ବିଜେପି ହାତ ଧରିବା ପୂର୍ବରୁ ରାୟବରେଲି ସଦର ଆସନର କଂଗ୍ରେସ ବିଧାୟିକା ଅଦିତି ସିଂହ ବିଭିନ୍ନ ସମୟରେ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିସାରିଛନ୍ତି।
Trending Photos
ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ରାଜ୍ୟର ରାୟବରେଲି ସଦର ଆସନର ବିଧାୟିକା ଅଦିତି ସିଂହ ବିଜେପି ଦଳରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ସେ ଦଳ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଆସୁଥିଲେ। ବର୍ତ୍ତମାନ ସେ ବିଜେପି ହାତ ଧରିବା କାରଣରୁ କଂଗ୍ରେସ ରାୟବରେଲି ଆସନକୁ ହରାଇବାର ସମ୍ଭାବନା ରହିଛି। ଅଦିତି ସିଂହଙ୍କୁ ଛାଡି଼ ବିଏସପି ବିଧାୟକ ବନ୍ଦନା ସିଂହ ମଧ୍ୟ ବିଜେପି ହାତ ଧରିଛନ୍ତି।
ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ଉପସ୍ଥିତିରେ କଂଗ୍ରେସର ଅଦିତି ସିଂହ (Congress MLA Aditi Singh) ଏବଂ ବିଏସପିର ବିଧାୟକ ବନ୍ଦନା ସିଂହ ଉଭୟେ ବିଜେପିରେ ଯୋଗଦାନ କରିଥିଲେ। ବିଜେପି ହାତ ଧରିବା ପୂର୍ବରୁ ରାୟବରେଲି ସଦର ଆସନର କଂଗ୍ରେସ ବିଧାୟିକା ଅଦିତି ସିଂହ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଖୋଲାଖୋଲି ଭାବେ ପ୍ରଂଶସା କରିଛନ୍ତି। ଏହା ବ୍ୟତୀତ ସେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିସାରିଛନ୍ତି।
Also Read: ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀଙ୍କ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା ନେଇ କଂଗ୍ରେସ ଘୋଷଣା କରିବା ଉପରେ ଜବାବ ଜବାବ ରଖି ଅଦିତି ସିଂହ କହିଛନ୍ତି ବର୍ତ୍ତମାନ ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେଠାରେ କାହିଁକି ଏଭଳି ଘୋଷଣା କରାଯାଇନାହିଁ। ଉତ୍ତର ପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ଭୋଟ ପାଇବା ଲାଗି କଂଗ୍ରେସ ଏଭଳି ପ୍ରଲୋଭନକାରୀ ପ୍ରତିଶୃତି ଦେଉଛି। ରାଜ୍ୟରେ କଂଗ୍ରେସର ଭଳି ଜାତୀୟ ଦଳର ସମର୍ଥନ ସ୍ଥାନୀୟ ଆଞ୍ଚଳିକ ଦଳ ଠାରୁ କମ୍ ବେଲି କହିଛନ୍ତି ଅଦିତି ସିଂହ।
Also Read: UP Elections 2022 କୁ Priyanka Gandhi ଙ୍କ ବଡ ଘୋଷଣା
ରାୟବରେଲି ଆସନ ହେଉଛି କଂଗ୍ରେସର ପାରମ୍ପାରିକ ଗଡ଼। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବର୍ତ୍ତମାନ ଏଠାରୁ ରାୟବରେଲି ଲୋକସଭା ଆସନର (Rae Bareli Lok Sabha constituency) ସାଂସଦ ଅଛନ୍ତି। ଅଦିତି ସିଂହଙ୍କ ପିତା ଅଖିଳେଶ ସିଂହ ରାୟବରେଲି ସଦର ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ତାଙ୍କର ଏହି ଅଞ୍ଚଳରେ ବେଶ ଭଲ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ଅଦିତି ସିଂହଙ୍କ ବିଜେପି ଦଳରେ ଯୋଗଦାନ କଂଗ୍ରେସ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏକଦା କଂଗ୍ରେସ ଗଡ଼ରେ ଥିବା ଆମେଠି ଆସନ ଏକ ବିଜେପି ଗଡ଼ରେ ପରିଣତ ହୋଇସାରିଛନ୍ତି। ଯେଉଁଠାରୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଉତ୍ତର ପ୍ରଦେଶରେ ରାଏବରେଲି ଆସନକୁ କଂଗ୍ରେସ ଦଳର ଶେଷ ଦୁର୍ଗ କୁହାଯାଇପାରେ।
Also Read: UP ବିଧାନସଭା ନିର୍ବାଚନ ଲଢିବା ଉପରେ ମୁଁ କରୁଛି ବିଚାର: Priyanka Gandhi
ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ରାୟବରେଲି ସଦର ବିଧାନସଭା ଆସନରୁ (Rae Bareli Assembly constituency) ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅଦିତି ସିଂହ। ହେଲେ ଧିରେ ଧିରେ କଂଗ୍ରେସ ଦଳ ପ୍ରତି ତାଙ୍କର ଅସନ୍ତୋଷ ବଢିବାରେ ଲାଗିଥିଲା। ସେ ରାୟବରେଲିର ସାଂସଦ ସୋନିଆ ଗାନ୍ଧୀଙ୍କ ସହ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ଲାଗିଲେ। ଏହା ପରେ ସେ କଂଗ୍ରେସ ଏବଂ ଦଳର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ସ୍ୱର ଉଠାଇଥିଲେ। ଏହା ପରେ ଦଳ ତାଙ୍କୁ ଏକ ନୋଟିସ ମଧ୍ୟ ଜାରି କରିଥିଲା। ହେଲେ ତଥାପି ତାଙ୍କର ବିଦ୍ରୋହୀ ଆଭିମୁଖ୍ୟ କମିନଥିଲା।