ପଞ୍ଜାବର ସୁରକ୍ଷାକୁ ନେଇ କଂଗ୍ରେସକୁ ଘେରିଲେ କ୍ୟାପ୍ଟେନ; କହିଲେ ଖଲିସ୍ତାନୀ ହେଉଛନ୍ତି ପାକିସ୍ତାନୀ ସ୍ଲିପର ସେଲ
Advertisement

ପଞ୍ଜାବର ସୁରକ୍ଷାକୁ ନେଇ କଂଗ୍ରେସକୁ ଘେରିଲେ କ୍ୟାପ୍ଟେନ; କହିଲେ ଖଲିସ୍ତାନୀ ହେଉଛନ୍ତି ପାକିସ୍ତାନୀ ସ୍ଲିପର ସେଲ

ରାଜ୍ୟର ଘଟୁଥିବା ଅନେକ ଘଟଣାରେ  ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ଖାଲିସ୍ତାନୀ ଫୋର୍ସ ଜଡିତ ଅଛନ୍ତି। ଏହାକୁ ବୁଝିବାକୁ ହେବ। ଖାଲିସ୍ତାନୀ ଫୋର୍ସ ହେଉଛି ପାକିସ୍ତାନୀ ସ୍ଲିପର ସେଲ। 

ପଞ୍ଜାବର ସୁରକ୍ଷାକୁ ନେଇ କଂଗ୍ରେସକୁ ଘେରିଲେ କ୍ୟାପ୍ଟେନ; କହିଲେ ଖଲିସ୍ତାନୀ ହେଉଛନ୍ତି ପାକିସ୍ତାନୀ ସ୍ଲିପର ସେଲ

ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଛି ପଞ୍ଜାବ ରାଜନୀତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ ରାଜ୍ୟର କ୍ଷମତାସୀନ କଂଗ୍ରେସ ସରକାରକୁ କ୍ରମାଗତ ଭାବେ ଟାର୍ଗେଟ କରିବାରେ ଲାଗିଛନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ (Punjab CM Post) ହଟିବା ପରେ ଆସନ୍ତାବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Elelction 2022) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ (Captain Amarinder Singh)। କଂଗ୍ରେସ ଛାଡିବା ପରେ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି କ୍ୟାପ୍ଟେନ। ଏନେଇ ବୁଧବାର ସକାଳ ୧୧ଟା ସମୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ତାଙ୍କ ଦଳର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ହେଲେ କଂଗ୍ରେସ (Congress) ଠାରୁ ଅଲଗା ଦଳ ଗଠନ କରିବ।

Also Read: Amarinder Singh: ଦଳ ଗଠନ ଓ ନିର୍ବାଚନୀ ମେଣ୍ଟକୁ ନେଇ ଆସିଲା ପ୍ରତିକ୍ରିୟା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳୀୟ ଇସ୍ତହାରରେ ଦିଆଯାଇଥିବା ପ୍ରତିଶୃତିର ୯୨ ପ୍ରତିଶତ କାର୍ଯ୍ୟ ପୂରଣ କରିଛୁ। ଆମେ ଯାହା କରିଛୁ ତାହାର ପ୍ରମାଣ ରହିଛି। ହେଲେ ୧୦ଟି କାମ ବାକି ରହିଛି ଯାହା ଭାଟ୍ ସହିତ ଜଡିତ ଥିଲା ତାହାକୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ। 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବହୁତ କାମ କରିଛୁ। ମୋର କୌଣସି ଅଭିଯୋଗ ନାହିଁ। ଆମେ ଶିଳ୍ପ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟ କରିଛୁ। ମୁଁ ଖୁସି ଯେ ରାଜ୍ୟ ପାଇଁ ୯୬ ହଜାର କୋଟି ଟଙ୍କାର ନିବେଶ ଆସିଛି। ଯେଉଁମାନେ ମୋତେ ପରିହାସ କରୁଛନ୍ତି ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋତେ ଜଣେ ସୈନିକ ଭାବରେ ତାଲିମ ଦିଆଯାଇଛି ଏବଂ ମୁଁ ସାଢେ ୯ ବର୍ଷ ଧରି ପଞ୍ଜାବ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ଆମେ ସେହି ସମୟର ସମସ୍ୟାର ସମ୍ମୁଖୀନ ହୋଇଛୁ। ଯିଏ ମାସେ ପାଇଁ ରାଜ୍ୟର ଗୃହମନ୍ତ୍ରୀ ହୋଇଛନ୍ତି ସେ ମୋତେ କହୁଛନ୍ତି ଯେ ସେ ମୋ ଠାରୁ ପଞ୍ଜାବକୁ ଅଧିକ ଜାଣନ୍ତି। ପଞ୍ଜାବରେ କୌଣସି ଅସୁବିଧା ସୃଷ୍ଟି ହେଉ ବୋଲି କେହି ଚାହାଁନ୍ତି ନାହିଁ। ହେଲେ ମୁଁ ୧୯୪୭ ମସିହା ପର ଠାରୁ ପୁରା ପଞ୍ଜାବକୁ ଦେଖିଛି। ୧୯୮୪ ଘଟଣା ହେଉ, ପଠାନକୋଟ ହେଉ, ଆମେ ସବୁ ଦେଖିଛୁ। ସୁରକ୍ଷା ଦୃଷ୍ଟିରୁ ପଞ୍ଜାବ ବେଶ ସମ୍ବେଦନଶୀଳ।  

