ନିକଟରେ ହୋଇଥିବା ନିର୍ବାଚନରେ କଂଗ୍ରେସ (Congress) ର ଖରାପ ପ୍ରଦର୍ଶନ ଉପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ( Ghulam Nabi Azad) କହିଛନ୍ତି ଯେ, " ଆମେ ପରାଜୟକୁ ନେଇ ଚିନ୍ତିତ ଅଛୁ, ବିଶେଷକରି ବିହାର ଏବଂ ଉପ-ନିର୍ବାଚନ ଫଳାଫଳକୁ ନେଇ ଆମେ ସମସ୍ତେ ଚିନ୍ତିତ ।
Trending Photos
ନୂଆଦିଲ୍ଲୀ: ଆଜିକାଲି କଂଗ୍ରେସ (Congress) ଖରାପ ସମୟ ଦେଇ ଗତି କରୁଛି । ଆଉ ନିର୍ବାଚନରେ ଦେଶର ସର୍ବ ପୁରାତନ ଦଳର କ୍ରମାଗତ ନିରାଶାଜନକ ପ୍ରଦର୍ଶନ ଜାରି ରହିଛି । ଫଳରେ ଦଳ ମଧ୍ୟରେ ଅସ୍ଥିରତା ସୃଷ୍ଟି କରୁଛି । ନିକଟରେ ବିହାର ବିଧାନସଭା ନିର୍ବାଚନ (Bihar Assembly 2020) ଏବଂ ଅନ୍ୟ ରାଜ୍ୟରେ ଉପ-ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଲଜ୍ଜାଜନକ ଥିଲା । ଖରାପ ପ୍ରଦର୍ଶନ ଉପରେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Congress Senior Leader Ghulam Nabi Azad) କହିଛନ୍ତି ଯେ ନିର୍ବାଚନରେ ପରାଜୟକୁ ନେଇ ଆମେ ସମସ୍ତେ ଚିନ୍ତିତ । ଆମର ଲୋକମାନେ ଭୂମି ସ୍ତରରେ ଥିବା ଲୋକଙ୍କ ସହିତ ସମ୍ପର୍କ ହରାଇଛନ୍ତି ।
ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'
ନିକଟରେ ହୋଇଥିବା ନିର୍ବାଚନରେ କଂଗ୍ରେସ (Congress) ର ଖରାପ ପ୍ରଦର୍ଶନ ଉପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ( Ghulam Nabi Azad) କହିଛନ୍ତି ଯେ, " ଆମେ ପରାଜୟକୁ ନେଇ ଚିନ୍ତିତ ଅଛୁ, ବିଶେଷକରି ବିହାର ଏବଂ ଉପ-ନିର୍ବାଚନ ଫଳାଫଳକୁ ନେଇ ଆମେ ସମସ୍ତେ ଚିନ୍ତିତ । ପରାଜୟ ପାଇଁ ମୁଁ ନେତୃତ୍ୱକୁ ଦାୟୀ କରୁ ନାହିଁ । ଦଳ ସହ ଜଡିତ ଆମର ଲୋକଙ୍କ ସମ୍ପର୍କ ଗ୍ରାଉଣ୍ଡ ସ୍ତରରେ ଶେଷ ହୋଇଯାଇଛି । ଲୋକମାନେ ଦଳକୁ ଭଲ ପାଇବା ଉଚିତ୍ । ଗତ ୭୨ ବର୍ଷ ମଧ୍ୟରେ କଂଗ୍ରେସ ସର୍ବନିମ୍ନ ସ୍ଥିତିରେ ଅଛି ।"
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ପୁଣି ଲାଗିବ ଲକଡାଉନ୍!
ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଏହି ଖୁସି ଖବର ଦେବେ ମୋଦି ସରକାର! ପେନସନଭୋଗୀ ମଧ୍ୟ ହେବେ ଉପକୃତ
ନ୍ୟୁଜ୍ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପାଞ୍ଚ ତାରକା ସଂସ୍କୃତି ଦ୍ୱାରା ନିର୍ବାଚନ ଜିତି ହୁଏ ନାହିଁ । ଆଜିର ନେତାଙ୍କ ସବୁଠାରୁ ବଡ ସମସ୍ୟା ହେଉଛି ଯଦି ସେମାନେ ପାର୍ଟି ଟିକେଟ ପାଆନ୍ତି, ତେବେ ସେମାନେ ପ୍ରଥମେ ପାଞ୍ଚ ତାରକା ହୋଟେଲ ବୁକ୍ କରନ୍ତି । ଯଦି ଖାଲ-ଢିପ ରାସ୍ତା ଅଛି, ସେମାନେ ତାହା ଉପରେ ଯିବେ ନାହିଁ । ସେ କହିଛନ୍ତି ଯେ ପାଞ୍ଚ ତାରକା ସଂସ୍କୃତି ଛାଡିବାର ସମୟ ଆସିଛି । ଯେପର୍ଯ୍ୟନ୍ତ ଆମେ ଏହାକୁ ନ ଛାଡିବା ସେପର୍ଯ୍ୟନ୍ତ କୌଣସି ନିର୍ବାଚନ ଜିତିପାରିବା ନାହିଁ । ଦଳର ପଦାଧିକାରୀଙ୍କ ଉପରେ ବର୍ଷି ଆଜାଦ କହିଛନ୍ତି ଯେ ଦଳର ପଦାଧିକାରୀମାନଙ୍କୁ ସେମାନଙ୍କର ଦାୟିତ୍ୱ ବୁଝିବାକୁ ପଡ଼ିବ ।