Kerala Politics: ଦଳୀୟ ଟିକେଟ ପାଇସାରିବା ପରେ ବିଜେପି ସାଂସଦ ପ୍ରାର୍ଥୀଙ୍କ ଲାଗି ସମସ୍ୟା ବଢିଯାଇଛି। ନିର୍ବାଚନ ପ୍ରଚାର ବେଳେ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।
Trending Photos
BJP Candidate Abdul Salam: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ ପାଇବା ପରେ ବିଜେପି ପ୍ରାର୍ଥୀଙ୍କ ଲାଗି ଚିନ୍ତା ବଢିଯାଇଛି। ସ୍ଥିତି ଏପରି ହୋଇଛି ଯେ ତାଙ୍କୁ ତାଙ୍କ ନିଜ ଲୋକଙ୍କ ସହଯୋଗ ମିଳୁନାହିଁ। ସେ ହେଉଛନ୍ତି ଅବଦୁଲ ସଲାମଙ୍କୁ ସ୍ଥାନ ମିଳିଛି। ଯିଏ କେରଳର ମାଲାପ୍ପୁରମ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଏକମାତ୍ର ମୁସଲମାନ ପ୍ରାର୍ଥୀ ଭାବେ ଅବଦୁଲ ସଲାମଙ୍କୁ ରାଜ୍ୟର ମାଲାପ୍ପୁରମ ଆସନରୁ ପ୍ରାର୍ଥୀ କରିଛି ବିଜେପି।
ବିଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ରହିଥିବା ବିଜେପି ବିରୋଧରେ ଅନେକ ସମୟରେ ଅଭିଯୋଗ ହୋଇଥାଏ ନିର୍ବାଚନରେ ଦଳ କୌଣସି ମୁସଲମାନଙ୍କୁ ଟିକେଟ୍ ଦିଏନାହିଁ। ହେଲେ ଏଥର ଯେତେବେଳେ ଦଳ ୨୦୨୪ ଲୋକସଭା ନିର୍ବାଚନରେ କେରଳର ମାଲାପ୍ପୁରମ ଆସନରୁ ଅବଦୁଲ ସଲାମଙ୍କୁ ପ୍ରାର୍ଥୀ କରିବା ପରେ ଏବେ ତାଙ୍କ ସମ୍ପ୍ରଦାୟର ଲୋକ ତାଙ୍କର ବିରୋଧି ହୋଇଯାଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ମାଲାପ୍ପୁରମ୍ ଲୋକସଭା ଆସନରେ (Malappuram Lok Sabha Seat Kerala) ପ୍ରାୟ ୬୯ ପ୍ରତିଶତ ଭୋଟର ହେଉଛନ୍ତି ମୁସଲମାନ। ହେଲେ ଏହି ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ କହୁଛନ୍ତି ଯେ ତାଙ୍କ ଅଭିଜ୍ଞତା ଭଲ ନାହିଁ।
"ଟାଇମ୍ସ ଅଫ ଇଣ୍ଡିଆ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୁଲିକଲ ନିକଟ ଏକ ଗାଁର ଲୋକଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ପ୍ରାର୍ଥୀଙ୍କୁ ସେତେବେଳେ ଏକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରିବାକୁ ପଡିଥିଲା। ଯେତେବେଳେ ସେ ଇଦ୍ ପ୍ରାର୍ଥନାରେ ଭାଗ ନେବାକୁ ମାଲାପୁରମ୍ ସହରର ମଦିନା ମସଜିଦ ଯାଇଥିଲେ। ଏନେଇ ସେ କହିଛନ୍ତି ଯେ, ନମାଜ ପରେ ମୁଁ ମସଜିଦ ପରିସରରୁ ବାହାରି ଲୋକଙ୍କୁ ଇଦ୍ ଅବସରରେ ଅଭିନନ୍ଦନ ଜଣାଇଥିଲି। ଏହା ପରେ ଜଣେ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ମୋତେ ଅପମାନିତ କରିଥିଲେ। ସେଠାରେ ଉପସ୍ଥିତ ରହିଥିବା ଲୋକେ ଚୁପ୍ ରହିଥିଲେ। ଯାହା ମୋତେ ବହୁତ ଖରାପ ଲାଗିଲା। ମୁଁ ମଧ୍ୟ ଜଣେ ମୁସଲମାନ। ହେଲେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବାରୁ ସେମାନେ ମୋତେ ଅପମାନ କରିବାକୁ ଚେଷ୍ଟା କରିଥିଲେ।
Also Read: Lok Sabha Election 2024: ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମାତ୍ର ମୁସଲିମ୍; ଜାଣନ୍ତୁ ସେ କିଏ?
