ଦଳୀୟ କନ୍ଦଳକୁ ନେଇ ବାରମ୍ବାର ଅପଦସ୍ତ ହେଉଛି ରାଜ୍ୟ ବିଜେପି (BJP) ସଂଗଠନ । ଛାମୁଆ ନେତାଙ୍କ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ବର୍ତ୍ତମାନ ରାସ୍ତାରେ ପଡ଼ି ହାଟରେ ଗଡିବାରେ ଲାଗିଛି । ଦଳ ମଧ୍ୟରେ ଥିବା ଛାମୁଆଁ ନେତାଙ୍କ ମଧ୍ୟରେ ଦଳଗତ ବଦଳରେ ବ୍ୟକ୍ତିଗତ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା ଚର୍ଚ୍ଚା ହୁଏ ।
Trending Photos
ଭୁବନେଶ୍ୱର: ଦଳୀୟ କନ୍ଦଳକୁ ନେଇ ବାରମ୍ବାର ଅପଦସ୍ତ ହେଉଛି ରାଜ୍ୟ ବିଜେପି (BJP) ସଂଗଠନ । ଛାମୁଆ ନେତାଙ୍କ ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ବର୍ତ୍ତମାନ ରାସ୍ତାରେ ପଡ଼ି ହାଟରେ ଗଡିବାରେ ଲାଗିଛି । ଦଳ ମଧ୍ୟରେ ଥିବା ଛାମୁଆଁ ନେତାଙ୍କ ମଧ୍ୟରେ ଦଳଗତ ବଦଳରେ ବ୍ୟକ୍ତିଗତ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା ଚର୍ଚ୍ଚା ହୁଏ । ଏକାଧିକ ବାର ମଧ୍ୟ ଏଭଳି ଘଟଣା ସାମ୍ନାକୁ ପୂର୍ବରୁ ଆସି ସାରିଛି । ତେବେ ସେହିଭଳି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ଯାହାକୁ ନେଇ ରାଜ୍ୟ ବିଜେପି ସଂଗଠନ ମୃଦ୍ୟୁ କମ୍ପନ ସୃଷ୍ଟି କରିଛି । ଘଟଣାଟି ଏହିପରି । ନିକଟରେ ରାଜ୍ୟ ପ୍ରଭାରୀରେ (Odisha Prabhari) ଜାତୀୟ ସଂଗଠନ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ପ୍ରଭାରୀ ଥିବା ଅରୁଣ ସିଂଙ୍କୁ (Arun Singh) ପରିବର୍ତ୍ତନ କରି ଦଗୁବତ୍ତି ପୁରନ୍ଦେଶ୍ୱରୀଙ୍କୁ (Daggubati Purandeswari) ତାଙ୍କ ସ୍ଥାନରେ ନିଯୁକ୍ତ କରିଛି । ଡି. ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତି ମିଳିଛି । ତେବେ ପୁରନ୍ଦେଶ୍ୱରୀ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିନାହାନ୍ତି । ତେବେ ଏହାରି ମଧ୍ୟରେ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ଭେଟିଛନ୍ତି ରାଜ୍ୟ ଦୁଇ ତୁଙ୍ଗନେତା ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ: ପୁଣି ଥରେ ମୁଣ୍ଡ ବିନ୍ଧାଇବ ଚୀନ
ଏହି ଦୁଇ ନେତା ପ୍ରଭାରୀଙ୍କ ନିକଟତର ହେବାକୁ ପ୍ରୟାସ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା । ଭେଟିବାର କାରଣ ଯଦିଓ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଏହି ସାକ୍ଷାତକାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଚର୍ଚ୍ଚାର ମୂଳପ୍ରସଂଗ କିନ୍ତୁ ଭିନ୍ନ । ପ୍ରସଂଗ ହେଉଛି ଏହି ଦୁଇ ନେତା ଭିନ୍ନ ଭିନ୍ନ ଦିନରେ ପ୍ରଭାରୀଙ୍କୁ ଭେଟିଛନ୍ତି । ଏହି ଦୁଇ ବଡ଼ ନେତା ଏକସଂଗେ ପ୍ରଭାରୀଙ୍କୁ ଭେଟିପାରିଥାନ୍ତେ । ଏକ ସଂଗେ ଭେଟିଥିଲେ କର୍ମୀଙ୍କ ନିକଟକୁ ଏକ ସକରାତ୍ମକ ବାର୍ତ୍ତା ଯାଇଥାନ୍ତି । ଏପରିକି ଦଳୀୟ କନ୍ଦଳକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଥାନ୍ତା ବୋଲି ଚର୍ଚ୍ଚା ହୁଏ ।
ଅଧିକ ପଢନ୍ତୁ: ବଦଳିଛି ବିଧାନସଭାର ସଂଜ୍ଞା
ଏହି ଦୁଇ ରାଜନେତାଙ୍କ ସାକ୍ଷାତକାର କନ୍ଦଳକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ଆହୁରି ମଜବୁତ କରିପକାଇଛି । ଏହି ଦୁଇ ନେତା ଚାହିଁଥିଲେ ଏକ ସଂଗେ ଭେଟିପାରିଥାନ୍ତେ । ମାତ୍ର ରାଜ୍ୟ ସଂଗଠନ ଉଭୟେ ସେମାନଙ୍କର ଦବଦବାକୁ ଜାହିର କରିବାକୁ ପ୍ରଚେଷ୍ଟା ଚଳାଇଥିବା ନେଇ ରାଜନୈତିକ ମାହୋଲରେ ବେଶ ଚର୍ଚ୍ଚା ଜୋରଦାର ହୋଇଛି । ସୂଚନାଯୋଗ୍ୟ ନିକଟରେ ଖୋର୍ଦ୍ଧା ଜିଲ୍ଲା ସଭାପତିକୁ ପରିବର୍ତ୍ତନ ନେଇ ମଧ୍ୟ ରାଜ୍ୟ ବିଜେପିରେ ମଧ୍ୟ ହଲ୍ଲାପଟା ଜୋର ହୋଇଥିଲା । ଅପରାଜିତାଙ୍କ ଗୋଟି ଚାଳନା ଫଳରେ ରାଜ୍ୟ ସଭାପତି ସମୀର ମହାନ୍ତି ନିଜର ନିଷ୍ପତ୍ତି ବଦଳାଇଥିଲେ । ଯାହା ରାଜ୍ୟର ପ୍ରମୁଖ ବିରୋଧୀ ଦଳର ଅନ୍ତକନ୍ଦଳର ବାସ୍ତବତାକୁ ପଦାରେ ପକାଇଥିଲା ।
ଅଧିକ ପଢନ୍ତୁ: ଦେଶରେ କୋରୋନା ସ୍ଥିତି ଏଭଳି...
ତେବେ ସେ ଯାହା ବି ହେଉ ପ୍ରଭାରୀଙ୍କ ନିକଟତର ହେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ଦଳର କାର୍ଯ୍ୟକଳାପରୁ ସ୍ପଷ୍ଟ ବାରି ହୋଇପଡ଼େ । ସେପଟେ ଦଳୀୟ କନ୍ଦଳକୁ ସମାଧାନ କରିବା ସହିତ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି ।