Governor Satyapal Malik: ରାଜ୍ୟପାଳଙ୍କ ବୟାନକୁ ନେଇ ବିଜେପି କୁ କଟାକ୍ଷ କଲା କଂଗ୍ରେସ, ଜାଣନ୍ତୁ କଣ ଥିଲା ଘଟଣା
Advertisement
Article Detail0/zeeodisha/odisha1351707

Governor Satyapal Malik: ରାଜ୍ୟପାଳଙ୍କ ବୟାନକୁ ନେଇ ବିଜେପି କୁ କଟାକ୍ଷ କଲା କଂଗ୍ରେସ, ଜାଣନ୍ତୁ କଣ ଥିଲା ଘଟଣା

Satya Pal Malik on Modi Govt:  ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରି ସାରିଛନ୍ତି ମେଘାଳୟ ରାଜ୍ୟପାଳ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। 

Governor Satyapal Malik: ରାଜ୍ୟପାଳଙ୍କ ବୟାନକୁ ନେଇ ବିଜେପି କୁ କଟାକ୍ଷ କଲା କଂଗ୍ରେସ, ଜାଣନ୍ତୁ କଣ ଥିଲା ଘଟଣା

Congress targets BJP: ବିଭିନ୍ନ ସମୟରେ ନିଜର ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ତାଙ୍କର ବୟାନକୁ ନେଇ ଅନେକ ସମୟରେ ହରଡଘଣାରେ ପଡ଼ିଥାନ୍ତି ମୋଦି ସରକାର। ସଦ୍ୟ ମେଘାଳୟ ରାଜ୍ୟପାଳଙ୍କ ବୟାନକୁ ନେଇ କାଠଗଡାରେ ଛିଡ଼ା ହୋଇଛି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର।  ଏହି ପ୍ରସଙ୍ଗରେ ବିରୋଧି କଂଗ୍ରେସ ଶାସକ ବିଜେପିକୁ କଟାକ୍ଷ କରିଛି। 

ଶନିବାର ଦେଶର ଉପରାଷ୍ଟ୍ରପତି ପଦକୁ (Vice President of India) ନେଇ ଏକ ହଟଚମଟ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ (Meghalaya Governor Satya Pal Malik)। ଏନେଇ ସେ କହିଥିଲେ ଯେ, "ତାଙ୍କୁ ସଙ୍କେତ ଦିଆଯାଇଥିଲେ ଯେ ଯଦି ସେ କେନ୍ଦ୍ର ବିରୋଧରେ କିଛି ନ କୁହନ୍ତି ତାହେଲେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ। "  

ମେଘାଳୟ ରାଜ୍ୟପାଳଙ୍କ ଏହି ବିବୃତ୍ତି ଉପରେ ବିଜେପିକୁ (BJP) କଟାକ୍ଷ କରି କଂଗ୍ରେସ ଏକ ଟ୍ୱିଟ୍ କରିଛି। ଏନେଇ କଂଗ୍ରେସ (Congress) ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାରଙ୍କ ବିରୋଧରେ କିଛି କୁହ ନାହିଁ। ମୋର କଳା କାରନାମାର ପର୍ଦ୍ଦଫାଶ କର ନାହିଁ। ଆପଣଙ୍କୁ ଉପରାଷ୍ଟ୍ରପତି କରାଯିବ। 

ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ମୋଦି ସରକାରଙ୍କ (Modi Govt) ପକ୍ଷରୁ ମୋତେ ଏକ ପ୍ରସ୍ତାବ ଦିଆଯାଇଥିଲା। ତାହା ହେଉଛି ସତ୍ୟ କହିବା ବନ୍ଦ କର। ଆପଣଙ୍କୁ ଉପରାଷ୍ଟ୍ରପତି କରାଯିବ। ରାଜ୍ୟପାଳଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ କହିଛି ବାଃ ମୋଦି ବାଃ ଆପଣ ଜଣେ ବଡ କଳାକାର ବାହାରିଲେ। 

ଶନିବାର ରାଜସ୍ଥାନ ଝୁନଝୁନ ଆସିବା ଅବସରରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଥିଲେ ଯେ, ତାଙ୍କୁ ସଙ୍କେତ ମିଳିଥିଲା ଯେ ଯଦି ସେ କେନ୍ଦ୍ର ବିରୋଧରେ କହିବା ବନ୍ଦ କରନ୍ତି ତାହେଲେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ। ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ  ଜଗଦୀପ ଧନଖଡଙ୍କୁ (Jagdeep Dhankhar) ଉପରାଷ୍ଟ୍ରପତି କରିବାକୁ  ନେଇ ସେ ନିଜର ପ୍ରତିକ୍ରିୟା ଦେଉଥିଲେ। ଏନେଇ ସେ କହିଥିଲେ ଜଗଦୀପ ଧନଖଡ଼ ଜଣେ ଯୋଗ୍ୟ ପ୍ରାର୍ଥୀ ଥିଲେ। ତାଙ୍କୁ ଉପରାଷ୍ଟ୍ରପତି ହେବାର ଥିଲା। ହେଲେ ମୁଁ ଏହା କରିପାରିବି ନାହିଁ। ମୁଁ ଯାହା ଅନୁଭବ କରୁଛି ତାହା ନିଶ୍ଚିତ ଭାବରେ କହିବି। 

Also Read: Rajpath Name Change: ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ମେଘାଳୟ ରାଜ୍ୟପାଳ

ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରି ସାରିଛନ୍ତି ମେଘାଳୟ ରାଜ୍ୟପାଳ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) କଟାକ୍ଷ କରି ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି। 

ନିକଟରେ ଉତ୍ତର ପ୍ରଦେଶ ବୁଲନ୍ଦ ଶହର ଜିଲ୍ଲାର ମୁଢି ବାକାପୁର ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜପାଥ ବ୍ରିଟିଶ ନାମ ନୁହେଁ। ତେଣୁ ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। 

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା  ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି ସେ ଏକ ଭଲ କାମ କରୁଛନ୍ତି। ତାଙ୍କୁ ମୋର ଶୁଭେଚ୍ଛା। ତାଙ୍କ ଦ୍ୱାରା କରାଯାଉଥିବା ଭାରତ ଯୋଡା ଯାତ୍ରା ବାବଦରେ ମତ ରଖି ରାଜ୍ୟପାଳ କହିଛନ୍ତି, ସେ ତାଙ୍କ ଦଳ ପାଇଁ କାମ କରୁଛନ୍ତି। ଭଲ କଥା। ଯୁବକ ଲୋକ ସେ। ପାଦରେ ଚାଲୁଛନ୍ତି ସେ। ବର୍ତ୍ତମାନ ରାଜନେତା ଏହି କାମ ପ୍ରାୟତଃ  ଆଉ କରୁନାହାଁନ୍ତି। ଏହି ଯାତ୍ରାର ବାର୍ତ୍ତା ସମ୍ପର୍କରେ ରାଜ୍ୟପାଳ କହିଛନ୍ତି, କଂଗ୍ରେସ ଦ୍ୱାରା କରାଯାଉଥିବା ଭାରତ ଯୋଡ଼ ଯାତ୍ରାରୁ କେଉଁ ବାର୍ତ୍ତା ମିଳିବ ମୁଁ ତାହା  ଜାଣେ ନାହିଁ। ଲୋକେ ଏକଥା କହିପାରିବେ। ହେଲେ ମୁଁ ଭାବୁଛି ସେ ଠିକ୍ କାର୍ଯ୍ୟ କରୁଛନ୍ତି।