ଅବଦୁଲ ସଲାମ କିଏ?
ଡକ୍ଟର ଅବଦୁଲ ସଲାମ (BJP Leader Dr Abdul Salam) କେରଳର (Kerala) ମାଲାପ୍ପୁରମ୍ ଜିଲ୍ଲାର (Malappuram District) ତିରୁର ଅଞ୍ଚଳର (Tirur Area) ବାସିନ୍ଦା। ଡକ୍ଟର ଅବଦୁଲ ସଲାମ କାଲିକଟ ବିଶ୍ୱବିଦ୍ୟାଳୟର କୁଳପତି (Calicut University Chancellor) ରହିଥିଲେ। ଗତ ୨୦୧୧ ବର୍ଷରୁ ୨୦୧୫ ପର୍ଯ୍ୟନ୍ତ କୁଳପତି ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ୍ ସରକାରଙ୍କ ଦ୍ୱାରା ତାଙ୍କୁ କୁଳପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ୨୦୧୯ ବର୍ଷରେ ବିଜେପି ହାତ ଧରିଥିଲେ। My Neta.info ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୬ କୋଟି ୪୭ ଲକ୍ଷ ଟଙ୍କା। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ପଞ୍ଜୀକୃତ ହୋଇନାହିଁ। ପେସାରେ ସେ ହେଉଛନ୍ତି ଜଣେ ଶିକ୍ଷାବିଦ।
କେବଳ ନିଜ ସମ୍ପ୍ରଦାୟ ନୁହେଁ ବରଂ ନିଜ ଦଳର ଲୋକଙ୍କ ଦ୍ୱାରା ଅସୁବିଧାର ସାମ୍ନା କରିଥିଲେ। ଯଦିଓ ମାଲାପ୍ପୁରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ପ୍ରଶଂସକ। ତାଙ୍କ ଅଭିଭାଷଣରେ ସେ ଏନଡିଏ ସରକାରଙ୍କ ବିକାଶମୂଳକ ପ୍ରକଳ୍ପ ବିଷୟରେ କହିଥାନ୍ତି। ଦୁଇ ଦିନ ପୂର୍ବେ ଯେତେବେଳେ ସେ ଏକ ବୈଠକ ସମ୍ପର୍କରେ ସ୍ଥାନୀୟ ଆରଏସଏସ ନେତାଙ୍କ ଘରକୁ ଯାଇଥିଲେ, ତାଙ୍କ ସହ କେବଳ ୨୫ ଜଣ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧା କେବଳ ଶିଶୁ ରହିଥିଲେ।
ସେ ତାଙ୍କ ଅଭିଭାଷଣରେ ବିଜେପି-ସଂଘ ଗଡ଼ରେ ପ୍ରଚାର କରି ନିରାଶ ହୋଇଛନ୍ତି। ଯେତେବେଳେ ମହିଲା ମୋର୍ଚ୍ଚା ନେତାଙ୍କ ଏକ ଦଳ ତାଙ୍କୁ ସନ୍ଧ୍ୟାରେ ସମ୍ମିଳନୀରେ ଯୋଗଦେବାକୁ କହିଥିଲେ। ହେଲେ ଏହାକୁ ନେଇ ସେ ଅସୁବିଧାରେ ପଡ଼ିଥିଲେ। ସେ କହିଛନ୍ତି ଯେ ମୋତେ କିଛି ଠିକ ଲାଗୁନାହିଁ। ଯେତେବେଳେ ସ୍ଥାନୀୟ ବିଜେପି ନେତା କହିଥିଲେ ଯେ ସେ ଏଠାକାର ଦୁଇଟି ମନ୍ଦିର ପରିଦର୍ଶନ କରିବା ଉଚିତ୍। ସେତେବେଳେ ସଲାମ ପଚାରିଥିଲେ ଯେ ଏଭଳି ଗସ୍ତର ଅର୍ଥ କ’ଣ? ଏହା ସମୟର ଅପଚୟ। ଏହା କହି ସେ ନିଜ ହୋଟେଲ ରୁମ ଫେରି ଯାଇଥିଲେ। ହେଲେ ସନ୍ଧ୍ୟାରେ ସେ ମହିଳା ସମ୍ମିଳନୀରେ ଯୋଗ ଦେଇଥିଲେ।