କଟକର ବିକାଶ ପାଇଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାଷ ସିଂହ
Advertisement
Article Detail0/zeeodisha/odisha1160019

କଟକର ବିକାଶ ପାଇଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାଷ ସିଂହ

ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସୁବାଷ ସିଂହ ସାକ୍ଷାତ କରି ମେୟର ଭାବରେ ନିର୍ବାଚିତ ହୋଇଥିବା କଥା ଜଣାଇଥିଲେ । କଟକରେ କଭଳି ବିକାଶ କରାଯାଇ ପାରିବ ସେନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏବଂ ସୁବାଷ ସିଂହ ବିଭିନ୍ନ ଦିହଗକୁ ନେଇ ଅଧ୍ୟକ୍ଷଙ୍କର ପରାମର୍ଶ ମଧ୍ୟ ନେଇଥିଲେ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 

ଡିଜାଇନ୍ ଫଟୋ

ଭୁବନେଶ୍ୱର: କଟକର ନବ ନିର୍ବାଚିତ ମେୟର ତଥା ପୂର୍ବତନ ସାଂସଦ ସୁବାଷ ସିଂହ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସୁବାଷଙ୍କ ଇସ୍ତଫା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଗତ ପୌର ନିର୍ବାଚନରେ କଟକ ମହାନଗର ନିଗମରୁ ମେୟର ଭାବରେ  ନିର୍ବାଚିତ ହେବାପରେ, ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ଲିଖିତ ଭାବରେ ଅବଗତ କରାଇବା ସହ ଆଇନଗତ ଦିଗ କ’ଣ ରହିଛି ବୋଲି ପାର୍ଲାମେଣ୍ଟ କମିଟିର ପରାମର୍ଶ ଲୋଡିଥିଲେ । ତେବେ ପାର୍ଲାମେଣ୍ଟ ପକ୍ଷରୁ ତାଙ୍କୁ ଏସଂପର୍କରେ ଲିଖିତ ଭାବରେ ଜଣାଇ ଦିଆଯାଇଥିଲା । ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସୁବାଷ ସିଂହ ସାକ୍ଷାତ କରି ମେୟର ଭାବରେ ନିର୍ବାଚିତ ହୋଇଥିବା କଥା ଜଣାଇଥିଲେ । କଟକରେ କଭଳି ବିକାଶ କରାଯାଇ ପାରିବ ସେନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏବଂ ସୁବାଷ ସିଂହ ବିଭିନ୍ନ ଦିହଗକୁ ନେଇ ଅଧ୍ୟକ୍ଷଙ୍କର ପରାମର୍ଶ ମଧ୍ୟ ନେଇଥିଲେ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 

ସୁବାଷ ସିଂହ (Subash Singh)  ରାଜ୍ୟସଭାରେ ଦୁଇ ବର୍ଷ ଧରି ସଦସ୍ୟ ଭାବରେ କାର୍ଯ୍ୟରତ ଥିଲେ । ସେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରି ସଂସଦରେ ଚର୍ଚ୍ଚାରେ ରହିଥିଲେ । ନଦୀ ଜଳ ସ୍ରୋତ ହ୍ରାସପାଇବା ତଥା ପ୍ରାକୃତିକ ସଂପଦ, ଜଙ୍ଗଲର ଅବକ୍ଷୟକୁ ରୋକିବା ପାଇଁ ପିଟିସନ୍ କମିଟି ଜରିଆରେ ରାଜ୍ୟସଭା (Rajya Sabha) ରେ ଉପସ୍ଥାପନା କରିଥିଲେ । ବତୀଘର ଆଇନ୍ ୨୦୨୧ ସଂଶୋଧନ ବିଲରେ ଅଂଶଗ୍ରହଣ କରି କେନ୍ଦ୍ରାପଡା, ପାରାଦୀପ, ପୁରୀ, ଗୋପାଳପୁର ବତୀଘର ନବୀକରଣ ଏବଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ ଜଳମାର୍ଗକୁ ଉନ୍ନତ କରିବାକୁ ସୁବାଷ ସିଂହ ପ୍ରସ୍ତାବ ମଧ୍ୟ ଉଠାଇଥିଲେ । ପାରାଦୀପ ବନ୍ଦରର ବାହରୁ ଥିବା ଲାଭରୁ  ଆଂଚଳିକ ବିକାଶ, ସ୍ୱାସ୍ଥ୍ୟସେବା ଓ ଶ୍ରମିକମାନଙ୍କ କଲ୍ୟାଣରେ ବିନିଯୋଗ କରିବା
ପ୍ରଭୃତି ପ୍ରସ୍ତାବ ମଧ୍ୟ ରଖିଥିଲେ । 

Also Read: ବାହାରେ ପାଣି ପିଉଥିଲେ ସାବଧାନ!! ଜଳଛତ୍ରର ବିଷାକ୍ତ ପାଣି ପିଇ ନାବାଳିକା ସମେତ ତିନି ଗୁରୁତର

