ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଧାନସଭା ମତଦାନ ସମାପ୍ତ ହୋଇଛି। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ସହ ଫଳାଫଳ ବାହାରିବ। Exit Poll 2022 ଅନୁସାରେ ପଞ୍ଜାବକୁ ଛାଡି ଅନ୍ୟ ୪ଟି ରାଜ୍ୟରେ ବହୁମତ ସହ ବିଜେପି ସରକାର ଗଠନ କରିବ।
Trending Photos
ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ କଂଗ୍ରେସ ରାଜ୍ୟରେ ମେଣ୍ଟ ପାଇଁ ସହଯୋଗୀ ଖୋଜା ଆରମ୍ଭ କରିଛି। 'ବିଜେପି ବିରୋଧୀ ଦଳ' ସହିତ ଏକାଠି ହେବାକୁ କଂଗ୍ରେସ ଘୋଷଣା କରିଛି। ଆମ୍ ଆଦମି ପାର୍ଟି (ଆପ୍) ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ମେଣ୍ଟ କରିବାପାଇଁ ମଧ୍ୟ କଂଗ୍ରେସ ପ୍ରସ୍ତୁତ ଅଛି। ପୂର୍ବରୁ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ କଂଗ୍ରେସ ପରିଚାଳିତ ହେଉଥିବା ଉଭୟ ଦଳ ଅଭିଯୋଗ କରିଥିଲେ।
ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ବିଧାନସଭା ମତଦାନ ସମାପ୍ତ ହୋଇଛି। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ସହ ଫଳାଫଳ ବାହାରିବ। Exit Poll 2022 ଅନୁସାରେ ପଞ୍ଜାବକୁ ଛାଡି ଅନ୍ୟ ୪ଟି ରାଜ୍ୟରେ ବହୁମତ ସହ ବିଜେପି ସରକାର ଗଠନ କରିବ। କିଛି ସଂସ୍ଥା ଆକଳନ କରିଛନ୍ତି ଯେ, ଗୋଆ ଓ ଉତ୍ତରାଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିପାରେ। କିନ୍ତୁ ଏଥିପାଇଁ ଦଳକୁ ଅନ୍ୟର ସମର୍ଥନ ଆବଶ୍ୟକ। ଏଭଳି କ୍ଷେତ୍ରରେ କଂଗ୍ରେସ ସହଯୋଗୀ ଖୋଜି ବୁଲୁଛି।
Also Read: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ; କ'ଣ କହୁଛି Exit Poll?
ମିଡିଆ ରିପୋର୍ଟ ଅନୁଯାୟୀ, ଅଲ ଇଣ୍ଡିଆ କଂଗ୍ରେସ କମିଟିର ଗୋଆ ଡେସ୍କର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, 'ଯିଏ ବିଜେପିର ବିରୋଧୀ, ଆମେ ସେମାନଙ୍କ ସହିତ ଆଲୋଚନା କରିବୁ ଏବଂ ଆମେ ସେମାନଙ୍କ ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ। ମୁଁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାର୍ଟି ବିଷୟରେ କହୁନାହିଁ।ଯେକୌଣସି ଦଳ ବିଜେପିକୁ ସମର୍ଥନ କରିବାକୁ ଚାହୁଁନାହାଁନ୍ତି, ଆମେ ସେମାନଙ୍କୁ ସ୍ଥାନ ଦେବାକୁ ପ୍ରସ୍ତୁତ ଅଛୁ।'
ରାଓ କହିଛନ୍ତି ଯେ, ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି, କଂଗ୍ରେସ ସହ ଯୋଗାଯୋଗରେ ଅଛି। ଏମଜିପି, ଟିଏମସି ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ଟିଏମସି ସାଂସଦ ତଥା ଦଳର ଗୋଆ ଦାୟିତ୍ୱରେ ଥିବା ମହୁଆ ମୈତ୍ରା ଏକ ଟୁଇଟ୍ ଜରିଆରେ ଗୋଆରେ ବିଜେପି ବିରୁଦ୍ଧରୋ ସମସ୍ତ ଦଳକୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। କିନ୍ତୁ ସେହି ସମୟରେ କଂଗ୍ରେସ ଏବଂ ଆପ୍ କୌଣସି ଆଗ୍ରହ ଦେଖାଇ ନଥିଲେ।