କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!
Advertisement

କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!

Punjab Politics: ପଞ୍ଜାବରେ ରାଜନୈତିକ ଝଡ଼ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି । ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ଙ୍କ ପାଇଁ ପରନୀତ କୌର (Preneet Kaur) ଙ୍କ ନାମ ସାମ୍ନାକୁ ଆସୁଛି । 

କ୍ୟାପଟେନଙ୍କ ପତ୍ନୀ ହୋଇପାରନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ, ସିଦ୍ଧୁଙ୍କୁ ମନେଇବେନି ହାଇକମାଣ୍ଡ!

ନୂଆଦିଲ୍ଲୀ: Punjab Politics: ପଞ୍ଜାବରେ ରାଜନୈତିକ ଝଡ଼ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସୁଛି । ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ଙ୍କ ପାଇଁ ପରନୀତ କୌର (Preneet Kaur) ଙ୍କ ନାମ ସାମ୍ନାକୁ ଆସୁଛି । ପରନୀତ କୌର ହେଉଛନ୍ତି ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଙ୍କ ପତ୍ନୀ ତଥା ପଞ୍ଜାବର ପଟିଆଲାରୁ କଂଗ୍ରେସର ଲୋକସଭା ସାଂସଦ । ସୂତ୍ରରୁ ପ୍ରକାଶ ଯେ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ତାଙ୍କୁ ମନାଇବା ମୁଡରେ ନାହାଁନ୍ତି ।

ସିଦ୍ଧୁଙ୍କ ଇସ୍ତଫାକୁ ନେଇ କଂଗ୍ରେସ ଅତ୍ୟନ୍ତ ଅସନ୍ତୁଷ୍ଟ: ସୂତ୍ର

କଂଗ୍ରେସ (Congress) ର ଉଚ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ଇସ୍ତଫା ନେଇ ଦଳର ନେତୃତ୍ୱ ଅତ୍ୟନ୍ତ ଅସନ୍ତୁଷ୍ଟ ଓ ଯଦି ସିଦ୍ଧୁ ଇସ୍ତଫା ପ୍ରତ୍ୟାହାର ନକରନ୍ତି ତା’ହେଲେ ଦଳ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ପଞ୍ଜାବ କଂଗ୍ରେସର ସଭାପତି କରିପାରନ୍ତି । ସୂତ୍ରାନୁସାରେ, ସିଦ୍ଧୁଙ୍କ ସ୍ଥାନରେ ଦଳ କାହାକୁ ରାଜ୍ୟ ସଭାପତି କରିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ଦଳର ନେତୃତ୍ୱ ସାମ୍ନାରେ ୩-୪ ନାମର ବିକଳ୍ପ

ସୂଚନାନୁସାରେ, ଦଳର ନେତୃତ୍ୱ ସାମ୍ନାରେ ୩-୪ ନାମର ବିକଳ୍ପ ଅଛି । ସିଦ୍ଧୁଙ୍କ ଆଚରଣରେ ଉଭୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅସନ୍ତୁଷ୍ଟ ଅଛନ୍ତି । ଏପରିକି ସିଦ୍ଧୁଙ୍କୁ ଦଳରୁ ବହିଷ୍କାର କରିବାକୁ ପ୍ରିୟଙ୍କାଙ୍କ ଉପଦେଷ୍ଟା ବିବେକ ଶାସ୍ତ୍ରୀ  ଦାବି କରିଛନ୍ତି । ବର୍ତ୍ତମାନ ସିଦ୍ଧୁ ଓ ହାଇକମାଣ୍ଡଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ ।

ବିଜେପି ରାଜ୍ୟସଭା ମାଧ୍ୟମରେ କ୍ୟାପଟେନଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିପାରେ: ସୂତ୍ର

ଅନ୍ୟପକ୍ଷରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଚେହେରା କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟି କଳ୍ପନାଜଳ୍ପନାର ବଜାରକୁ ଗରମ କରିଛନ୍ତି । ଅମିତ ଶାହ ଓ କ୍ୟାପଟେନ ଅମରିନ୍ଦରଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ସାକ୍ଷାତ ହୋଇଥିଲା । ଶାହଙ୍କ ପରେ କ୍ୟାପଟେନ ଅମରିନ୍ଦର ବର୍ତ୍ତମାନ ଜେପି ନଡ୍ଡାଙ୍କୁ ଭେଟି ପାରନ୍ତି । ବିଜେପି ରାଜସଭା ମାଧ୍ୟମରେ କେନ୍ଦ୍ରରେ କ୍ୟାପଟେନଙ୍କୁ ମନ୍ତ୍ରୀ କରିପାରେ ବୋଲି ଅନୁମାନ କରାଯାଉଛି । ସୂଚନାନୁସାରେ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ କୃଷି ମନ୍ତ୍ରୀର ଅଫର ମିଳିପାରେ ।

ଅଧିକ ପଢ଼ନ୍ତୁ:-ଶାହ ଓ କ୍ୟାପଟେନଙ୍କ ସାକ୍ଷତକୁ ନେଇ କ’ଣ କହିଲା କଂଗ୍ରେସ?

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା! ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍

ଅଧିକ ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଆପଣ ଖୁସି ନୁହଁନ୍ତି କି? ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି