Chhattisgah Election 2023 Result: ଜାରି ରହିଛି ଭୋଟ ଗଣତି; ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନେତା ସାମିଲ
Advertisement
Article Detail0/zeeodisha/odisha1992752

Chhattisgah Election 2023 Result: ଜାରି ରହିଛି ଭୋଟ ଗଣତି; ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନେତା ସାମିଲ

Chhattisgah New CM Face:  ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ପଥରେ ଅଗ୍ରସର ହେଉଥିବା ବେଳେ ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।

 Chhattisgah Election 2023 Result: ଜାରି ରହିଛି ଭୋଟ ଗଣତି; ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନେତା ସାମିଲ

Chhattisgah New Chief Minister: ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶ, ରାଜସ୍ଥାନ ପରେ ଛତିଶଗଡ଼ରେ ବିଜୟ ପଥରେ ଅଗ୍ରସର ହେଉଛି ବିଜେପି। ବିଧାନସଭା ନିର୍ବାଚନ ଫଳାଫଳ ଧାରା ଅନୁସାରେ ବିଜେପି ସରକାର ଗଠନ ପାଇଁ  ଆବଶ୍ୟକ ବହୁମତ ହାସଲ କରିବାକୁ ଯାଉଛି। ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ଦଳ ୩୩ ସିଟ୍ ଜିତି ସାରିଥିବା ବେଳେ ୨୧ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୧୮ ସିଟ୍ ପାଇଥିବା ବେଳେ ୧୭ ଆସନରେ ଅଗ୍ରଣୀ ରହିଛି। ଅନ୍ୟପଟେ  ଗଣ୍ଡୱାନା ଗଣତନ୍ତ୍ର ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଛି। ୨୦୨୩ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ସହ ରାଜ୍ୟରେ ପୁନର୍ବାର ସରକାର ଗଠନ କରୁଥିବା ନେଇ ଅଧିକାଂଶ ଏକଜିଟ୍ ପୋଲ୍ ଦର୍ଶାଇଥିଲେ। ହେଲେ ଏକଜିଟ୍ ପୋଲ୍ ରିପୋର୍ଟ ଆସିବା ପରେ ରାଜ୍ୟରେ ସ୍ଥିତି ବଦଳି ଯାଇଛି। ଗୋଟିଏ ପକ୍ଷରେ ବିଜେପି ସରକାର ଗଠନ କରିବାକୁ ଅଗ୍ରସର ହେଉଥିବା ବେଳେ ଅନ୍ୟ ପଟେ ଦଳରେ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ବେଶ ଲମ୍ବା ରହିଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ଜଣ ବିଜେପି ନେତା ସାମିଲ ରହିଛନ୍ତି।

୧.ଡକ୍ଟର ରମଣ ସିଂହ: ଗତ ୨୦୦୩ ବର୍ଷରୁ ୨୦୧୮ ପର୍ଯ୍ୟନ୍ତ ଲଗାତାର ୧୫ ବର୍ଷ ଧରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି ଡକ୍ଟର ରମଣ ସିଂହ। ଯିଏ ନିଜ ରାଜ୍ୟ ବିଷୟରେ ଭଲ ଭାବରେ ଅବଗତ ରହିବା ସହ ସରକାର ଚଳାଇବାରେ ମଧ୍ୟ ଅଭିଜ୍ଞତା ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ଦଳ ତାଙ୍କୁ ଅଣଦେଖା କରିପାରିବ ନାହିଁ। ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଗୋଷଣା କରିନଥିଲା। ଆରମ୍ଭରେ ଦଳରେ ରମଣ ସିଂହ ଅବହେଳିତ ହୋଇ ରହିଥିଲେ। ହେଲେ ଯେତେବେଳେ ବିଧାନସଭା ନିର୍ବାଚନ ଅତି ନିକଟତର ହୋଇଥିଲା, ସେତେବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଟିକେଟ୍ ବଣ୍ଟନ ସମୟରେ ରମଣ ସିଂହଙ୍କ ମତାମତ ନେଇଥିଲେ। ଗତ ୨୦୧୮ ବିଧାନସଭା ନିର୍ବାଚନରେ ଦଳରେ ପରାଜୟ ପରେ ଛତିଶଗଡ଼ର ରାଜନୀତିରେ ବିଜେପି ନେତା ରମଣ ସିଂହଙ୍କ ସକ୍ରିୟତା ଯଥେଷ୍ଟ କମିଯାଇଥିଲା।

