ବିଭାଜନ ଭିଡିଓ ଜାରି କରି ନେହେରୁଙ୍କୁ ଟାର୍ଗେଟ କଲା ବିଜେପି: କଂଗ୍ରେସ ଦେଲା ପଲଟା ଜବାବ
Advertisement

ବିଭାଜନ ଭିଡିଓ ଜାରି କରି ନେହେରୁଙ୍କୁ ଟାର୍ଗେଟ କଲା ବିଜେପି: କଂଗ୍ରେସ ଦେଲା ପଲଟା ଜବାବ

Vibhajan Vibhishika Smriti Diwas: ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ ବିଜେପି 'ବିଭାଜନ ବିଭୀଷୀକା ସ୍ମୃତି ଦିବସ'(Vibhajan Vibhishika Smriti Diwas)କୁ ନେଇ ଏକ ଭିଡିଓ ଜାରି କରିଛି। ଯାହାର ପାଲଟା ଜବାବ ଦେଇଛି କଂଗ୍ରେସ।

ପ୍ରତୀକାତ୍ମକ

Vibhajan Vibhishika Smriti Diwas: ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ ବିଜେପି 'ବିଭାଜନ ବିଭୀଷୀକା ସ୍ମୃତି ଦିବସ'(Vibhajan Vibhishika Smriti Diwas)କୁ ନେଇ ଏକ ଭିଡିଓ ଜାରି କରିଛି। ଆଜି ଏହି ଭିଡିଓରେ, ୧୯୪୭ ମସିହାରେ ଭାରତ ବିଭାଜନ ଘଟଣାକୁ ବର୍ଣ୍ଣନା କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବିଜେପି ଟାର୍ଗେଟ କରିଛି। ଭିଡିଓଟିରେ ଅଭିଲେଖୀୟ ଫୁଟେଜ୍ ଓ ବିଭାଜନର ନାଟକୀୟ ଫୁଟେଜ୍ ବ୍ୟବହାର କରାଯାଇଛି। ୭ ମିନିଟର ଏହି ଭିଡିଓରେ ଜବାହରଲାଲ ନେହେରୁଙ୍କୁ ପାକିସ୍ତାନ ଗଠନ ପାଇଁ ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ତ୍ବାଧୀନ ମୁସଲିମ ଲିଗର ଦାବି ଆଗରେ ନତମସ୍ତକ ହୋଇ ମାନିଥିବା ଅଭିଯୋଗ କରାଯାଛି।

ଗତ ବର୍ଷ ଅଗଷ୍ଟ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ୧୯୪୭ ମସିହାରେ ବିଭାଜନ ସମୟରେ ଭାରତୀୟଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଦେଶକୁ ସ୍ମରଣ କରାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ 'ବିଭାଜନ ବିଭୀଷୀକା ସ୍ମୃତି ଦିବସ' ଭାବରେ ସ୍ମରଣ କରାଯିବ। ଅଗଷ୍ଟ ୧୪ ତାରିଖ ଦିନ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରିଛନ୍ତି ସୂଚନା ଦେଇଛନ୍ତି।

ବିଜେପିର ଏହି ଭିଡିଓରେ ସିରିଲ ଜ୍ଞାନ୍ ରେଡକ୍ଲିଫକୁ ଦେଖାଯାଇଛି। ଯାହାର ବିଭାଜନ ନକ୍ସା ପଞ୍ଜାବ ଏବଂ ବଙ୍ଗଳାକୁ ପ୍ରାୟ ଅଧା ଅଞ୍ଚଳରୁ ଦୁଇ ଭାଗରେ ବିଭକ୍ତ କରିଛି। ଏହା ଦର୍ଶାଇଛି ଯେ, ଜଣେ ବ୍ୟକ୍ତି ଯିଏକି ଭାରତୀୟ ସାଂସ୍କୃତିକ ଏୈତିହ୍ୟ(heritage) ବିଷୟରେ ଜ୍ଞାନ ନଥିଲା। ମାତ୍ର, କିଛି ସପ୍ତାହ ମଧ୍ୟରେ ଭାରତକୁ ବିଭାଜନ କରିବାକୁ ଅନୁମତି ଦିଆଗଲା? ନେହେରୁଙ୍କ ଦୃଶ୍ୟ ସମଗ୍ର ଭିଡିଓରେ କରାଯାଇଥିବା ବେଳେ କାହାଣୀଟି ବିଭାଜନର ଭୟାବହତା ବିଷୟରେ କହୁଥିଲା।

ଏହି ଭିଡିଓ ସହିତ ବିଜେପି ଟ୍ୱିଟ୍ କରି କହିଛି, 'ଯେଉଁମାନେ ଭାରତର ସାଂସ୍କୃତିକ ଏୈତିହ୍ୟ, ସଭ୍ୟତା, ମୂଲ୍ୟବୋଧ ବିଷୟରେ ଜାଣିନଥିଲେ। ସେମାନେ ମାତ୍ର ତିନି ସପ୍ତାହ ମଧ୍ୟରେ ଶତାବ୍ଦୀ ଧରି ଏକାଠି ରହୁଥିବା ଲୋକଙ୍କ ମଧ୍ୟରେ ସୀମାରେଖା ଟାଣିଦେଇଥିଲେ। ସେହି ସମୟରେ ସେମାନେ କେଉଁଠାରେ ଥିଲେ, ଯେଉଁମାନେ ଏହି ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଲଢିବାର ଦାୟିତ୍ବ ନେଇଥିଲେ? 

କଂଗ୍ରେସର ପାଲଟା ଜବାବ

ବିଜେପିର ଏହି ଭିଡିଓର କଂଗ୍ରେସ ପାଲଟା ଜବାବ ଦେଇଛି। ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ଏହି ଦିନକୁ ପାଳନ କରିବା ପଛରେ ପ୍ରଧାନମନ୍ତ୍ରୀଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ରାଜନୈତିକ ଯୁଦ୍ଧ ପାଇଁ ଅତ୍ୟଧିକ ଯନ୍ତ୍ରଣାଦାୟକ ଏୈତିହାସିକ (historical) ଘଟଣାକୁ ଉପଯୋଗ କରିବା। ସେ କହିଛନ୍ତି ଯେ, ଆଧୁନିକ ସାବରକର ଏବଂ ଜିହ୍ନା ଦେଶକୁ ବିଭାଜନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ବିଜେପିକୁ ଜବାରେ ଜୟରାମ ରମେଶ କହିଛନ୍ତି, ସତ କଥା ହେଉଛି ସାବରକର ଦୁଇ ଦେଶୀୟ ସିଦ୍ଧାନ୍ତ(Two Nation Theory)କୁ ଜନ୍ମ ଦେଇଥିଲେ ଓ ଜିହ୍ନା ଏହାକୁ ସମ୍ପୂର୍ଣ୍ଣ କରିଥିଲେ। ସର୍ଦ୍ଦାର ପଟେଲ ଲେଖିଥିଲେ ଯେ, ମୁଁ ଅନୁଭବ କଲି ଯେ ଯଦି ଆମେ ବିଭାଜନକୁ ଗ୍ରହଣ ନକରିବା, ତେବେ ଭାରତ ଅନେକ ଭାଗରେ ବିଭକ୍ତ ହୋଇ ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇବ।