'ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ'
Advertisement
Article Detail0/zeeodisha/odisha1113087

'ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ'

 "ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ"।

'ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ'

ଲକ୍ଷ୍ନୌ: ବୁଲଡୋଜର କାରଣରୁ ବିଧାନସଭା ନିର୍ବାଚନ ୨୦୨୨ ମଧ୍ୟରେ ଚର୍ଚ୍ଚାର ପରିସରରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଲଡୋଜର ଉପରେ ପ୍ରତିକ୍ରିୟା ରଖି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଛନ୍ତି "ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ"। 

ବୁଧବାର ମଉ ଜିଲ୍ଲାର ମଧୁବନ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ବିଜେପି ତାରକା ପ୍ରଚାରକ ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ଏବଂ ବିଜେପି ଛାଡି଼ ସମାଜବାଦୀ ମେଣ୍ଟର ବିଧାୟକ ପ୍ରାର୍ଥୀ ଦାରା ସିଂହଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଦଗାବାଜ ଗତ ଥର ପ୍ରତାରଣା କରିଥିଲା ହେଲେ ତାକୁ ସୁଯୋଗ ମିଳିବ ନାହିଁ। 

ରାଜ୍ୟରେ ମାଫିଆଙ୍କୁ ପଦଦଳିତ କରିବାର କାମ କରାଯାଇଛି। "ବୁଲଡୋଜର କୁହେ ନାହିଁ, କହିବା କରି ଦେଇଥାଏ ବନ୍ଦ"। ମାଫିଆ ମଉ ଜିଲ୍ଲାରେ ରହି ଗୁଳି ଚଳାଉଥିଲେ। ମାଫିଆ କାର ବନେଟ ଉପରେ ବସି ଗୁଳି ଚଳାଉଥଲେ। ହେଲେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ପୋକ ଭଳି ହୋଇଯାଇଛି। ବର୍ତ୍ତମାନ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ଦିଆଯିବା ସହ ଗୁଣ୍ଡା, ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ପୂର୍ବରୁ ସମାଜବାଦୀ ସରକାର ଅମଳରେ ଲୋକଙ୍କ ବଦଳରେ ଗୁଣ୍ଡା ମାଫିଆ ରାସନ ଖାଇ ଯାଉଥିଲେ। ହେଲେ ବର୍ତ୍ତମାନ ଜନସାଧାରଣଙ୍କୁ ଏହାର ଲାଭ ମିଳୁଛି। ସମାଜାବଦୀ କିମ୍ବା ବହୁଜନ ସମାଜବାଦୀ ପାର୍ଟି ଅମଳରେ ସବୁ କିଛି ବିକ୍ରି ହୋଇଯାଉଥିଲା। ବିଏସପି ସରକାର ଅମଳରେ ହାତୀ ରାସନ ଖାଇଯାଉଥିଲେ।  

Also Read: ପୁଣି ରାଜ୍ୟକୁ କେବେ ଫେରିବ ବୁଲଡୋଜର; ଜବାବ ରଖିଲେ CM Yogi

ପ୍ରଚାର ବେଳେ ବିରୋଧିଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ବିଧାନସଭା ନିର୍ବାଚନ ଲାଗି ପ୍ରଥମ ୫ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ପରେ ବିଜେପି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ରାସ୍ତାରେ ଅଗ୍ରସର ହେଉଛି। ଷଷ୍ଠ ପର୍ଯ୍ୟୟରେ ବିଜେପି ୨୭୫+ ଆସନ ଦଖଲ କରିବ। ବିଜେପି ଆଗୁଆ ରହିଥିବାରୁ ବିରୋଧି ମୈଦାନ ଛାଡି ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି।  ଏପରିକି ବିରୋଧି ଦଳ ନେତା ଟିକେଟ କାଟି ପଳାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଗୁଣ୍ଡା, ମାଫିଆ, ଦଙ୍ଗାକାରୀ ଆସିଛନ୍ତି କିମ୍ବା ଜନ୍ମ ହୋଇଛନ୍ତି ସେମାନେ ଦେଖାଉଥିବା ଗରମ ଖୁବ ଶୀଘ୍ର ଥଣ୍ଡା ହୋଇଯିବ। କିଏ ରାଜ୍ୟରେ ଭଲ ଶାସନ ଆଣିଛି ତାହା ଲୋକେ ସ୍ଥିର କରିବେ।

ନିକଟରେ ନିର୍ବାଚନ ପ୍ରଚାର କରିବା ଲାଗି ସୁଲତାନପୁର ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବୁଲଡୋଜର ବାବଦରେ କହୁଥିବାର ଦେଖାଯାଇଥିଲା। ଯାହାର ଭିଡି଼ଓ ମଧ୍ୟ ଭାଇରାଲ ହୋଇଥିଲା। 

ସୁଲତାନପୁର ଗସ୍ତ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସଭାରେ ବୁଲଡୋଜର ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା। ହେଲିକପ୍ଟର ଯୋଗେ ଯାତ୍ରା କରିବା ବେଳ ବୁଲଡୋଜର ଦେଖିଯିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ସହଯାତ୍ରୀଙ୍କୁ ବୁଲଡୋଜର ଦେଖାଇ କହିଥିଲେ, "ଦେଖ ସେଠାରେ ବୁଲଡୋଜର ମଧ୍ୟ ମୋ ସଭାରେ ଛିଡା଼ ହୋଇଛନ୍ତି। "