ECI: ପ୍ରକାଶ ପାଇଲା ଜାମୁ କାଶ୍ମୀରର ନୂତନ ଭୋଟର ତାଲିକା, ଯୋଡ଼ି ହେଲେ ୭ ଲକ୍ଷରୁ ଅଧିକ ଭୋଟର
Advertisement
Article Detail0/zeeodisha/odisha1458894

ECI: ପ୍ରକାଶ ପାଇଲା ଜାମୁ କାଶ୍ମୀରର ନୂତନ ଭୋଟର ତାଲିକା, ଯୋଡ଼ି ହେଲେ ୭ ଲକ୍ଷରୁ ଅଧିକ ଭୋଟର

Jammu Kashmir Voter List: ଭୋଟର ତାଲିକା ପ୍ରକାଶ ପାଇବା ସହ ଆଗାମୀ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ରାସ୍ତା ସଫା ହୋଇଯାଇଛି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଅନିଲ ସଲଗୋତ୍ରା କହିଛନ୍ତି ଶେଷ ଭୋଟର ତାଲିକାରେ ୭ ଲକ୍ଷ ୭୨ ହଜାର ୮୭୨ ଜଣ ଭୋଟର ଯୋଡି ହୋଇଛନ୍ତି। 

ECI: ପ୍ରକାଶ ପାଇଲା ଜାମୁ କାଶ୍ମୀରର ନୂତନ ଭୋଟର ତାଲିକା, ଯୋଡ଼ି ହେଲେ ୭ ଲକ୍ଷରୁ ଅଧିକ ଭୋଟର

Voter List of Jammu and Kashmir: ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ପ୍ରକାଶ ପାଇଛି ଜାମୁ କାଶ୍ମୀରର ନୂତନ ଭୋଟର ତାଲିକା। ଏଥର ୭ ଲକ୍ଷରୁ ଅଧିକ ଲୋକ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟା ବୋଲି ଜଣାପଡି଼ଛି। ଜାମୁ କାଶ୍ମୀର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଅନିଲ ସଲଗୋତ୍ରା କହିଛନ୍ତି ଯେ  ଚୂଡାନ୍ତ ଭୋଟର ତାଲିକାରେ ୮୩ ଲକ୍ଷ ୫୯ ହଜାର ୭୭୧ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୪୧  ଲକ୍ଷ ୯୧ ହଜାର ୬୮୭ ପୁରୁଷ,  ୪୦ ଲକ୍ଷ ୬୭ ହଜାର ୯୦୦ ମହିଳା ଏବଂ ୧୮୪ ଜଣ  ତୃତୀୟ ଲିଙ୍ଗ ମତଦାତା ଅଛନ୍ତି।

ଭୋଟର ତାଲିକା (Jammu Kashmir Voter List) ପ୍ରକାଶ ପାଇବା ସହ ଆଗାମୀ ଜାମୁ କାଶ୍ମୀର ବିଧାନସଭା ନିର୍ବାଚନ (Jammu Kashmir Assembly Election) ପାଇଁ ରାସ୍ତା ସଫା ହୋଇଯାଇଛି। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଅନିଲ ସଲଗୋତ୍ରା କହିଛନ୍ତି ଶେଷ ଭୋଟର ତାଲିକାରେ ୭ ଲକ୍ଷ ୭୨ ହଜାର ୮୭୨ ଜଣ ଭୋଟର ଯୋଡି ହୋଇଛନ୍ତି। ଯାହାର ଅର୍ଥ ହେଉଛି ଡ୍ରାଫ୍ଟ ତାଲିକାରେ ପଞ୍ଜୀକୃତ ଭୋଟର ସଂଖ୍ୟାରେ (Voters Number of Jammu Kashmir) ୧୦.୧୯ ପ୍ରତିଶତ ବୃଦ୍ଧି ହୋଇଛି। ଜାମୁ କାଶ୍ମୀର ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ। ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମୟରେ ୧୧ ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା।

