ଜେଲ ପିଣ୍ଡା ନମାଡ଼ି ଜାମିନ ପାଇଲେ ବିଜେପି ବିଧାୟକ
Advertisement

ଜେଲ ପିଣ୍ଡା ନମାଡ଼ି ଜାମିନ ପାଇଲେ ବିଜେପି ବିଧାୟକ

ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିବାର ଦେବଗଡ (Deogarh) ବିଧାୟକ ସୁବାସ ପାଣିଗ୍ରାହୀ (Subash Chandra Panigrahi) ଙ୍କୁ ଗିରଫ କରାଯାଇଥିଲା। ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଓ ତାଙ୍କ ୨ ସହଯୋଗୀଙ୍କୁ ଦେବଗଡ଼ ପୋଲିସ୍ (DeoGarh Police) ଗିରଫ କରିଥିଲା।

ଡିଜାଇନ୍ ଫଟୋ

ଦେବଗଡ଼: ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ ମିଳିଲା। ତିଲେଇବଣି BDOଙ୍କୁ ମାଡ଼ ମାରିବା ମାମଲାରେ ଶନିବାର ଦେବଗଡ଼ ବିଧାୟକଙ୍କୁ ବେଲ ମିଳିଛି। ସୁବାସ ପାଣିଗ୍ରାହୀ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଜିଲ୍ଲା ଦୌରାଜଜ୍‌ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବିଜେପି ବିଧାୟକ ଏବେ ଦେଓଗଡ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗିରଫର ସାତ ଦିନ ପରେ ଦେଓଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। ଶନିବାର ଦେଓଗଡ ଦୌରାଜଜ୍‌ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।  ସୁବାସଙ୍କ ସମେତ ଦୁଇ ସହଯୋଗୀଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଏହି ଜାମିନ ଦେଇଛନ୍ତି। ତିଲେଇବଣି BDOଙ୍କୁ ମାଡ଼ ମାରିବା ଅଭିଯୋଗରେ ଗତ ମେ ପହିଲାରେ ଭୁବନେଶ୍ୱରରୁ ବିଧାୟକ ସୁବାସ ଓ ତାଙ୍କର ଦୁଇ ସହଯୋଗୀ ଗିରଫ ହୋଇଥିଲେ।

Also Read: 'କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ'

ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିବାର ଦେବଗଡ (Deogarh) ବିଧାୟକ ସୁବାସ ପାଣିଗ୍ରାହୀ (Subash Chandra Panigrahi) ଙ୍କୁ ଗିରଫ କରାଯାଇଥିଲା। ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଓ ତାଙ୍କ ୨ ସହଯୋଗୀଙ୍କୁ ଦେବଗଡ଼ ପୋଲିସ୍ (DeoGarh Police) ଗିରଫ କରିଥିଲା। ଗତ ଶନିବାର ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ। ସେତେବେଳେ ତାଙ୍କୁ ବିଧାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ଭୁବନେଶ୍ୱରରେ ଗିରଫ କରି ଦେବଗଡ ଆଣିଲା ବେଳେ ବାଟରେ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇଥିଲେ। ପ୍ରଥମେ ତାଙ୍କୁ ଏକ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ପରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ଜାମିନ ନାମଞ୍ଜୁର ହେବାରୁ ବିଧାୟକଙ୍କୁ ୭ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତକୁ କୋର୍ଟ ପଠାଇ ଦେଇଥିଲେ। ଏବେ ବିଡିଓଙ୍କୁ ମାଡମାରିଥିବା ମାମଲାରେ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ତେବେ ବିଧାୟକ ଜେଲ ଯିବା ପୂର୍ବରୁ ଜାମିନ ପାଇଛନ୍ତି। ସୁବାସ ପାଣିଗ୍ରାହୀ ବର୍ତ୍ତମାନ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Also Read: ଅଧିକାରୀଙ୍କୁ ମାଡ଼ମାରି ହାଜତରେ ବିଜେପି ବିଧାୟକ, ମନ୍ତ୍ରୀଙ୍କ ସାତଖୁନ୍ ମାଫ୍!

ସୂଚନାନୁସାରେ, ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପୋଡି ଯାଇଥିବା ୮ ବର୍ଷର ଶିଶୁକୁ ବାହାର କରି ବିଧାୟକଙ୍କୁ ସେହି ଏସି ରୁମ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି କଥାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସ୍ୱିକାର କରିଥିଲେ। ସିଡିଏମଓ କହିଥିଲେ ଯେ, ବିଧାୟକଙ୍କୁ ଏସି ରୁମରେ ରଖି ଶିଶୁକୁ କୁଲରରେ ରଖାଯାଇଥିବା କହିଥିଲେ। ବିଧାୟକଙ୍କ ପାଇଁ ଗୁରୁତର ରୋଗୀକୁ ୪ ନଂମ୍ବର ୱାର୍ଡରୁ ବାହାର କରିବା ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ସୁବାସ ପାଣିଗ୍ରାହୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ ଦଫା ଲଗିଛି। କିନ୍ତୁ ଗିରଫ ପରେ ହଠାତ ଅସୁସ୍ଥ ହେବାରୁ ସେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଘୁରି ବୁଲୁଛନ୍ତି। ତେବେ ପ୍ରକୃତରେ ବିଧାୟକଙ୍କର କଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ତାଙ୍କ ଗିରଫଦାରୀ ପରେ ବିଜେପି ପକ୍ଷରୁ ଦେବଗଡ଼ ବନ୍ଦ ଡକରା ଦିଆଯାଇଥିଲା। ଦଳୀୟ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀର ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ବିଜେପି ରାସ୍ତାକୁ ଓହ୍ଲାଇଥିଲା। ବିଜେପି ବିଧାୟକଙ୍କ ଗିରଫକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିନ୍ଦା କରିଥିଲେ।