Election Commission of India: ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଏକ ସ୍ୱାଧିନ କମିଟି ଗଠନ କରିଥାଏ। ଇଭିଏମ ସୁରକ୍ଷା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏହି କମିଟି ଦାୟୀ ରହିଥାଏ।
Trending Photos
where does evm come from for polling in election: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନରେ ମତଦାନ କରିବେ ୯୭ କୋଟି ପଞ୍ଜୀକୃତ ମତଦାନ। ୨୦୨୪ ଲୋକସଭା ନିର୍ବାଚନରେ ୪୯.୭ କୋଟି ପୁରୁଷ, ୪୭.୧ କୋଟି ମହିଳା ଏବଂ ୪୮ ହଜାର ୫୭ ତୃତୀୟ ଲିଙ୍ଗ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ନିର୍ବାଚନ ଲାଗି ମତଦାନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ହେବ। ଦେଶରେ ଅଧିକାଂଶ ଲୋକ ନିର୍ବାଚନରେ ମତଦାନ ଲାଗି ବ୍ୟବହୃତ ହେଉଥିବା ଇଭିଏମ୍ ବିଷୟରେ ଜାଣିଛନ୍ତି। ହେଲେ ଇଭିଏମ କେଉଁଠାରେ ଉତ୍ପାଦିତ ହୁଏ ସେ ବିଷୟରେ ହୁଏତ ଅନେକ ଜାଣିନଥିବେ।
କେଉଁଠାରେ ନିର୍ମିତ ହୋଇଥାଏ ଇଭିଏମ୍?
ଦେଶରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବ୍ୟବହୃତ ହେଉଥିବା ଇଭିଏମ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (Bharat Electronics Limited) ବିଇଏଲ୍ (BEL) ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (Electronics Corporation of India Limited) ଇସିଆଇଏଲ (ECIL) ଦ୍ୱାରା ନିର୍ମିତ ହୋଇଥାଏ। ଉଭୟ ବିଇଏଲ୍ ଏବଂ ଇସିଆଇଏଲ କେନ୍ଦ୍ର ସରାକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ଉଦ୍ୟୋଗ। ଇଭିଏମ୍ ଏକ ନିରାପଦ ଏବଂ ନିର୍ଭରଯୋଗ୍ୟ ପ୍ରକ୍ରିୟାରେ ଉତ୍ପାଦିତ ହୋଇଥାଏ।
କେଉଁ ପ୍ରକ୍ରିୟାରେ ହୋଇଥାଏ ଇଭିଏମ ନିର୍ମାଣ?
କିପରି ନିର୍ବାଚନ ଆୟୋଗ ଦ୍ୱାରା ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା କରାଯାଏ?
ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଏକ ସ୍ୱାଧିନ କମିଟି ଗଠନ କରିଥାନ୍ତି। ଇଭିଏମ୍ ସୁରକ୍ଷା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଏହି କମିଟି ଉପରେ ଦାୟୀତ୍ୱ ନ୍ୟସ୍ତ କରାଯାଏ।
କେଉଁ ଉପାୟରେ ହୋଇଥାଏ ଇଭିଏମ୍ ରକ୍ଷଣାବେକ୍ଷଣ ଏବଂ ପରୀକ୍ଷା?
ଇଭିଏମ୍ ସୁରକ୍ଷା ପାଇଁ କେଉଁ ପଦକ୍ଷେପ ନିଆଯାଏ?