ନିର୍ବାଚନ ଆୟୋଗ ନୂତନ ରାଜନୈତିକ ଦଳର ପଞ୍ଜୀକରଣ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀର ପ୍ରକୋପକୁ ନଜରରେ ଦେଶରେ ଲଗାଯାଇଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ନୂତନ ରାଜନୈତିକ ଦଳର ପଞ୍ଜୀକରଣ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ନୂତନ ପରିବର୍ତ୍ତନ ଅନୁଯାୟୀ ବର୍ତ୍ତମାନ ପଞ୍ଜୀକରଣ ଲାଗି ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବ ନୋଟିସ ଅବଧିକୁ ବର୍ତ୍ତମାନ ୭ ଦିନକୁ ହ୍ରାସ କରାଯାଇଛି।
ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ବର୍ତ୍ତମାନର ନିୟମ ଅନୁଯାୟୀ ପଞ୍ଜୀକରଣ କରିବାକୁ ଚାହୁଁଥିବା ରାଜନୈତିକ ଦଳକୁ ଏହାର ଗଠନ ହେବାର ୩୦ ଦିନ ମଧ୍ୟରେ ଆବେଦନ କରିବାକୁ ହେବ। ଲଗାତାର ୨ ଦିନ ପାଇଁ ଜାତୀୟ ଏବଂ ଆଞ୍ଚଳିକ ଖବର କାଗଜରେ ଦଳର ପ୍ରସ୍ତାବିତ ନାମ ପ୍ରକାଶ କରିବାକୁ ଆବେଦନକାରୀଙ୍କୁ କୁହାଯାଇଛି। ପାର୍ଟିର ପ୍ରସ୍ତାବିତ ପଞ୍ଜୀକରଣ ସମ୍ବନ୍ଧରେ କୌଣସି ଅଭିଯୋଗ ରହିଛି ତାହେଲେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୩୦ ଦିନ ମଧ୍ୟରେ ଦାଖଲ କରାଯାଇପାରିବ।
ଚଳିତ ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁର ପ୍ରଭୃତି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ କରୋନା ମହାମାରୀ କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ କାରଣରୁ ରାଜନୈତିକ ଦଳଙ୍କ ପଞ୍ଜୀକରଣ ବିଳମ୍ବିତ ହେଉଛି। ସମସ୍ତ ଦିଗ ଉପରେ ବିଚାର କରିବା ପରେ ଆୟୋଗ ନିଷ୍ପତ୍ତି ନେଇଛନ୍ତି ଚଳିତ ବର୍ଷ ଜାନୁୟାରୀ ୮ ତାରିଖ ପୂର୍ବରୁ ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ କରିଥିବା ପକ୍ଷଙ୍କ ପାଇଁ ବିଜ୍ଞପ୍ତି ଅବଧି ୩୦ ଦିନରୁ ୭ ଦିନକୁ ହ୍ରାସ କରାଯାଇଛି।
Also Read: ଦେଶରେ ରାଜନୈତିକ ଦଳ ସଂଖ୍ୟା କେତେ? ଆପଣଙ୍କୁ ଚକିତ କରିଦେବ ADR ରିପୋର୍ଟ
ଯେଉଁ ଦଳ ଜାନୁଆରୀ ୮ ତାରିଖର ୭ ଦିନ ପୂର୍ବରୁ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେମାନଙ୍କ ସମ୍ବନ୍ଧରେ କୌଣସି ଅଭିଯୋଗ ଆପତ୍ତି ଜାନୁୟାରୀ ୨1 ତାରିଖ ଅପରାହ୍ନ ସାଢେ ୫ଟା ସୁଦ୍ଧା କିମ୍ବା ପୁରାତନ ୩୦ ଦିନ ପର୍ଯ୍ୟନ୍ତ ଦାଖଲ ହୋଇପାରିବ। ଯାହା ବିହାର, ଆସାମ, କେରଳ, ପୁଡ଼ୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ନୋଟିସ ଅବଧିରେ ଆଶ୍ୱସ୍ତି ପ୍ରଦାନ କରିଥିଲେ।