରିପୋର୍ଟ ଦର୍ଶାଇଥିଲା ଯେ ସୁନାକଙ୍କୁ ଟ୍ରସ ପଛରେ ପକାଇ ଦେଇଛନ୍ତି।

ବିଟ୍ରେନ ପ୍ରଧାନମନ୍ତ୍ରୀ ନିର୍ବାଚନ ​​ଜିତିବା ପରେ ପ୍ରତିକ୍ରିୟା ରଖି ଲିଜ ଟ୍ରସ କହିଛନ୍ତି ଯେ ମୁଁ ଦେଶରେ ଟିକସ ହ୍ରାସ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏକ ଉତ୍ତମ ଯୋଜନା କାର୍ଯ୍ୟକାରୀ କରିବେ। ଶକ୍ତି ସଙ୍କଟ ଏବଂ NHS ଉପରେ କାର୍ଯ୍ୟ କରାଯିବ। ଆମେ ସମସ୍ତେ ଆମ ଦେଶ ପାଇଁ କାର୍ଯ୍ୟ କରିବୁ। ମୁଁ ନିଶ୍ଚିତ କରିବି ଯେ ଆମେ ଆମ ଦଳ କଞ୍ଜରଭେଟିଭ ପାର୍ଟିରେ ସମସ୍ତ ଚମତ୍କାର ପ୍ରତିଭାକୁ ବ୍ୟବହାର କରିବୁ ଏବଂ ଆସନ୍ତା ୨୦୨୪ ନିର୍ବାଚନରେ ଆମ ଦଳ ଏକ ବଡ଼ ବିଜୟ ହାସଲ କରିବ।

ନୂତନ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା। ଯେତେବେଳେ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ସରକାର ଅମଳରେ ହୋଇଥିବା ଅନେକ ଦୁର୍ନୀତି ଏବଂ ମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନସନଙ୍କ ଇସ୍ତଫା ପରେ ପ୍ରାୟ ଦୁଇମାସ ଧରି ଚାଲିଥିବା କସରତ ସେପ୍ଟମ୍ବର ୫ ତାରିଖ ସୋମବାର ଶେଷ ହୋଇଛି। ସେପ୍ଟମ୍ବର ୬ ତାରିଖ ମଙ୍ଗଳବାର ନବନିର୍ବାଚିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଶପଥ ଗ୍ରହଣ କରିବେ।

Also Read: Britain New PM: ପ୍ରଧାନମନ୍ତ୍ରୀ ନିର୍ବାଚିତ ଲିଜ ଟ୍ରସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

କାହିଁକି ପ୍ରଧାନନମନ୍ତ୍ରୀ ନିର୍ବାଚନରେ ବାଜିମାରିଲେ ଲିଜ୍ ଟ୍ରସ୍? 

ଶାସକ ଦଳ କଞ୍ଜରଭେଟିଭ ପାର୍ଟିରେ ଲିଜ ଟ୍ରସ ହେଉଛନ୍ତି ଜଣେ ଲୋକପ୍ରିୟ ନେତା। ଦଳର ଅନେକ ସାଂସଦ ବିଶ୍ୱାସ କରନ୍ତି ଯେ ଲିଜ ଟ୍ରସ ତୃଣମୂଳ ସ୍ତରର ରାଜନୀତି ସହ ଜଡି଼ତ। ଯେତେବେଳେ ଦଳୀୟ ୱେବସାଇଟ ଜରିଆରେ କୌଣସି ସର୍ଭେ କରାଯାଉଥିଲା ସେତେବେଳେ ଲିଜ ଟ୍ରସ ଶୀର୍ଷରେ ରହୁଥିଲେ। ଏହି ୪୭ ବର୍ଷୀୟ ରାଜନେତା ଜଣଙ୍କ ଦେଶର ବାଣିଜ୍ୟ ମନ୍ତ୍ରୀ ରହିଛନ୍ତି। ୟୁରୋପୀୟ ସଂଘରୁ ବାହାରି ଯିବା ପାଇଁ ହୋଇଥିବା ବ୍ରେକ୍ସିଟ୍ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ବର୍ଷ ତାଙ୍କୁ ୟୁରୋପୀୟ ୟୁନିଅନ୍ ସହ କଥାବାର୍ତ୍ତା କରିବା ଲାଗି ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ।

ନିର୍ବାଚନ ପ୍ରଚାର ସମୟରେ ଲିଜ ଟ୍ରସ୍ ଆଗରେ ରହିଥିଲେ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଟିକସ ହ୍ରାସ ଠାରୁ ଆରମ୍ଭ କରି ଶକ୍ତି ରିହାତି ପର୍ଯ୍ୟନ୍ତ ଅନେକ ଅର୍ଥନୈତିକ ପରିବର୍ତ୍ତନ ଆଣିବେ। ଏହା ସହିତ ଦେଶରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଯାଇ କୌଣସି ନୂତନ ଟିକସ ଲାଗୁ କରିବାକୁ ମନା କରିଦେଇଛନ୍ତି ସେ।