Congress Leader Salman Khurshid: କାହିଁକି ମୁଁ ଗାନ୍ଧୀ ପରିବାରକୁ ବଞ୍ଚାଇବି?
Advertisement

Congress Leader Salman Khurshid: କାହିଁକି ମୁଁ ଗାନ୍ଧୀ ପରିବାରକୁ ବଞ୍ଚାଇବି?

Salman Khurshid on Gandhi Family: ମୁଁ କାହିଁକି ଗାନ୍ଧୀ ପରିବାରକୁ ବଞ୍ଚାଇବାକୁ ଆସିବି? ମୁଁ ମୋର ନେତାଙ୍କୁ ବଞ୍ଚାଇବାକୁ ଆସିବି। ମୋର ନେତା ମୋତେ ବଞ୍ଚାଇଛଥାନ୍ତି।

Congress Leader Salman Khurshid: କାହିଁକି ମୁଁ ଗାନ୍ଧୀ ପରିବାରକୁ ବଞ୍ଚାଇବି?

Salman Khurshid on Gandhi Family: ଦେଶରେ ବଢି ଚାଲିଥିବା ଦରଦାମ ବୃଦ୍ଧି ବିରୋଧରେ ଅଗଷ୍ଟ ୫ ତାରିଖ ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ କରାଯାଇଥିଲା ବିକ୍ଷୋଭ ପ୍ରଦର୍ଶନ। ଦରଦାମ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ହୋଇଥିବା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଗାନ୍ଧୀ ପରିବାରର ଦାୟାଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ। ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ଉଭୟଙ୍କୁ ହେପାଜତକୁ ନେଇଥିଲା ପୋଲିସ। କଂଗ୍ରେସ ପକ୍ଷରୁ କରାଯାଉଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି ବିଜେପି ପକ୍ଷରୁ କୁହାଯାଇଛି ଯେ ଗାନ୍ଧୀ ପରିବାରକୁ ବଞ୍ଚାଇବା ପାଇଁ ଏସବୁ କରାଯାଉଛି। ବିଜେପି  କରାଯାଉଥିବା ଏହି ଅଭିଯୋଗ ଉପରେ ଜବାବ ରଖି କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ମୁଁ କାହିଁକି ଗାନ୍ଧୀ ପରିବାରକୁ ବଞ୍ଚାଇବାକୁ ଆସିବି? ମୁଁ ମୋର ନେତାଙ୍କୁ ବଞ୍ଚାଇବାକୁ ଆସିବି। ମୋର ନେତା ମୋତେ ବଞ୍ଚାଇଛଥାନ୍ତି।

ଶୁକ୍ରବାର ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ଯୋଗଦେବା ଅବସରରେ କଂଗ୍ରେସ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ (Congress Leader Salman Khurshid) କହିଛନ୍ତି ଯେ ଦେଶର ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଆମେ ସଂଗ୍ରାମ କରୁଛୁ। ଏହି ଲମ୍ବା ଯୁଦ୍ଧ ଚାଲିବ। ବର୍ତ୍ତମାନ ସମୟରେ ମୁଖ୍ୟ ପ୍ରସଙ୍ଗ ହେଉଛି ବେକାରୀ ଏବଂ ମୁଦ୍ରାସ୍ଫୀତି।

କଂଗ୍ରେସ ପକ୍ଷରୁ କରାଯାଉଥିବା ବିକ୍ଷୋକ୍ଷ ପ୍ରଦର୍ଶନ ଉପରେ ବିଜେପି (BJP) କହିଛି ଯେ ଗାନ୍ଧୀ ପରିବାରକୁ (Gandhi Family) ବଞ୍ଚାଇବା ପାଇଁ ଏସବୁ କରାଯାଉଛି? ଯେତେବେଳେ ସଲମାନ ଖୁର୍ସିଦଙ୍କୁ ଏ ବାବଦରେ ପଚରା ଯାଇଥିଲେ ସେତେବେଳେ ଏହାର ଜବାବ ରଖି ସେ କହିଥିଲେ ଯେ ମୁଁ କାହାକୁ ବଞ୍ଚାଏ। ଏଠାରେ ମୋର ପରିବାର ନାହିଁ। ସେମାନଙ୍କର ପରିବାର ନାହିଁ। ମୁଁ ପରିବାରକୁ ବଞ୍ଚାଇବାକୁ ପାଇଁ କାହିଁକି ଆସିବି? ମୁଁ ମୋର ନେତାଙ୍କୁ ବଞ୍ଚାଇବାକୁ ଆସିବି। ମୋର ନେତା ମୋତେ ବଞ୍ଚାଇଥାନ୍ତି।

Also Read: Congress Leader Salman Khurshid: କାହିଁକି ମୁଁ ଗାନ୍ଧୀ ପରିବାରକୁ ବଞ୍ଚାଇବି?

ନ୍ୟାସନାଲ ହେରାଲ୍ଡ ମାମଲାରେ (National Herald Case) ସୋନିଆ ଗାନ୍ଧୀ (Sonia Gandhi) ଏବଂ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED)। ଏହି ମାମଲାରେ ଇଡି ପକ୍ଷରୁ କରାଯାଉଥିବା ତଦନ୍ତକୁ ବିରୋଧ କରିଛି କଂଗ୍ରେସ (Congress)। ରାହୁଲ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (Central Investigation Agency) କାର୍ଯ୍ୟ କରୁଛି।

ଏହି ମାମଲାର ଯାଞ୍ଚ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ (Congress leader Mallikarjun Kharge) ନିକଟରେ ପହଞ୍ଚିଛି। ଗୁରୁବାର ଦିନ ଇଡି ଅଧିକାରୀ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ଼ (Young Indian Private Limited) କାର୍ଯ୍ୟାଳୟରେ ଯାଞ୍ଚ କରିବା ସମୟରେ ଏହି କଂଗ୍ରେସ ନେତାଙ୍କୁ ଜେରା କରିଥିଲେ। ସେ ୟଙ୍ଗ ଇଣ୍ଡିଆ (Young India) ମୁଖ୍ୟ ଅଧିକାରୀ ହୋଇଥିବାରୁ ଜେରା ବେଳେ ସେ ଇଡି ଅଧିକାରୀଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କୁ ୟଙ୍ଗ ଇଣ୍ଡିଆ ସହ ଜଡ଼ିତ ଦସ୍ତାବିଜ ବାବଦରେ ପଚରା ଯାଇଥିଲା। ଗୁରୁବାର ଦିନ ଇଡି ଅଧିକାରୀଙ୍କ ଏକ ଦଳ ଏହି ମାମଲାର ତଦନ୍ତ ପାଇଁ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟରେ ପହଞ୍ଚିଥିଲା। 

Also Read: ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ

ଇଡି ପୂର୍ବରୁ ମଲ୍ଲିକାର୍ଜୁନ ଖାର୍ଗ ଏବଂ ପୱନ ବଂସଲଙ୍କୁ (Congress Leader Pawan Bansal) ଦୁଇଟି ଇମେଲ ପଠାଇବା ସତ୍ତ୍ୱେ ସେମାନେ ସହଯୋଗ କରୁନଥିବା ଅଭିଯୋଗ କରିଥିଲା। ବୁଧବାର ଇଡି ଅଧିକାରୀ ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ୍ କରି କହିଛି ଯେ ସେମାନଙ୍କୁ କେହି ସହଯୋଗ କରୁନାହାଁନ୍ତି।