)
Odisha News: ଭୁବନେଶ୍ୱର: ବିଜେପିରେ ଯୋଗ ଦେଇଛନ୍ତି ବିଜେଡ଼ିର ବିବାଦୀୟ ବିଧାୟକ ପ୍ରଶାନ୍ତ ଜଗଦେବ। ୨୦୧୯ରେ ବିଜେଡ଼ି ଟିକେଟରୁ ଲଢି ଚିଲିକାରୁ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ସେ ୨୦୨୪ ସାଧାରଣ ନିର୍ବାଚନ ଟିକେଟ ବଣ୍ଟା ହେବା ପୂର୍ବରୁ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ବିବାଦରେ ଛନ୍ଦି ହେବା ପରେ ଦଳରୁ ତାଙ୍କୁ ବିଜେଡ଼ି ନିଲମ୍ବନ କରିଥିଲା।
ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ବ୍ୟାନ ହଟାଯିବା ନେଇ ସେ ଆଶାବାଦୀ ରହିଥିଲେ। ସୂଚନାଯୋଗ୍ୟ ୨୦୨୧ ମସିହାରେ ସେପ୍ଟେମ୍ବର ମାସରେ ଚିଲିକାରେ ଜଣେ ବିଜେପିର ଜଣେ ନେତାଙ୍କୁ ଆକ୍ରମଣ ଅଭିଯୋଗରେ ବିଜେଡ଼ି ତାଙ୍କୁ ନିଲମ୍ବିତ କରିଥିଲା। ଏହି ମାମଲାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଅଧିକାଂଶ ବିଜେପି ସମର୍ଥକ ଓ ପୁଲିସ କର୍ମଚାରୀଙ୍କ ଭିଡ଼ରେ ଏସୟୁଭି କାର ମଡେଇ ଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଅନେକ ମାମଲାରେ ସେ ବିବାଦୀୟ ଅଟନ୍ତି।