UP Election 2022: ଏକାକୀ ନିର୍ବାଚନ ଲଢିବେ ଚନ୍ଦ୍ରଶେଖର ଆଜାଦ
Advertisement

UP Election 2022: ଏକାକୀ ନିର୍ବାଚନ ଲଢିବେ ଚନ୍ଦ୍ରଶେଖର ଆଜାଦ

ରାଜ୍ୟର ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢିବ ଆଜାଦ ସମାଜ ପାର୍ଟି।

UP Election 2022: ଏକାକୀ  ନିର୍ବାଚନ ଲଢିବେ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସହ ମେଣ୍ଟ ହୋଇ ନପାରିବା ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି ଚନ୍ଦ୍ରଶେଖର ଆଜାଦଙ୍କ ନେତୃତ୍ୱାଧିନ ଆଜାଦ ସମାଜ ପାର୍ଟି। ଏନେଇ ଦଳର ମୁଖ୍ୟ ଆଜାଦ କହିଛନ୍ତି ମୁଁ ଜଣେ ଯୁବକ। ମୁଁ କେବଳ ସମସ୍ୟା କିମ୍ବା ଅସୁବିଧା ସହ ଲଢିବା ଶିଖିଛି। କୌଣସି ବ୍ୟକ୍ତିଗତ ସୁଖ ଲାଗି ମୁଁ ସଂଘର୍ଷ କରିନାହିଁ। ବିଗତ ୫ ବର୍ଷରେ ମୁଁ ଅନେକ କିଛି ଦେଖିଛି ଏବଂ ହରାଇଛି।    

ମୁଁ କେତେବଳେ ସରକାରଙ୍କୁ ଡରି ନାହିଁ। ମୋର ଭୟ ଏହା ଯେ ବିରୋଧି ଦଳଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ବିଜେପି ପୁଣି ଥରେ କ୍ଷମତାକୁ ଫେରିପାରେ। ଯାହା ସମାଜ ପାଇଁ ଭଲ ନୁହେଁ। ସମସ୍ତଙ୍କର କ୍ଷମତା ଉପରେ ନଜର ରହିଛି। କ୍ଷମତା ପାଇବାକୁ ଆମେ ସଂଘର୍ଷ କରୁନାହିଁ। ଗତ ୨ ମାସ ହେବ ଆମକୁ ପ୍ରତାରଣା କରାଯାଇଥିଲା। ମୋତେ ଠକି ଦେଇଥିବାରୁ କିଛି ଲୋକ ଖୁସି ହେଉଛନ୍ତି। ହେଲେ ମୁଁ ମନ୍ତ୍ରୀପଦ  ଏବଂ ଅନ୍ୟାନ୍ୟ ଜିନିଷକୁ ଦୂରେଇ ଦେଇଛି। 

ମେଣ୍ଟ ହୋଇ ନପାରିବା କାରଣରୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦଳିତ ବିରୋଧି ବୋଲି କହିଥିଲେ ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଅନ୍ୟପଟେ ବିଏସପି ସୁପ୍ରିମୋ ମାୟାବତୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଆଜାଦ କହିଛନ୍ତି ଯେ ସେ ମୋ ଠାରୁ ବଡ଼। ସେ ମୋ ସହିତ କଥାବାର୍ତ୍ତା କରିବାକୁ ଇଚ୍ଛା କରନ୍ତି ନାହିଁ। ମୁଁ ଏକତା ଚାହୁଁଥିଲି ଏବଂ ମୁଁ ବିଜେପି ଭଳି ଦଳକୁ ଅଟକାଇବାକୁ ଚେଷ୍ଟା କରିଛି।  

Also Read: 'ଅଖିଳେଶ ଯାଦବ ମୋତେ ଅପମାନିତ କରିଛନ୍ତି, ତାଙ୍କ ସହ କରିବୁ ନାହିଁ ମେଣ୍ଟ'

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ଆଜାଦ। ଯଦି ସମାଜବାଦୀ ପାର୍ଟି ଆମକୁ ୧୦୦ ଆସନ ପ୍ରଦାନ କରେ ତଥାପି ଆମେ ମେଣ୍ଟ କରିବୁ ନାହିଁ। ନିର୍ବାଚନ ପରେ ବିଜେପିକୁ ରୋକିବା ଲାଗି ଆମେ ଅନ୍ୟ ଦଳକୁ ସହଯୋଗ ପ୍ରଦାନ କରିବୁ। ରାଜ୍ୟର ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢିବା ସମ୍ପର୍କରେ ଜଣାଇଛନ୍ତି ସେ।

ରାଜ୍ୟର ରାମପୁର, ମନିହାରନ, ଦେୱବନ୍ଦ, ଗଙ୍ଗୋହ, ସହାରନପୁର ଦେହାତ, ଚରଥାୱଲ, ପୁରକାଜୀ, ମୁଜାଫରନଗର, ଧାମପୁର, ନହଟୌର, ହାପୁଡ଼, ନୂରପୁର, ଦକ୍ଷିଣ ଆଗ୍ରା, ନୋଏଡା଼, ଚନ୍ଦୌସୀ, କୁନ୍ଦରକି, ଆଲାପୁର, ଜଖନିଆ, ସିରାଥୁ, ମଲିହାବାଦ, ପାଲିୟା, ମୁବାରକପୁର, ହରଗାଓଁ, ହସ୍ତିନାପୁର, ଜଲେସର, ଏତ୍ମାଦପୁର, ଖୁର୍ଜା, ମେରଠ କ୍ୟାଣ୍ଟ, ସଗଡ଼ି, ଜୟସିଂହପୁର, ତିର୍ୱା, ମାଣ୍ଟ ପ୍ରଭୃତି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଆଜାଦ ସମାଜ ପାର୍ଟି।

Also Read: UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad

ମୋଟ ଉପରେ କହିବାକୁ ଗଲେ ରାଜ୍ୟର ସହାରନପୁର, ମୁଜାଫରନଗର, ବିଜନୌର, ହାପୁଡ଼, ଆଗ୍ରା, ଆଜମଗଡ଼, କୌଶାମ୍ବୀ, ଗାଜୀପୁର, ଉନ୍ନାଁଓ, ମଥୁରା, ସମ୍ଭଲ, ଲକ୍ଷ୍ନୌ, ଲଖୀମପୁର, ସୀତାପୁର, ମେରଠ, ଏଟା, ବୁଲନ୍ଦ ସହର, ସୁଲତାନପୁର ପ୍ରଭୃତି ଜିଲ୍ଲାର ମୋଟ ୩୩-୩୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳ ଏଥର  ଅନୁସୂଚିତ ଜାତି ବର୍ଗରୁ ୩୦, ଅନୁସୂଚିତ ଜନଜାତି ବର୍ଗରୁ ୫, ପଛୁଆ ବର୍ଗରୁ ୪୨-୪୫ ଏବଂ ଅନ୍ୟାନ୍ୟ ବର୍ଗରୁ ୨୩ ପ୍ରତିଶତ ଲୋକଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି  ଆଜାଦ ସମାଜ ପାର୍ଟି।