Also Read: ମୋ ଉପରେ ଭରସା ନକରି ଦଳୀୟ ହିତକୁ କ୍ଷତି ପହଞ୍ଚାଇଛି କଂଗ୍ରେସ: Amarinder Singh

 

ସୀମାରୁ ରାଜ୍ୟକୁ ଡ୍ରଗ୍ସ ଆସୁଛି। ହେଲେ ଏବେ ଆରମ୍ଭ ହୋଇଥିବା ଏହି ଡ୍ରୋନ୍ ସିଷ୍ଟମ ଅତ୍ୟନ୍ତ ବିପଜ୍ଜନକ। ପୂର୍ବରୁ ଟନେଲ କିମ୍ବା ନଦୀ ଯୋଗେ ଡ୍ରଗ୍ସ ଆସୁଥିଲା। କିଛି ଦିନ ପରେ  ଆମେ ଜାଣିଥିଲୁ ଯେ ଡ୍ରଗ୍ସ କେଉଁଠାରୁ ଆସୁଛି? ଡ୍ରୋନ୍ ହେଉଥିବା ଡ୍ରଗ୍ସ ଚାଲାଣ ଅତ୍ୟନ୍ତ ବିପଜ୍ଜନକ। ଗୋଟିଏ ଡ୍ରୋନ୍ ଅଟକି ଯିବା ପରେ ଆମେ ଏ ଘଟଣା ବାବଦରେ ଜାଣିବାକୁ ପାଇଥିଲୁ | ମୁଁ ସୁରକ୍ଷା ସହିତ କଦାପି ଆପୋଷ ବୁଝାମଣା କରି ନାହିଁ। ଡ୍ରୋନ୍ ଦ୍ୱାରା ଡ୍ରଗ୍ସ ଚାଲାଣ କରାଯାଉଛି। ରାଜ୍ୟରେ ବିଏସଏଫ ଲାଗି କ୍ଷେତ୍ରା ଅଧିକାର ବୃଦ୍ଧି କରାଯାଇଛି। ଆମେ ଏହା ବୁଝିବା ଆବଶ୍ୟକ ଯେ ସମୟ ସହିତ ପରିବର୍ତ୍ତନ ହେବା ଆବଶ୍ୟକ। ଡ୍ରଗ୍ସ ଚାଲାଣ ଲାଗି ଯେଉଁ ଚୀନ ନିର୍ମିତ ଡ୍ରୋନ ବ୍ୟବହାର କରାଯାଉଛି ତାହାର ପରିବବହନ କ୍ଷମତା ବଢାଯାଉଛି। ସୀମା ଠାରୁ ୫୦-୬୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଅଞ୍ଚଳକୁ ଡ୍ରଗ୍ସ ପଠାଯିବା ନେଇ ଆସନ୍ତାକାଲି ଜଣାପଡି଼ଛି। ଏପରିକି ରାଜଧାନୀ ଚଣ୍ଡିଗଡ଼ ପର୍ଯ୍ୟନ୍ତ ଡ୍ରୋନ ଯୋଗେ ଡ୍ରଗ୍ସ ଚାଲାଣ କରାଯିବ।

Also Read: ଧର୍ମ ନିରପକ୍ଷେତା ପ୍ରସଙ୍ଗରେ ମୋତେ କିଛି କୁହନ୍ତୁ ନାହିଁ Harish Rawat: Amarinder Singh

 

ପଞ୍ଜାବ ପୋଲିସ ହେଉଛି ଉତ୍ତମ ପୋଲିସ। ସେମାନେ ତାଲିମପ୍ରାପ୍ତ। ହେଲେ କିଛି କାର୍ଯ୍ୟ ପାଇଁ ସେମାନଙ୍କ ନିକଟରେ ତାଲିମ ନାହିଁ। ଏଥିପାଇଁ ସୁରକ୍ଷା ବାହିନୀ ସାହାଯ୍ୟ ନେବାକୁ ହେବ। ରାଜ୍ୟର ଘଟୁଥିବା ଅନେକ ଘଟଣାରେ  ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ଖାଲିସ୍ତାନୀ ଫୋର୍ସ ଜଡିତ ଅଛନ୍ତି। ଏହାକୁ ବୁଝିବାକୁ ହେବ। ଖାଲିସ୍ତାନୀ ଫୋର୍ସ ହେଉଛି ପାକିସ୍ତାନୀ ସ୍ଲିପର ସେଲ। ମୁଁ ସେପରି କହୁନାହିଁ, ମୁଁ ଭାବୁଛି କିଛି ଭୁଲ ଅଛି। ଆସନ୍ତାକାଲି ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଛି। ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଯଦି ଏଭଳି ଘଟୁଛି ତାହେଲେ ଏହାକୁ ଲୁଚାନ୍ତୁ ନାହିଁ। ଏହାକୁ ସାମ୍ନାକୁ ଆଣ, ଆବଶ୍ୟକ ହେଲେ ବିଏସଏଫ ସାହାଯ୍ୟ ନିଆଯାଉ। କେବଳ ଅଧା ବର୍ଷ ମଧ୍ୟରେ ସେମାନେ ଡ୍ରୋନ୍ ସାହାଯ୍ୟରେ ନଦୀ ପାର ହୋଇ ସୀମାରୁ ୩୧ କିମି ଭିତରକୁ ଆସିଯାଇଛନ୍ତି।