ପୂର୍ବରୁ ସୁବାଷ ସିଂହ ଶ୍ରମିକ ନେତା ଥିବାରୁ ମନରେଗା ଶ୍ରମିକଙ୍କୁ ଅଧିକଦିନ କାର୍ଯ୍ୟ ଓ ମଜୁରୀ ବୃଦ୍ଧି, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ଓ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ଲଗାତାର ଦାବି ଉପସ୍ଥାପନ କରିଆସୁଥିଲେ । ଅନ୍ୟପଟେ କେନ୍ଦୁପତ୍ର ଶ୍ରମିକଙ୍କ ଉପରୁ ଜି.ଏସ୍‌.ଟି ଛାଡ, ସମ୍ବଲପୁରୀ ତନ୍ତଶିଳ୍ପ କାର୍ଯ୍ୟରେ ଲାଗୁଥିବା ସମସ୍ତ ପଦାର୍ଥ ଉପରୁ ସଂପୂର୍ଣ୍ଣ ଜି.ଏସ୍‌.ଟି. ଛାଡ ଭଳି ଦାବି ମଧ୍ୟ କରିଥିଲେ । କଟକ-ସମ୍ବଲପୁର ଜାତୀୟ ରାଜପଥ ଦୋହରି କରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ଡ୍ରାଇଭରମାନଙ୍କୁ ଜାତୀୟ ରାଜପଥରେ ରହଣୀ ଓ ବିଶ୍ରାମାଗାର ପ୍ରତିଷ୍ଠା ପାଇଁ ସୁବାଷ ସିଂହ ଦାବିକରି ଆସୁଥିଲେ । ବଳଦେବ ଜିୟୁଙ୍କୁ ଭୋଗଲାଗୁ ଥିବା କେନ୍ଦ୍ରାପଡା ରସାବଳୀକୁ ଜି.ଆଇ. ଟ୍ୟାଗ୍ ମିଳିବା, ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁ.ଜି.ସି ମାନ୍ୟତା ପ୍ରଦାନ, କଟକ ବାରବାଟି ଦୁର୍ଗର ପୁନଃଉଦ୍ଧାର, କଟକ ରେଳଷ୍ଟେସନ୍ ଉନ୍ନତି କରଣ, ନରାଜ ଠାରେ ୨ୟ ରେଳ ଷ୍ଟେସନ୍ ନିର୍ମାଣ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପସ୍ଥାପନକରି ସଂସଦରେ ବେଶ ସକ୍ରିୟ ସାଂସଦ ଭାବରେ ଅଧ୍ୟକ୍ଷଙ୍କ ଠାରୁ ବହୁବାର ପ୍ରଶଂସିତ ହୋଇଥିଲେ । 

ସୁବାଷ ସିଂହ ୨୦୨୦-୨୧ ସଂସଦ ଅଧିବେଶନରେ ଶତପ୍ରତିଶତ ଯୋଗଦାନ ଓ ସଂସଦୀୟ ଜଳ ସମ୍ପଦ କମିଟିରେ ୯୯% ଯୋଗଦାନ ଦେଇ ଓଡିଶାର ମହାନଦୀ ଜଳ ବିବାଦ ସଂପର୍କରେ ବହୁବାର ପ୍ରଶ୍ନ ଉପସ୍ଥାପନ କରିଆସୁଥିଲେ । ତେବେ ସୁବାଷ ସିଂହ ରାଜ୍ୟସଭା ପରେ ଏବେ କଟକର ବିକାଶ କ୍ଷେତ୍ରରେ ଭଲ କାମରିବେ ବୋଲି କଟକବାସୀ ଆସା ରଖିଛନ୍ତି । କଟକରେ ଡ୍ରେନ ସମସ୍ୟା, ଟ୍ରାଫିକ ସମସ୍ୟା, ରାସ୍ତା ଘାଟର ନିର୍ମାଣ, କଟକ ବାରବାଟି ବସଷ୍ଟାଣ୍ଡର ମରାମତି ଏବଂ କଟକ ଚାଲୁଥିବା ବିଭିନ୍ନ ପୂଜା ପର୍ବଣକୁ ସୁରୁଖୁରୁ ତୁଲାଇବା ଏହି ଭଳି ଅନେକ ସମସ୍ୟାକୁ କିଭଳି ସୁବାଷ ଟ୍ୟାକେଲ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ପୂର୍ବରୁ ଶ୍ରମିକ ନେତା ପରେ ରାଜ୍ୟସଭାରେ ଭଲ କାମ କରିଥିବା ସୁବାଷଙ୍କ ଉପରେ ବଜେଡି ଓ କଟକବାସୀ ବେଶ ଆସା ଓ ବିଶ୍ବାସ ରଖିଛନ୍ତି । 

Also Read: ଗୁଜୁରାଟର କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଆସାମ ପୋଲିସ, ଜାଣନ୍ତୁ କ'ଣ ରହିଛି କାରଣ

ସୂଚନାଯୋଗ୍ୟ, ଚଳିତ ବର୍ଷ ୩ଟି ମହାନଗର ନିଗମ ଏବଂ ୧୦୫ଟି ପୌର ପରିଷଦରେ ନିର୍ବାଚନ ହୋଇଥିଲା। କଟକରେ ସାଂସଦ ସୁବାଷ ସିଂହଙ୍କୁ ବିଜେଡି ମେୟର ପ୍ରାର୍ଥି କରିଥିଲା। ମାର୍ଚ୍ଚ ୨୬ ତାରିଖ ଦିନ ପ୍ରତ୍ୟେକ୍ଷ ଭାବେ ସେ ୨୮ ହଜାର ୮୦୦ରୁ ଊର୍ଦ୍ଧ୍ୱ ଭୋଟ୍‌ରେ ବିଜୟ ହୋଇଥିଲେ। ଏହା ପରେ ଏପ୍ରିଲ୍ ୭ ତାରିଖରେ ସୁବାଷ ସିଂହ କଟକ ମେୟର (Cuttack Mayor)  ଭାବେ ଶପଥ ନେଇଥିଲେ। ଆଉ ଏବେ ବିଧିବଦ୍ଧ ଭାବେ ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।