୨.ଅରୁଣ ସାଓ: ଛତିଶଗଡ଼ ବିଜେପି ଶାଖା ସଭାପତି ହେଉଛନ୍ତି ଅରୁଣ ସାଓ। ଯିଏ ପଛୁଆ ବର୍ଗ ସମ୍ପ୍ରଦାୟରୁ ଆସିଛନ୍ତି। ସରଳ ସ୍ୱଭାବ ପ୍ରକୃତିର ଅରୁଣ ସବ ଦଳରେ ଗୋଷ୍ଠୀ ବିବାଦକୁ ପ୍ରଶୟ ଦିଅନ୍ତି ନାହିଁ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଛତିଶଗଡ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ପଛୁଆ ବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ରହିଛି। ଏଭଳି ପରିସ୍ଥିତିରେ ବିଜେପି ଅରୁଣ ସାବଙ୍କ ଉପରେ ବାଜି ଲଗାଇପାରେ। ହେଲେ ତଥାପି ସାଙ୍ଗଠାନିକ କାର୍ଯ୍ୟରେ ତାଙ୍କର ଅଧିକ ଅଭିଜ୍ଞତା ନାହିଁ।

୩.ଓପି ଚୌଧୁରୀ: ପୂର୍ବତନ ପ୍ରଶାସନିକ ଅଧିକାରୀ ଓପି ଚୌଧରୀ ଗତ ୨୦୧୮ ବର୍ଷରେ ବିଜେପି ହାତ ଧରିଥିଲେ। ସେ ଯୁବପିଢିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଏବଂ ସୋସିଆଲ ମିଡିଆ ଦୁନିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଅରୁଣ ସାଓଙ୍କ ଭଳି ଓପି   ଚୌଧୁରୀ ପଛୁଆ ବର୍ଗ ସମ୍ପ୍ରଦାୟରୁ ଆସୁଛନ୍ତି। ହେଲେ ନାଁ ସେ କୌଣସି ସକ୍ରିୟ ରାଜନେତା କିମ୍ବା ତାଙ୍କ ପାଖରେ ଦଳୀୟ ସଙ୍ଗଠନ ଚଳାଇବାର କୌଣସି ଅଭିଜ୍ଞତା ରହିଛି। ହେଲେ ଯେପରି ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାଜିମାତ କରିବା ବିଦେପି ଦେବେନ୍ଦ୍ର ଫଡନାଭୀସଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ଛତିଶଗଡ଼ ରାଜନୀତିରେ ଓପି ଚୌଧୁରୀଙ୍କ କ୍ଷେତ୍ରରେ ତାହା ମଧ୍ୟ ହୋଇପାରେ। 

୪.ବିଜୟ ବଘେଲ: ୨୦୨୩ ଛତିଶଗଡ ବିଧାନସଭା ନିର୍ବାଚନରେ ରାଜ୍ୟର ପାଟନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବିଜୟ ବଘେଲ। ଯିଏ ବର୍ତ୍ତମାନ ରାଜ୍ୟର ଦୁର୍ଗ ଲୋକସଭା ଆସନର ସାଂସଦ ଅଛନ୍ତି। ବିଜେପି ସାଂସଦ ବିଜୟ ବଘେଲ ପାଟନ ଆସନରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ କରିଛନ୍ତି। ଉଭୟେ ପଛୁଆ ବର୍ଗରେ ସାମିଲ ରହିଥିବା କୁର୍ମୀ ଜାତିରୁ ଆସୁଛନ୍ତି। ତାଙ୍କୁ ଦଳୀୟ ନେତୃବୃନ୍ଦଙ୍କ ନିକଟତର ବୋଲି କୁହାଯାଏ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ଛତିଶଗଡ଼ ରାଜନୀତିରେ ଦୁର୍ଗ ଆସନର ବିଜେପି ସାଂସଦ ବିଜୟ ବଘେଲ ସର୍ବମାନ୍ୟ ନେତା ନୁହଁନ୍ତି।

୫. ରାମ ବିଚାର ନେତାମ: ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ବିଜେପି ନେତୃତ୍ୱ ଅନେକ ସମୟରେ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥାନ୍ତି। ଦଳର କୌଣସି ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ। ଏଭଳି ପରିସ୍ଥିତିରେ ରାମ ବିଚାର ନେତାମ ଆଗରେ ରହିଛନ୍ତି।  ଯିଏ ରାଜ୍ୟର ରାମନୁଜଗଞ୍ଜ ଆସନରେ ୨୦୧୮ ନିର୍ବାଚନରେ ବିଜୟୀ ବାନା ଉଡ଼ାଇଛନ୍ତି। ତାଙ୍କ ବ୍ୟତୀତ କୌଣସି  ନୂତନ ଆଦିବାସୀ ଚେହେରାଙ୍କୁ ମଧ୍ୟ ସୁଯୋଗ ମିଳିପାରେ।