ଏହି ସମୟ ଅବଧିରେ ଜାମୁ କାଶ୍ମୀର ଭୋଟର ତାଲିକାରେ ନିଜ ନାମ ସାମିଲ କରିବାକୁ ଫର୍ମ ୬ ମାଧ୍ୟମରେ ୧୧ ଲକ୍ଷ ୪୦ ହଜାର ୭୬୮ ଆବେଦନ ଗ୍ରହଣ କରାଯାଇଥିଲା। ଏହା ମଧ୍ୟରୁ ୧୧ ଲକ୍ଷ ୨୮ ହଜାର ୬୭୨ ଆବେଦନ ଗ୍ରହଣ କରାଯାଇଥିଲା। ଅନ୍ୟପଟେ ୧୨ ହଜାର ୯୬ ଆବେଦନ ଖାରଜ କରାଯାଇଥିଲା। ଏହା ମଧ୍ୟରେ ୧୮-୧୯ ବର୍ଷ ଆୟୁ ବର୍ଗରେ ୩ ଲକ୍ଷ ୧ ହଜାର ୯୬୧ ଆବେଦନ ଗ୍ରହଣ କରାଯାଇଥିଲା। ଭୋଟର ତାଲିକାରୁ ନାଁ ହଟାଇବା ପାଇଁ ୪ ଲକ୍ଷ ୧୨ ହଜାର ୧୫୭ ଆବେଦନ ଗ୍ରହଣ କରାଯାଇଥିଲା। ଏହା ମଧ୍ୟରୁ ୩ ଲକ୍ଷ ୫୮ ହଜାର ୨୨୨ ଆବେଦନ ଗ୍ରହଣ କରାଯାଇଛି। ଅନ୍ୟପଟେ ୫୩ ହଜାର ୯୩୫ ଆବେଦନ ଗ୍ରହଣ ପ୍ରତ୍ୟାଖ୍ୟାନ କରାଯାଇଛି। 

Also Read: Jammu Kashmir: ପାକିସ୍ତାନୀ ଅଧିକୃତ ଶରଣାର୍ଥୀଙ୍କ ପାଇଁ ୮ ଆସନ ଉପରୁ ହଟାଇ ଯାଇପାରେ ରୋକ

 

ଆଗାମୀ ବିଧାନସଭା ନିର୍ବାଚନ ଲାଗି  ଜାମୁ କାଶ୍ମୀରରେ ୬୧୩ ନୂତନ ଭୋଟ ଗ୍ରହଣ କେନ୍ଦ୍ର (Polling Booth in Jammu Kashmir) ଗଠନ କରାଯାଇଛି। ଚୂଡାନ୍ତ ଭୋଟର ତାଲିକାର ଲିଙ୍ଗାନୁପାତ ୯୨୧ ଜଣରୁ ୯୪୮ ଜଣକୁ ବୃଦ୍ଧି ପାଇଛି। ଭୋଟର ଲିଙ୍ଗାନୁପାତରେ ୨୭ ବୃଦ୍ଧି ହୋଇଛି। ଯାହା ଏହି କେନ୍ଦ୍ର ଶାସିତ ଅଞ୍ଚଳର ଜନଗଣନା ଲିଙ୍ଗାନୁପାତ (Sex Ratio in Jammu Kashmir) ଅପେକ୍ଷା ଅଧିକ। ଗତ ୧୫ ସେପ୍ଟମ୍ବରରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ୪୦ ଦିନ ମଧ୍ୟରେ ଭୋଟର ତାଲିକା ସହ ସହ ଜଡି଼ତ ଦାବି ଏବଂ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହା ପରେ ଏହି ଅଭିଯୋଗ ଏବଂ ଦାବି ଉପରେ ଶୁଣାଣି କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୧୦ ନଭେମ୍ବର ପର୍ଯ୍ୟନ୍ତ ୧୫ ଦିନର ଅବଧି ରଖାଯାଇଥିଲା।