Uttarakhand By Poll 2022: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଏ ଲଢିବେ ନିର୍ବାଚନ?
Advertisement

Uttarakhand By Poll 2022: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଏ ଲଢିବେ ନିର୍ବାଚନ?

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ବିଜେପି ବିପୁଳ ବିଜୟ ହାସଲ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାରେ ସଫଳ ହୋଇଥିଲା। 

Uttarakhand By Poll 2022: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଏ ଲଢିବେ ନିର୍ବାଚନ?

Champawat By Poll 2022: ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପରେ ଚଳିତ ମାସରେ ରାଜ୍ୟରେ ହେବାକୁ ଯାଉଛି ଏକ ଉପନିର୍ବାଚନ। ଆସନ୍ତା ୩୧ ତାରିଖରେ ରାଜ୍ୟ ଚମ୍ପାୱତ ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଏହି ଆସନରୁ ଶାସକ ବିଜେପି ପକ୍ଷରୁ ନିଜେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ତାଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ନିର୍ମଳା ଗହତୋଡ଼ି।

ଆସନ୍ତା ୩୧ ତାରିଖରେ ଚମ୍ପାୱତ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ମତଦାନ ହେବାକୁ ଯାଉଥିବା ବେଳେ ଜୁନ ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ନିକଟରେ ଶେଶଷ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟର ଚମ୍ପାୱତ ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟ ଥର ଲାଗି  ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କୈଳାଶ ଗହତୋଡ଼ି। ମାତ୍ର ସେ ତାଙ୍କ ଆସନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଲାଗି ଛାଡ଼ିବା ଗତ ଅପ୍ରେଲ ୨୧ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।

Also Read: ମୁଖ୍ୟମନ୍ତ୍ରୀଙ୍କ ଲାଗି ଆସନ ଛାଡ଼ିବେ କଂଗ୍ରେସ ବିଧାୟକ

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ବିଜେପି ବିପୁଳ ବିଜୟ ହାସଲ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାରେ ସଫଳ ହୋଇଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିଜର ପାରମ୍ପରିକ ଖାଟିମା ଆସନରୁ ପରାସ୍ତ ହୋଇଥିଲେ। ନିର୍ବାଚନ ହାରିବା ପରେ ମଧ୍ୟ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ। 

ମାତ୍ର ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ନିର୍ବାଚନ  ନ ଲଢି ଯଦି କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରନ୍ତି ତାହେଲେ ତାଙ୍କୁ ଶପଥ ନେବାର ୬ ମାସ ମଧ୍ୟରେ ସମ୍ପୃକ୍ତ ରାଜ୍ୟର ବିଧାନସଭା କିମ୍ବା ବିଧାନ ପରିଷଦ ଗୃହକୁ ନିର୍ବାଚିତ ହେବାକୁ ପଡ଼ିବ। ଚଳିତ ମାସ ମୁଖ୍ୟମନ୍ତ୍ରୀ ଧାମୀଙ୍କ ଲାଗି କୌଣସି ପରୀକ୍ଷା ଠାରୁ କମ ନୁହେଁ। କାରଣ ଯଦିଓ ସେ ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି ମାତ୍ର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲାଗି କାଠିକର ପାଠ ହୋଇପଡ଼ିଛି।

Also Read: Uttarakhand: ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ

ଅନ୍ୟପଟେ ଚମ୍ପାୱତ ଆସନରେ ବିଜେପି କୁ ମାତ ଦେବା ପାଇଁ ଘେରାବନ୍ଦୀ ଆରମ୍ଭ କରିଛନ୍ତି ବିରୋଧି କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି। ଗତ ୨୦୧୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହେମେଶ ଖର୍କୱାଲ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୭ ଏବଂ ୨୦୨୨ ନିର୍ବାଚନରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ କୈଳାଶ ଗହତୋଡ଼ି।